ପ୍ରମୂଖ ଖବର
  • ଆମେରିକାର କାଲିଫର୍ଣ୍ଣିଆ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ, ୫ ମୃତ, ୭୦ ହଜାର ଲୋକ ସ୍ଥାନାନ୍ତର
  • ||
  • ୟୁକ୍ରେନ୍ ଜପୋରିଝିଆରେ ରୁଷିଆର ବୋମାମାଡ଼, ବ୍ୟାପକ କ୍ଷତି ସୂଚନା, ୧୩ ମୃତ, ୩୦ରୁ ଅଧିକ ଆହତ
  • ||
  • ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରବାସୀ ଭାରତୀୟ ଦିବସର ଉଦ୍‌ଯାପନୀ ସମାରୋହରେ ଯୋଗ ଦେବେ
  • ||
  • ରବିବାରଠୁ କମିବ ଶୀତ, ଆହୁରି ୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା: ୨ ଜିଲ୍ଲାକୁ କୁହୁଡ଼ି ନେଇ ଆଲର୍ଟ
  • ||

ଟ୍ରୁଡୋଙ୍କ ପରେ କିଏ ହେବ କାନାଡା ପ୍ରଧାନମନ୍ତ୍ରୀ, ରେସରେ ୨ ଭାରତୀୟ ବଂଶୋଦ୍ଭବ

Published By : Ankita S | January 8, 2025 12:50 PM

ଓଟାୱା,୮/୧୦: ପ୍ରଧାନମନ୍ତ୍ରୀ ଗାଦି ଛାଡିଛନ୍ତି ଜଷ୍ଟିନ ଟ୍ରୁଡୋ ।  ଦୀର୍ଘ ଦିନର ଅଭ୍ୟନ୍ତରଣୀୟ ବିଦ୍ରୋହର ସମ୍ମୁଖୀନ ହେବା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି  ଟ୍ରୁଡୋ । ଲିବରାଲ ପାର୍ଟି ସଦସ୍ୟ ପଦରୁ  ଇସ୍ତଫା ଘୋଷଣା କରିଛନ୍ତି  ।  ପରବର୍ତ୍ତୀ ଉତ୍ତରାଧିକାରୀ ନ ମିଳିବା ଯାଏ ସେ କେବଳ କାମଚଳା ପ୍ରଧାନମନ୍ତ୍ରୀ ରହିବେ। ତେବେ   ଜଷ୍ଟିନ ଟ୍ରୁଡୋଙ୍କ  ପରେ କିଏ ସମ୍ଭାଳିବ କମାଣ୍ଡ । କିଏ ହେବେ କାନାଡାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ । ପିଏମ୍ ରେସରେ ରହିଛନ୍ତି ୨ ଭାରତୀୟ ବଂଶୋଦ୍ଭବ ଜର୍ଜ ଚହଲ ଓ ଅନିତା ଆନନ୍ଦଙ୍କଠୁ ନେଇ ପୂର୍ବତନ ଉପପ୍ରଧାନମନ୍ତ୍ରୀ କ୍ରିଷ୍ଟିୟା ଫ୍ରିଲାଣ୍ଡଙ୍କ ସମେତ ୫ ଜଣ ପ୍ରଧାନମନ୍ତ୍ରୀ ଦୌଡରେ ରହିଛନ୍ତି । ୨ ଭାରତୀୟ ଏହି ରେସରେ ଆଗରେ ଥିବା ଚର୍ଚ୍ଚା ହେଉଛି ।

