ବେଜିଂ,୦୭/୦୧: ବର୍ଷ ଆରମ୍ଭରୁ ବଡ ପ୍ରାକୃତିକ ବିପର୍ଯ୍ୟୟ । ଭୂକମ୍ପ ନେଲା ଜୀବନ । ତିବ୍ଦତରେ ଧ୍ବସଂଲୀଳା । ନେପାଳ ଓ ତିବ୍ବତ ସୀମାରେ ହୋଇଥିବା ଭୂକମ୍ପରେ ଚୀନରେ ୫୩ ଜଣଙ୍କର ମୃତ୍ୟୁ ହୋଇଛି । ୬୨ ଜଣ ଆହତ ହୋଇଛନ୍ତି । ଆଜି (ମଙ୍ଗଳବାର) ୭.୧ ତୀବ୍ରତାର ଭୂମିକମ୍ପରେ ଥରିଥିଲା ତିବ୍ବତ । ରିପୋର୍ଟ ଲେଖା ଯିବା ସୁଦ୍ଧା ୫୩ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ଭୂକମ୍ପରେ ଭୁଶୁଡି ପଡିଛି ଘର । ଛାରଖାର ହୋଇଛି ଜିନିଷପତ୍ର । ଆଗକୁ ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା କରାଯାଉଛି ।
China Xinhua News tweets, "Fifty-three people have been confirmed dead, and 62 others injured as of Tuesday noon, after a 6.8-magnitude earthquake jolted Dingri County in the city of Xigaze in Xizang Autonomous Region at 9:05 a.m (Beijing Time)." pic.twitter.com/2jQA09MrW4
— ANI (@ANI) January 7, 2025
ଆଜି ସକାଳୁ (ମଙ୍ଗଳବାର) ନେପାଳ ଓ ଚୀନ ତିବ୍ବତ ସୀମାରେ ଭୟଙ୍କର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଲଗାତାର ୬ଟି ଭୂକମ୍ପ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳର ଲୋବୁଚେ ରହିଥିଲା । ରିକ୍ଟର ସ୍କେଲରେ ଏହା ତୀବ୍ରତା ୭.୧ ରେକର୍ଡ ହୋଇଥିଲା । ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ପ୍ରାରମ୍ଭିକ ରିପୋର୍ଟରେ କ୍ଷୟକ୍ଷତିର ସୂଚନା ମିଳିନଥିଲା ମାତ୍ର ପରବର୍ତ୍ତୀ ସମୟରେ ଭୂକମ୍ପରେ ଏଯାବତ ୫୩ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ରଏଟର୍ସ ସୂଚନା ଅନୁସାରେ, ତିବ୍ବତର ଡିଙ୍ଗରି କାଉଣ୍ଟିରେ ୫୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୨ ଜଣ ଆହତ ହୋଇଛନ୍ତି । ଅନେକ ଘର ଭୁଶୁଡି ପଡିଛି । ତିବ୍ବତର ଶିଗାତ୍ସୋ ସହରରେ ବ୍ୟାପକ ଧ୍ବଂସ ଘଟାଇଛି ଭୂକମ୍ପ । ମାଟିରେ ମିଶିଯାଇଛି ଉଚ୍ଚ ଅଟ୍ଟାଳିକା । ଭଗ୍ନାବଶେଷ ତଳେ ଅନେକ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ସେହିପରି ନେପାଳ ଭୂକମ୍ପରେ ଅତିକମରେ ୯ ଜଣଙ୍କର ମୃତ୍ୟୁ ହୋଇଛି । ନେପାଳ ରାଜଧାନୀ କାଠମାଣ୍ଡୁରେ ଭୂକମ୍ପ ଅନୁଭୂତ ହେବା ପରେ ଲୋକମାନେ ଭୟଭୀତ ହୋଇ ଜୀବନ ବିକଳରେ ଘର ବାହାରକୁ ଚାଲିଯାଇଥିଲେ । ନେପାଳ ଭୂକମ୍ପ ପ୍ରଭାବ ଭାରତରେ ପଡିଥିଲା । ଥରିଥିଲା ଉତ୍ତର ଭାରତ । ବିହାର, ଆସାମ ଓ ଦିଲ୍ଲୀ ଏନସିଆରେ ଭୂକମ୍ପ ଛଟକା ଅନୁଭୂତ ହୋଇଥିଲା ।