ପ୍ରମୂଖ ଖବର
  • ଜୁନାଗଡ଼ ; ଟାୟାର ଫାଟି ଜଳିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସମ୍ୱଲପୁର : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍‌: ଆଖି ବୁଜିଲା ୫ ବର୍ଷର ଶିଶୁ, ବାପା ମାଆ ଗୁରୁତର
  • ||
  • ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବୋଧନ, ପୁଞ୍ଜି ନିବେଶ ପାଇଁ ପ୍ରବାସୀ ଭାରତୀୟଙ୍କୁ ଆହ୍ୱାନ
  • ||
  • ହଂସିକା ଏବଂ ଅନିଲ ଦିନିକିଆ ରିମାଣ୍ଡରେ ନେଲା ସ୍ପେଶାଲ କ୍ରାଇମ ୟୁନିଟ
  • ||
  • ବୌଦ୍ଧ : ଟ୍ରକ୍‌କୁ ପଛପଟୁ ପିଟିଲା କୋର୍ଟ ଭ୍ୟାନ୍‌, ୨ ପୋଲିସ ଆହତ
  • ||
  • ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ, "ଜଗନ୍ନାଥ ଓ ଲିଙ୍ଗରାଜଙ୍କ ଭୂମିରେ ଆପଣଙ୍କୁ ସ୍ଵାଗତ"
  • ||
  • ଶାମ୍ବ ଦଶମୀରେ କୋଣାର୍କରୁ ଚନ୍ଦ୍ରଭାଗା ଗଡ଼ିଲା ସୂର୍ଯ୍ୟ ରଥ
  • ||
  • ଗଞ୍ଜାମ : ଡ୍ରେନ୍‌ରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ଆମେରିକାର କାଲିଫର୍ଣ୍ଣିଆ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ, ୫ ମୃତ, ୭୦ ହଜାର ଲୋକ ସ୍ଥାନାନ୍ତର
  • ||
  • ୟୁକ୍ରେନ୍ ଜପୋରିଝିଆରେ ରୁଷିଆର ବୋମାମାଡ଼, ବ୍ୟାପକ କ୍ଷତି ସୂଚନା, ୧୩ ମୃତ, ୩୦ରୁ ଅଧିକ ଆହତ
  • ||
  • ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରବାସୀ ଭାରତୀୟ ଦିବସର ଉଦ୍‌ଯାପନୀ ସମାରୋହରେ ଯୋଗ ଦେବେ
  • ||
  • ରବିବାରଠୁ କମିବ ଶୀତ, ଆହୁରି ୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା: ୨ ଜିଲ୍ଲାକୁ କୁହୁଡ଼ି ନେଇ ଆଲର୍ଟ
  • ||

ମୁଙ୍ଗେଲ ଷ୍ଟିଲ୍‌ ପ୍ଲାଣ୍ଟରେ ବଡ଼ ଦୁର୍ଘଟଣା ,ସାଇଲୋ ଖସି ପଡ଼ିବାରୁ ୪ ଶ୍ରମିକଙ୍କ ମୃତ୍ୟୁ ; ଅନେକ ଚାପି ହୋଇଥିବା ଆଶଙ୍କା

Published By : Prameya | January 9, 2025 6:21 PM

ରାୟପୁର : ଛତିଶଗଡ଼ର ମୁଙ୍ଗେଲି ଜିଲ୍ଲାରେ ଗୁରୁବାର ଏକ ବଡ଼ ଅଘଟଣ ଘଟିଛି। କୁହାଯାଉଛି ମୁଙ୍ଗେଲି ଜିଲ୍ଲାରେ ଏକ ମେଲ୍ଟିଂ ପ୍ଲାଣ୍ଟରେ ସାଇଲୋ ଖସି ପଡ଼ିବାରୁ ୪ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଆଉ ୪ଜଣ ଫସି ରହିଥିବା ଆଶଙ୍କା କରାଯାଉଛି। ମୁଙ୍ଗେଲଲିର ପୁଲିସ ଅଧିକ୍ଷକ ଭୋଜରାମ ପଟେଲ କହିଛନ୍ତି କି, ଘଟଣାଟି ଜିଲ୍ଲାର ସାରାଗାଁ ଅଞ୍ଚଳ ସ୍ଥିତ ଏକ ମେଲ୍ଟିଂ ପ୍ଲାଣ୍ଟରେ ଦ୍ୱିପ୍ରହର ସମୟରେ ହୋଇଛି। ଲୁହାରେ ତିଆରି ଏହି ସାଇଲୋର ବ୍ୟବହୃତ ମାଲ୍‌କୁ ଏକ ସ୍ଥାନରେ ଜମା କରିବାକୁ କରାଯାଉଛି। 

ପୁଲିସ ଅଧିକାରୀ କହିଛନ୍ତି କି, ଏହି ସାଇଲୋ ସାଇଟ୍‌ରେ ଥିବା ପାଖାପାଖି ୮ଜଣ ଶ୍ରମିକଙ୍କ ଉପରେ ଖସି ପଡ଼ିଥିଲା। ସୂଚନା ମିଳିବା କ୍ଷଣି ପୁଲିସର ଏକ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ଏବଂ ଉଦ୍ଧାର ଅଭିଯାନ ଆରମ୍ଭ ହୋଇ ଯାଇଛି। ଭଗ୍ନାବଶେଷ ତଳେ ଆହୁରି ଅନେକ ଶ୍ରମିକଙ୍କ ଫସି ରହି ଥିବାର ଆଶଙ୍କା କରାଯାଉଛି। ତାଙ୍କୁ ବାହାର କରିବାକୁ ପ୍ରୟାସ କରାଯାଉଛି। ଦୁର୍ଘଟଣାର ଶିକାର ହୋଇଥିବା ଶ୍ରମିକ ସାଇଟ୍‌ରେ କାମ କରୁଥିଲେ। 

ମୁଙ୍ଗେଲି କଲେକ୍ଟର ରାହୁଲ ଦେବ କହିଛନ୍ତି କି, ମୁଙ୍ଗେଲିର ସାରାଗାଁରେ ଏକ ଲୁହା ତିଆରି କରୁଥିବା ଫ୍ୟାକ୍ଟ୍ରିର ସାଇଲୋ ଷ୍ଟ୍ରକଚର ଭାଙ୍ଗି ପଡ଼ିବାରୁ ଏହି ଦୁର୍ଘଟଣା ହୋଇଛି। ଆହତ ଶ୍ରମିକଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଓ ପ୍ରଶାସନ ଘଟଣା ସ୍ଥଳରେ ରହିଛନ୍ତି। ଉଦ୍ଧାର ଅଭିଯାନ ଜାରି ରହିଛି। ଜରୁରୀକାଳୀନ ସେବା ଓ ରେସ୍କ୍ୟୁ ଟିମ୍‌ ଫସି ରହିଥିବା ଶ୍ରମିକଙ୍କୁ ବାହାରକୁ ଆଣିବାରେ ଲାଗି ପଡ଼ିଛନ୍ତି। ଅଧିକାରୀମାନେ ସ୍ଥିତି ଉପରେ ନଜର ରଖିଛନ୍ତି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.