ପ୍ରମୂଖ ଖବର
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ତିନି ଝିଅ ଏବଂ ସ୍ବାମୀ-ସ୍ତ୍ରୀଙ୍କୁ ନିର୍ମମ ହତ୍ୟା, ବେଡ୍‌-ବକ୍ସରୁ ମିଳିଲା ମୃତଦେହ

Published By : Tapas Panda | January 9, 2025 11:32 PM

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମେରଠରେ ବିଭତ୍ସ ହତ୍ୟା । ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି । ବାପା-ମାଙ୍କ ସମେତ ୩ ଶିଶୁ କନ୍ୟାଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି ।  ଲିସାଡ଼ି ଗେଟ୍ ଥାନା ଅନ୍ତର୍ଗତ ସୁହେଲ ଗାର୍ଡେନ କଲୋନିରେ ଗୋଟିଏ ପରିବାରର ୫ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତକଙ୍କ ମଧ୍ୟରେ ସ୍ୱାମୀ-ସ୍ତ୍ରୀ ଏବଂ ତିନି ଝିଅ ଅଛନ୍ତି । ହତ୍ୟା ପରେ ଶବଗୁଡ଼ିକୁ ଘର ଭିତରେ ଲୁଚାଯାଇଥିଲା । ଘଟଣାର ସୂଚନା ମିଳିବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମୃତଙ୍କ ମଧ୍ୟରେ ମୋଇନ (ସ୍ୱାମୀ), ଅସମା (ସ୍ତ୍ରୀ) ଏବଂ ତିନି ଝିଅ ଅଫ୍ସା (୦୮), ଅଜିଜା (୦୪) ଏବଂ ଅଦିବା (୦୧)  ରହିଛନ୍ତି। ଦୁର୍ବୃତ୍ତମାନେ ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହକୁ ଚଟାଣାରେ ପକାଇଥିବା ବେଳେ ତିନି ଝିଅଙ୍କ ଶବକୁ ଅଖାରେ ବାନ୍ଧି ବେଡ୍ ବକ୍ସ ଭିତରେ ଲୁଚାଇ ଦେଇଥିଲେ । ଘର ଭିତରେ ଥିବା ସବୁ ଜିନିଷ ଚାରିଆଡ଼େ ପଡ଼ିଥିବାରୁ, ଲୁଟ୍ ଦିଗରୁ ବି ପୋଲିସ ତଦନ୍ତ କରୁଛି ।

ମୋଇନଙ୍କ ଭାଇ ସଲୀମ ଗୁରୁବାର ସଂଧ୍ୟାରେ ଘରେ ପହଞ୍ଚିବା ପରେ ବିଭତ୍ସ ହତ୍ୟା ସଂପର୍କରେ ଜଣାପଡ଼ିଥିଲା । ସେ ଆସିବା ବେଳକୁ ଘର ଭିତରୁ ବନ୍ଦ ରହିଥିଲା ଏବଂ ସେ ଡାକିବା ପରେ ବି କବାଟ କେହି ଖୋଲିନଥିଲେ । ଏନେଇ ପଡ଼ୋଶୀଙ୍କୁ ପଚରାଉଚରା କରିବା ପରେ ଘରର କବାଟ ଭାଙ୍ଗି ଭିତରକୁ ପଶିଥିଲେ ସଲୀମ । ଘରେ ପଶିବା ପରେ ମୋଇନ ଏବଂ ଅସମାଙ୍କ ମୃତ ଦେହ ତଳେ ପଡ଼ିଥିବା ସେ ଦେଖିଥିଲେ । ୩ ଝିଅଙ୍କୁ ସେ ଖୋଜାଖୋଜି କରିଥିଲେ । ପେର ତିନି ଝିଅଙ୍କ ଶବ ବେଡ୍ ବକ୍ସ ଭିତରୁ ମିଳିଥିଲା । ଘଟଣା ନେଇ ସୂଚନା ମିଳିବା ପରେ ଏସଏସପି ବିପିନ ତାଡାଙ୍କ ସମେତ ବରିଷ୍ଠ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ଘର ଆଖପାଖରେ ଲାଗିଥିବା ସିସିଟିଭିର ଫୁଟେଜ୍‌ ମଧ୍ୟ ଯାଞ୍ଚ କରୁଛି ପୋଲିସ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.