ଅନିତା ଆନନ୍ଦ- ଭାରତୀୟ ବଂଶୋଦ୍ଭବ ଅନିତା ଆନନ୍ଦ ଗତ ୫ ବର୍ଷ ମଧ୍ୟରେ କ୍ରୟ, ପତିରକ୍ଷା ଓ ଟ୍ରେଜେରୀ ବୋର୍ଡର ଅନେକ ବିଭାଗରେ ଦାୟିତ୍ବ ତୁଲାଇଛନ୍ତି । ଅନିତାଙ୍କ ବାପା ତାମିଲ ଓ ମାଆ ପଞ୍ଜାବୀ । ୫୭ ବର୍ଷୀୟ ଅନିତା ଆନନ୍ଦ ୨୦୧୯ର ସାଂସଦ ଭାବେ ନିର୍ବାଚିତ ହୋଇ ଟ୍ରୁଡୋଙ୍କ କ୍ୟାବିନେଟରେ ସାମିଲ ହୋଇଥିଲେ । ୨୦୧୯ରୁ ୨୦୨୧ ଯାଏ ଲୋକସେବା ଓ କ୍ରୟ ମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଥିଲା । ପରେ ୨୦୨୧ ଜୁଲାଇରୁ ୨୦୨୩ ଯାଏ ପ୍ରତିରକ୍ଷା ମନ୍ତ୍ରଣାଳୟର ନେତୃତ୍ବ ନେଇଥିଲେ । କନାଡା ପ୍ରଧାନମନ୍ତ୍ରୀ ରେସରେ ସେ ଆଗରେ ଥିବା ଚର୍ଚ୍ଚା ହେଉଛି ।

ଜର୍ଜ ଚହଲ- ଜଷ୍ଟିନ ଟ୍ରୁଡୋଙ୍କ ପରେ କାନାଡା ପିଏମ ପଦ ଖାଲି ପଡିଛି ।  ଭାରତୀୟ ବଂଶୋଦ୍ଭବଜର୍ଜ ଚହଲ କାନାଡର ପ୍ରଧାନମନ୍ତ୍ରୀ ହୋଇପାରନ୍ତି ।  ଜର୍ଜ ଜଣେ ଓକିଲ ଓ କମ୍ୟୁନିଟି ଲିଡର ଭାବେ କ୍ୟାଲଗର ସିଟି କାଉନସିଲର ରୂପେ ବିଭିନ୍ନ କମିଟିରେ କାମ କରିଛନ୍ତି । ବିଗତ ଦିନରେ ଟ୍ରୁଡୋ ସରକାର ଓ ତାଙ୍କ ନୀତିକୁ ବିରୋଧ କରି ଆସୁଥିଲେ ଜର୍ଜ ଚହଲ ।

କ୍ରିଷ୍ଟିୟା ଫ୍ରିଲାଣ୍ଡ- ଟ୍ରୁଡୋଙ୍କ ସହଯୋଗୀ ତଥା ତାଙ୍କ  କ୍ୟାବିନେଟର ଜଣେ ଶକ୍ତିଶାଳୀ ମନ୍ତ୍ରୀ କ୍ରିଷ୍ଟିୟା ଫ୍ରିଲାଣ୍ଡ ୨୦୨୪ ଡିସେମ୍ବରରେ ଉପପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଅର୍ଥମନ୍ତ୍ରୀ ଥିବା ୫୬ ବର୍ଷୀୟ କ୍ରିଷ୍ଟ୍ରିୟା ଫ୍ରିଲାଣ୍ଡ ତାଙ୍କ ଇସ୍ତଫା ପତ୍ରରେ ଖର୍ଚ୍ଚ ବଢାଇବା ଲାଗି ପ୍ରଧାନମନ୍ତ୍ରୀଙ୍କ ଯୋଜନାକୁ ସମାଲୋଚନା କରିଥିଲେ । ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଫ୍ରିଲାଣ୍ଡ ଜଣେ ସାମ୍ବାଦିକା ଥିଲେ । ୨୦୧୩ରେ ସେ ହାଉସ ଅଫ୍ କମେନ୍ସରେ ପ୍ରବେଶ କରିଥିଲେ । ଏହାର ଦୁଇ ବର୍ଷ ପରେ ସେ ଟ୍ରୁଡୋ କ୍ୟାବିନେଟରେ ଅର୍ଥମନ୍ତ୍ରୀ ଦାୟିତ୍ବ ନେଇଥିଲେ ।

