ନୂଆଦିଲ୍ଲୀ: ଆମେରିକାରେ ହୋଇଥିବା ଭାରତୀୟ ଛାତ୍ରୀ ଜାହ୍ନବୀ କଣ୍ଡୁଲାଙ୍କ ହତ୍ୟା ମାମଲାରେ ଆସିଛି ରୋଚକ ମୋଡ଼। ଆନ୍ଧ୍ରପ୍ରଦେଶର ମୁଳ ନିବାସି ୨୩ ବର୍ଷିୟ ଜାହ୍ନବୀ ଆମେରିକାରେ ରହି ଗ୍ରାଜୁଏସନ କରୁଥିଲେ। ତେବେ ସେ ରାସ୍ତା ପାର ହେଉଥିବାବେଳେ ସିଏଟଲ ପୋଲିସ ବିଭାଗରେ କାମ କରୁଥିବା ଅଭିଯୁକ୍ତ କେଭିନ ଡେଭ ତାଙ୍କୁ ଧକ୍କା ଦେଇଥିଲେ। ଏନେଇ ଭାରତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ଏହି ଘଟଣାରେ ଅଭିଯୁକ୍ତ ପୋଲିସ ଅଧିକାରୀଙ୍କୁ ସିଏଟଲ ପୋଲିସ ବିଭାଗ ମଙ୍ଗଳବାର ଦିନ ବହିଷ୍କାର କରିଛି।
ସୂଚନା ମୁତାବକ, ଆମେରିକାର ସିଏଟଲରେ ୨୦୨୩ ମସିହା ଜାନୁୟାରୀ ୨୩ରେ ପୋଲିସ ଗାଡ଼ି ସହ ଧକ୍କା ହେବା ପରେ ଜାହ୍ନବୀ କଣ୍ଡୁଲା ନାମ୍ନୀ ଭାରତୀୟ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଛାତ୍ରୀଙ୍କୁ ଧକ୍କା ଦେଇଥିବା ପୋଲିସ କାର୍ ଘଣ୍ଟା ପ୍ରତି ୧୧୯ କିଲୋମିଟର ବେଗରେ ଚାଲୁଥିଲା, ଫଳରେ ରାସ୍ତା ପାର ହେଉଥିବାବେଳେ କାର୍ଟି ଜାହ୍ନବୀଙ୍କୁ ଜୋରଦାର ଧକ୍କା ଦେଇଥିଲା। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଜାହ୍ନବୀ ୧୦୦ ଫୁଟ ଉପରକୁ ଉଠି ତଳେ ପଡ଼ିଯାଇଥିଲେ। ତେବେ ଡ୍ରଗ୍ସ ଓଭରଡୋଜ୍ର ଜରୁରୀ ସୂଚନା ପାଇ ପୋଲିସ ଘଟଣାସ୍ଥଳକୁ ଯାଉଥିଲା ଏବଂ ସେଠାରେ ଜଲ୍ଦି ପହଞ୍ଚିବା ପାଇଁ ଅଧିକାରୀ ଜଣକ ଦ୍ରୁତ ଗତିରେ ଗାଡ଼ି ଚଲାଉଥିଲେ।
ଏହା ଏକ ଉଦ୍ଦେଶ୍ୟମୁଳକ ଦୁର୍ଘଟଣା ନଥିଲା। ଅଧିକାରୀ ଜଣଙ୍କ ଡ୍ରଗ୍ସ ଓଭରଡୋଜ୍ର ଖବର ପାଇ ଘଟଣାସ୍ଥଳରେ ଜଲଦି ପହଞ୍ଚିବାକୁ ଚାହୁଁଥିଲେ। କିନ୍ତୁ ସବୁପରେ ମଧ୍ୟ ଏପରି ବିପଦଜ୍ଜନକ ଗାଡି ଚାଳନାକୁ ନଜର ଅନ୍ଦାଜ କରାଯାଇ ପାରିବନି। ଜଣଙ୍କ ଜୀବନ ବଞ୍ଚାଇବାକୁ ଯାଇ ଆଉ ଜଣଙ୍କ ଜୀବନ ନେବା ଆଦୈ ଉଚିତ ନୁହେଁ ବୋଲି ସିଏଟଲ ଅନ୍ତରୀଣ ପୋଲିସ ବିଭାଗର ମୁଖ୍ୟ ସୁଇ ରାହ୍ହ କହିଛନ୍ତି।
କଣ୍ଡୁଲାଙ୍କୁ କାର ଧକ୍କା ଦେବା ଘଟଣା ପୋଲିସ ଅଧିକାରୀଙ୍କ ବଡି କ୍ୟମେରାରେ କଏଦ ହୋଇଥିଲା। ଏହି ଦୁର୍ଘଟଣାପରେ ଦୁଇ ପୋଲିସ ଅଧିକାରୀଙ୍କ ମଧ୍ୟରୁ ଜଣେ ହସି କାଣ୍ଡୁଲାହ୍କ ଜୀବନର ବହୁତ କମ ମୁଲ୍ୟ ବୋଲି କହୁଥିବାର ଶୁଣାଯାଇଥିଲା। ଏନେଇ ଏହି ଘଟଣାରେ ଭାରତ ସମେତ ଆମେରିକାରେ ରହୁଥିବା ଭାରତୀୟ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଭାରତ ଏହି ଘଟଣାର ଦୋଷୀ ମାନଙ୍କ ପାଇଁ ଉପଯୁକ୍ତ ଯାଞ୍ଚ କରିବାକୁ ଆମେରିକାକୁ କହିଥିଲା। ତେବେ ଏହି ଘଟଣାରେ ଅନ୍ୟତମ ଅଭିଯୁକ୍ତ ଡାନିଏଲ ଅର୍ଡରରଙ୍କୁ ପୂର୍ବରୁ ବହିଷ୍କାର କରାଯାଇଥିଲା।