ପ୍ରମୂଖ ଖବର

ମହାକୁମ୍ଭରେ ଆଦାନୀଙ୍କ ପ୍ରସାଦ ସେବା, ଦୈନିକ ୧ ଲକ୍ଷ ଲୋକଙ୍କୁ ଖୁଆଇବେ

Published By : Prameya | January 9, 2025 7:17 PM

ଲକ୍ଷ୍ନୌ,୯।୧: ଉତ୍ତର ପ୍ରଦେଶରେ ପ୍ରୟାଗରାଜରେ ଆରମ୍ଭ ହେବାକୁ ଯାଉଛି କୁମ୍ଭମେଳା। ଏଥିରେ ଏବେ  ପ୍ରସାଦ ସେବା ଆୟୋଜନ କରିବାକୁ ଯାଉଛନ୍ତି ଦେଶର ପ୍ରସିଦ୍ଧ ଉଦ୍ୟୋଗପତି ଗୌତମ ଆଦାନୀ।  ସେ ଇସ୍କନ୍ ସହ ମିଶି ଏହି ସେବା ଆରମ୍ଭ କରିବାକୁ ଯାଉଛନ୍ତି। ଏହା ଅନୁସାରେ, ପ୍ରତିଦିନ ୧ ଲକ୍ଷ ଭକ୍ତଙ୍କୁ ପ୍ରସାଦ ଦିଆଯିବ। ଏଥିରେ ୧୮ ହଜାର ସଫେଇ କର୍ମଚାରୀ ମଧ୍ୟ ସାମିଲ ହେବେ। ପ୍ରସାଦରେ ରୁଟି, ଡାଲି,ଭାତ, ପରିବା ତରକାରୀ ଓ ମିଠା ରହିବ। ଏହାଛଡା ଆଦାନୀ ଗ୍ରୁପ୍ ବିଶେଷ ଭାବରେ ଦିବ୍ୟାଙ୍ଗ, ବୟସ୍କ ଓ ପିଲାଙ୍କ ପାଇଁ ଗୋଲ୍ଫ କୋର୍ଟର ସୁବିଧା ମଧ୍ୟ ପ୍ରଦାନ କରିବ। ଫଳରେ ମେଳା ଯିବା ଆସିବାରେ ସୁବିଧା ହୋଇପାରିବ।

ଆଦାନୀ ଗ୍ରୁପ୍‌ ଗୋରଖପୁର ସ୍ଥିତ ଗୀତା ପ୍ରେସ୍‌ ସହ ହାତ ମିଳାଇଛି। ଫଳରେ ପ୍ରାୟ ୧ କୋଟି ’ଆରତୀ ସଂଗ୍ରହ’ ବହି ଛପାଯିବ। ଏହି ଆରତୀ ସଂଗ୍ରହରେ ଭଗବାନ ଶିବ, ଲକ୍ଷ୍ମୀ, ଗଣେଶ, ବିଷ୍ଣୁ, ଦୁର୍ଗା ଓ ଅନ୍ୟ ଦେବା-ଦେବୀଙ୍କୁ ସମର୍ପିତ କରାଯିବ। ବହି ଗୁଡିକ କୁମ୍ଭମେଳାରେ ମାଗଣାରେ ବିତରଣ କରାଯିବ। ଚଳିତ ବର୍ଶ କୁମ୍ଭମେଳାରେ ପ୍ରାୟ ୪୦ କୋଟି ଶ୍ରଦ୍ଧାଳୁ ଆସିବାର ଆଶା ରହିଛି। ଏହାକୁ ୬,୩୮୨ କୋଟି ଟଙ୍କା ବଜେଟ୍‌ରେ ଆୟୋଜିତ କରାଯାଉଛି। ମହାକୁମ୍ଭ ମେଳା ୩୦ ରୁ ୪୫ ଦିନ ପର୍ଯ୍ୟନ୍ତ ଚାଲିବ। ୧୩ ଜାନୁଆରୀରୁ ୨୬ ଫେବୃଆରୀ ପର୍ଯ୍ୟନ୍ତ ଆୟୋଜିତ ହେବ। 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.