ମାର୍କ କାର୍ନି- ବ୍ୟାଙ୍କ ଅଫ୍ କାନାଡାର ପୂର୍ବତନ ଗଭର୍ଣ୍ଣର ମାର୍କ କାର୍ନି ପିଏମ ରେସରେ ରହିଛନ୍ତି । କିଛି ମାସ ସେ ଟ୍ରୁଡୋଙ୍କ ସ୍ବତନ୍ତ୍ର ପରାମର୍ଶଦାତା ଭାବେ କାମ କରିଥିଲେ । ଖାଲି ବ୍ୟାଙ୍କ ଅଫ୍ କାନାଡା ନୁହେଁ ବ୍ୟାଙ୍କ ଅଫ୍ ଇଂଲଣ୍ଡରେ ମଧ୍ୟ କାମ କରିଛନ୍ତି । ଜଳବାୟୁ କାର୍ଯ୍ୟରେ ଜାତିସଂଘ ସ୍ବତନ୍ତ୍ର ଦୂତ ମଧ୍ୟ ଥିଲେ ।

ଫିଲିପ୍ ସାମ୍ପେନ-କାନାଡା ପିଏମ ରେସରେ ଅଛନ୍ତି ସାଇନ୍ସ ଆଣ୍ଡ ଇଣ୍ଡଷ୍ଟ୍ରି ମନ୍ତ୍ରୀ ଫିଲିସ୍ ସାମ୍ପେନ । ସେ ୨୦୧୫ରେ ପ୍ରଥମ ଥର ନିର୍ବାଚିତ ହୋଇଥିଲେ । ବୈଦେଶିକ ବ୍ୟାପାର ଓ ଅନ୍ତର୍ଜାତୀୟ ବାଣିଜ୍ୟ ସମେତ ଅନେକ କ୍ୟାବିନେଟ ଦାୟିତ୍ବ ତୁଲାଇଛନ୍ତି ।

ଡୋମିନିକ ଲେବାକ- କାନାଡା ପିଏମ ଦୌଡରେ ରହିଛନ୍ତି ଡୋମିନିକ ଲେବାକ । ସେ ଇଣ୍ଟରଗମେଣ୍ଟାଲ ଆଫୟାର୍ସ ମନ୍ତ୍ରୀ ରହିଥିଲେ । ଜଣେ ଟପ୍ ରାଜନେତା ଭାବେ ଲିବରାଲ ପାର୍ଟି ସହ ତାଙ୍କର ସମ୍ପର୍କ ରହିଛି । ସେ ଜଣେ ପ୍ରଧାନମନ୍ତ୍ରୀ ରେସରେ ଜଣେ ଷ୍ଟ୍ରେଙ୍ଗ ଚେହେରା ଅଛନ୍ତି ।

କାହିଁକି ଇସ୍ତଫା ଦେଲେ ଜଷ୍ଟିନ ଟ୍ରୁଡୋ- ଗତ ୬ ତାରିଖରେ କନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିଜ ପଦରୁ ଇସ୍ତଫା ଦେଇଥିଲେ । ଲିବରାଲ ପାର୍ଟିର ଅଧ୍ୟକ୍ଷ ପଦ ବି ଛାଡିଥିଲେ । ଦଳ ମଧ୍ୟରେ ଚାଲିଥିବା ଲଢେଇ ଯୋଗୁଁ ସେ ଏହି ନିଷ୍ପତ୍ତି ନେଇଥିବା ଦେଶବାସୀଙ୍କୁ ସମ୍ବୋଧନ କରି କହିଥିଲେ । ଟ୍ରୁଡୋଙ୍କ ଉପରେ ଲିବରାଲ ପାର୍ଟିର ସାଂସଦଙ୍କ ପକ୍ଷରୁ କିଛି ମାସ ହେଲା ପଦ ଛାଡିବା ଲାଗି ଚାପ ପଡିଥିଲା । ଦଳର ୧୫୩ ସାଂସଦଙ୍କ ମଧ୍ୟରୁ ୧୩୧ ଜଣ ଇସ୍ତଫା ଦାବି କରିଥିଲେ । ଗତ ୧୦ ବର୍ଷ ହେବ କାନାଡର ପ୍ରଧାନମନ୍ତ୍ରୀ  ଥିବା ଜଷ୍ଟିନ ଟ୍ରୁଡୋ ଇସ୍ତଫା ଦେଇଥିଲେ ।


  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.