ପ୍ରମୂଖ ଖବର
  • ଜୁନାଗଡ଼ ; ଟାୟାର ଫାଟି ଜଳିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସମ୍ୱଲପୁର : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍‌: ଆଖି ବୁଜିଲା ୫ ବର୍ଷର ଶିଶୁ, ବାପା ମାଆ ଗୁରୁତର
  • ||
  • ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବୋଧନ, ପୁଞ୍ଜି ନିବେଶ ପାଇଁ ପ୍ରବାସୀ ଭାରତୀୟଙ୍କୁ ଆହ୍ୱାନ
  • ||
  • ହଂସିକା ଏବଂ ଅନିଲ ଦିନିକିଆ ରିମାଣ୍ଡରେ ନେଲା ସ୍ପେଶାଲ କ୍ରାଇମ ୟୁନିଟ
  • ||
  • ବୌଦ୍ଧ : ଟ୍ରକ୍‌କୁ ପଛପଟୁ ପିଟିଲା କୋର୍ଟ ଭ୍ୟାନ୍‌, ୨ ପୋଲିସ ଆହତ
  • ||
  • ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ, "ଜଗନ୍ନାଥ ଓ ଲିଙ୍ଗରାଜଙ୍କ ଭୂମିରେ ଆପଣଙ୍କୁ ସ୍ଵାଗତ"
  • ||
  • ଶାମ୍ବ ଦଶମୀରେ କୋଣାର୍କରୁ ଚନ୍ଦ୍ରଭାଗା ଗଡ଼ିଲା ସୂର୍ଯ୍ୟ ରଥ
  • ||
  • ଗଞ୍ଜାମ : ଡ୍ରେନ୍‌ରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ଆମେରିକାର କାଲିଫର୍ଣ୍ଣିଆ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ, ୫ ମୃତ, ୭୦ ହଜାର ଲୋକ ସ୍ଥାନାନ୍ତର
  • ||
  • ୟୁକ୍ରେନ୍ ଜପୋରିଝିଆରେ ରୁଷିଆର ବୋମାମାଡ଼, ବ୍ୟାପକ କ୍ଷତି ସୂଚନା, ୧୩ ମୃତ, ୩୦ରୁ ଅଧିକ ଆହତ
  • ||
  • ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରବାସୀ ଭାରତୀୟ ଦିବସର ଉଦ୍‌ଯାପନୀ ସମାରୋହରେ ଯୋଗ ଦେବେ
  • ||
  • ରବିବାରଠୁ କମିବ ଶୀତ, ଆହୁରି ୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା: ୨ ଜିଲ୍ଲାକୁ କୁହୁଡ଼ି ନେଇ ଆଲର୍ଟ
  • ||

ପ୍ରତିଶୋଧ ନେଲା ସେନା, ଯବାନଙ୍କ ଗୁଳିରେ ଟଳିଲେ ୩ ନକ୍ସଲ

Published By : Prameya | January 9, 2025 1:54 PM

ସୁକମା, ୦୯/୦୧ : ଯବାନଙ୍କ ଗାଡିକୁ ଟାର୍ଗେଟ୍ କରି ଆଇଡି ବିସ୍ଫୋରଣ ଘଟଣା। ପ୍ରତିଶୋଧ ନେଲା ସେନା। ଛତିଶଗଡ଼ ସୁକମା ଜିଲ୍ଲାରେ ଏନକାଉଣ୍ଟର। ଯବାନଙ୍କ ଗୁଳିରେ ଟଳିଲେ ୩ ନକ୍ସଲ। ଏନକାଉଣ୍ଟର ବେଳେ ଆହୁରି ଅଧିକ ମାଓବାଦୀ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ଏନେଇ ସୁକମା ଏସପି କିରଣ ଚୌହ୍ଵାନ ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ, ସୁକମା ଏବଂ ବିଜାପୁର ସୀମାବର୍ତ୍ତୀ ଅଞ୍ଚଳରେ ସୁକମା ପୋଲିସ, କୋବ୍ରା, ଡିଆରଜି ବାହିନୀ ଏବଂ ଏସଟିଏଫ୍ ପକ୍ଷରୁ କମ୍ଵିଂ ଅପରେସନ କରାଯାଇଥିଲା। ଏହ ସମୟରେ ନକ୍ସଲମାନେ ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଇଥିଲେ। ସୁରକ୍ଷା ବାହିନୀ ଏହାର ପ୍ରତିଜବାବ ଦେଇଥିଲେ। ଯବାନଙ୍କ ଗୁଳିରେ ୩ ଜଣ ନକ୍ସଲ ନିପାତ ହୋଇଛନ୍ତି। ଆହୁରି ଅଧିକ ନକ୍ସଲ ମରିଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି। 

ପ୍ରକାଶ ଥାଉକି, ଜାନୁଆରୀ ୬ ତାରିଖ ଦିନ ଯବାନମାନେ ଜଏଣ୍ଟ ଅପରେସନ କରି କ୍ୟାମ୍ପକୁ ଫେରୁଥିଲେ। ପାଖାପାଖି ସାଢେ ୨ଟା ବେଳେ ବିଜାପୁର ଜିଲ୍ଲା କୁଟରୁ ଥାନା ଅନ୍ତର୍ଗତ ଅମ୍ଵେଲି ଗାଁ ନିକଟରେ ନକ୍ସଲମାନେ ଯବାନଙ୍କ ଗାଡିକୁ ଟାର୍ଗେଟ୍ କରି ଆଇଡି ବିସ୍ଫୋରଣ କରିଥିଲେ। ଏହି ଆକ୍ରମଣରେ ଦନ୍ତେୱାଡା ଡିଆରଜି ବାହିନୀର ୮ ଜଣ ଯବାନଙ୍କ ସମେତ ଜଣେ ଡ୍ରାଇଭର୍ ଶହୀଦ ହୋଇଥିଲେ। ଏହି ଘଟଣା ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ନକ୍ସଲଙ୍କୁ କଡ଼ା ଚେତାବନୀ ଦେଇଥିଲେ। ସେ କହିଥିଲେ ଯେ, ବୀର ଯବାନଙ୍କ ପ୍ରାଣ ବଳି ବ୍ୟର୍ଥ ଯିବ ନାହିଁ। ଆମ ସରକାର ନକ୍ସଲବାଦର ମୂଳପୋଛ କରିବାକୁ ପ୍ରତିବଦ୍ଧ। 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.