ପ୍ରମୂଖ ଖବର
  • ଆମେରିକାର କାଲିଫର୍ଣ୍ଣିଆ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ, ୫ ମୃତ, ୭୦ ହଜାର ଲୋକ ସ୍ଥାନାନ୍ତର
  • ||
  • ୟୁକ୍ରେନ୍ ଜପୋରିଝିଆରେ ରୁଷିଆର ବୋମାମାଡ଼, ବ୍ୟାପକ କ୍ଷତି ସୂଚନା, ୧୩ ମୃତ, ୩୦ରୁ ଅଧିକ ଆହତ
  • ||
  • ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରବାସୀ ଭାରତୀୟ ଦିବସର ଉଦ୍‌ଯାପନୀ ସମାରୋହରେ ଯୋଗ ଦେବେ
  • ||
  • ରବିବାରଠୁ କମିବ ଶୀତ, ଆହୁରି ୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା: ୨ ଜିଲ୍ଲାକୁ କୁହୁଡ଼ି ନେଇ ଆଲର୍ଟ
  • ||

ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ନେଇ ବିବାଦ; 'ଶୀଶମହଲ' ତଦନ୍ତ ବେଳେ ଆପ୍ ନେତାଙ୍କୁ ଅଟକାଇଲା ପୋଲିସ

Published By : Ankita S | January 8, 2025 2:57 PM

ନୂଆଦିଲ୍ଲୀ,୦୮/୦୧:  ମୁଣ୍ଡ ଉପରେ ଦିଲ୍ଲୀ ବିଧାନସଭା ନିର୍ବାଚନ । ଏହାରି ଭିତରେ ଶାସକ ଆମ୍ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ ମୁଖ୍ୟମନ୍ତ୍ରୀ ବାସଭବନକୁ ନେଇ ବିବାଦ ବଢିବାରେ ଲାଗିଛି । ଆଜି (ବୁଧବାର) ରାଜ୍ୟସଭା ସାଂସଦ ତଥା ଆପ୍ ନେତା ସଞ୍ଜୟ ସିଂହ ଓ ମନ୍ତ୍ରୀ ସୌରଭ ଭାରଦ୍ବାଜଙ୍କ ସହ ଅନ୍ୟ ନେତାମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଇଥିଲେ । ସାଙ୍ଗରେ ମିଡିଆ ଥିଲା । ସେମାନଙ୍କୁ ଭିତରକୁ ଯିବାକୁ ଦେଇ ନଥିଲେ ସେଠାରେ ପୂର୍ବରୁ ଉପସ୍ଥିତ ଥିବା ପୋଲିସ । ଆପ୍ ନେତାଙ୍କୁ ଅଟକାଇ ଦେଇଥିଲା ଦିଲ୍ଲୀ ପୋଲିସ । ଏହାକୁ ନେଇ ବିଜେପି ଉପରେ ବର୍ଷିଛନ୍ତି ଆପ୍ ନେତା ।

ଆମ୍ ଆଦମୀ  ପାର୍ଟି ନେତା ତଥା ମନ୍ତ୍ରୀ ସୌରଭ ଭାରଦ୍ବାଜ କହିଛନ୍ତି, ଭାରତୀୟ ଜନତା ପାର୍ଟି ଏହା ହିଁ ଚାହୁଁଛି କି ଘରର କୌଣସି ଭିଡିଓ ନ ହେଉ ଫଟୋ ନ ଉଠାଯାଉ । ପୂର୍ବରୁ ନୂଆ ନୂଆ ଭିଡିଓ ଫଟୋ ପଠାଉଥିଲେ । ଏବେ ଆମେ କ୍ୟାମେରା ଆଣି ଆସିଛୁ । ଏବେ ଓଲଟା ଦୌଡୁଛି ବିଜେପି । ୩ଟି ଲେଖାଏଁ ବ୍ୟାରିକେଟ ଲଗାଇଛି । ଡିସିପି, ଅତିରିକ୍ତ ଡିସିପିଙ୍କୁ ଛିଡା କରିଛନ୍ତି । ବର୍ଡର ବନେଇ ଦେଇଛନ୍ତି । ମିଡିଆ ଦେଖନ୍ତୁ ସିଏମ ହାଉସରେ କେଉଁଟି ସୁଇଂମିଙ୍ଗ ପୁଲ ରହିଛି କେଉଁଠି ବାର ଅଛି । ସୁନାର ଶୌଚାଳୟ ଥିବା କହୁଥିଲେ ଦେଖିନେବା କେଉଁଠି ଅଛି ଆମେ ତ ଦେଖିନାହୁଁ । ଯଦି ଅଛି ଖୋଜା ଯାଉ ନଚେତ ପ୍ରଧାନମନ୍ତ୍ରୀଙ୍କ ବାସ ଭବନରେ ଖୋଜାଯାଉ ।

ମୁଖ୍ୟମନ୍ତ୍ରୀ ବାସଭବନକୁ ମିଡିଆ ସହ ପରିଦର୍ଶନ କରିବା ନେଇ କରିଥିଲେ ସାଂସଦ ସଞ୍ଜୟ ସିଂହ । ଆଜି ସିଏମ ହାଉସ ପରିଦର୍ଶନରେ ବାହିରିଥିବା ବେଳେ ତାଙ୍କୁ ପୋଲିସ ଅଟକାଇଥିଲା । ଏହାପରେ ସେଠାରେ ଧାରଣାରେ ବସିଥିଲେ ସାଂସଦ ସଞ୍ଜୟ ସିଂହଙ୍କ ସମେତ ଆପ୍ ନେତା ।ଏହାକୁ ନେଇ ସଞ୍ଜୟ ସିଂହ କହିଛନ୍ତି, ସିଏମ ବାସଭବନକୁ ଯିବାକୁ ଆମକୁ କାହା ଅନୁମତି ଦରକାର ନାହିଁ । ବିଜେପି ନେତାଙ୍କୁ ସିଏମ ବାସଭାବନ ଦେଖେଇବାକୁ ଚାହୁଁଛୁ । ମକୁ  ଜଥା ଅଟକ ଯାଇଛି । କାହା କଥାରେ ଅଟକ ରଖାଯାଇଛି ।

କଣ ସିଏମ୍ ହାଉସ ବିବାଦ ? 

ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବାସକୁ ନେଇ ବିଜେପି ଲଗାତାର ଅଭିଯୋଗ ଆଣୁଥିଲା । ସିଏଜି ରିପୋର୍ଟ ଦେଖାଇ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ହୋଇଥିବା ଖର୍ଚ୍ଚକୁ ନେଇ ଟାର୍ଗେଟ କରିଥିଲା । ବିଜେପି  ମୁଖପାତ୍ର ସମ୍ବିତ ପାତ୍ର ପ୍ରେସମିଟ କରି ସିଏଜି ରିପୋର୍ଟ ବିଷୟରେ କହି ସିଏମ ହାଉସ ଭିତରେ ସୁଇମିଂଙ୍କ ପୁଲ, ବାର ଅଛି । ସୁନାର ଶୌଚାଳୟ ରହିଛି । ସିଏମ ହାଉସ ନୁହେଁ 'ଶୀଶମହଲ' । ମୁଖ୍ୟମନ୍ତ୍ରୀ ବାସଭବନ ନେଇ ୩୩ କୋଟି ୬୬ ଲକ୍ଷ ଟଙ୍କା ଦିଆଯାଇଛି । କେଉଁଠି ୭ କୋଟିର ଆକଳନ କେଉଁଠି ୩୩ କୋଟି ଟଙ୍କା ବୋଲି କହିଥିଲା ବିଜେପି ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.