ଜୟପୁର, ୮।୧: ଭାରତରେ ଅନେକ ମନ୍ଦିର ରହିଛି, ଯେଉଁଠାରେ ବିଭିନ୍ନ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ପୂଜାପାନ୍ତି । କିନ୍ତୁ, କୌଣସି ମନ୍ଦିରରେରେ ମାଙ୍କଡ଼ ମୂର୍ତ୍ତି ପୂଜା ପାଉଥିବାର ଶୁଣିଛନ୍ତି କି ? ରାଜସ୍ଥାନ ଯୋଧପୁର ଭୋପାଳଗଡ଼ଠାରେ ଥିବା ଏକ ମନ୍ଦିର ଯେଉଁଠାରେ ମାଙ୍କଡ଼ ପ୍ରତିମୂର୍ତ୍ତି ପୂଜାପାଏ । କଥାଟି ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ଏହା ସତ । ଏହି ମନ୍ଦିରରେ ବାଲାଜୀ ଭଗବାନଙ୍କ ମଧ୍ୟ ପ୍ରତିମୂର୍ତ୍ତି ପୂଜାପାନ୍ତି । ଯେଉଁ କାରଣରୁ ଏହା କରେଣ୍ଟ ବାଲାଜୀ ମନ୍ଦିର ଭାବେ ପରିଚିତ । ଏହି ମନ୍ଦିରରେ ବାନର ଦେବତାଙ୍କୁ ପୂଜା କରାଯାଏ । ଏଠାରେ ପୂଜା ପାଉଥିବା ବାନର ଦେବତା ସମସ୍ତ ଇଚ୍ଛା ପୂରଣ କରନ୍ତି ବୋଲି ସେଠାକାର ଲୋକଙ୍କର ବିଶ୍ୱାସ ରହିଛି ।
ତେବେ ମନ୍ଦିରରେ ବାନର ଦେବତାଙ୍କୁ କାହିଁକି ପୂଜା କରାଯାଏ ? ଏହା ପଛରେ ରହିଛି ଅନେକ ପୌରାଣିକ କାହାଣୀ । ସ୍ଥାନୀୟ ଲୋକଙ୍କ କହିବାନୁସାରେ, ୨୩ ବର୍ଷ ପୂର୍ବରୁ ଏକ କମେଣ୍ଟ ଲାଗିବା ଫଳରେ ଏକ ମାଙ୍କଡ଼ର ମୃତ୍ୟୁ ହୋଇଥିଲା । ମାଙ୍କଡ଼ଟି ମରିଯିବାରୁ ଗାଁ ଲୋକ ଦୁଃଖ ପ୍ରକାଶ କରିଥିଲେ । ଯାହା ପରେ ଗାଁରେ ମାଙ୍କଡ଼ଟିର ଏକ ସମାଧି ତିଆରି କରିବାକୁ ଯୋଜନା କଲେ । ଯାହା ପରେ ଗାଁ ଲୋକମାନେ ମାଙ୍କଡ଼ର ସମାଧି ଦେଇଥିଲେ । ଏଥିସହ ଗାଁ ଲୋକଙ୍କଠାରୁ ଚାନ୍ଦା ଆଦାୟ କରି ଏକ ମନ୍ଦିର ନିର୍ମାଣ କଲେ । ଯେଉଁଠାରେ ବର୍ତ୍ତମାନ ବାଲାଜୀଙ୍କ ସହ ମାଙ୍କଡ଼ର ମୂର୍ତ୍ତି ପୂଜା ପାଉଛନ୍ତି । ଲୋକଙ୍କ ବିଶ୍ୱାସ ଯେ, ଏଠାରେ ପୂଜା କରିବା ଦ୍ୱାରା ବାନର ଦେବତା ସମସ୍ତ ମନୋସ୍କାମନା ପୂରଣ କରିଥାନ୍ତି ।