ନୂଆଦିଲ୍ଲୀ,୧୦/୦୧: ସମଲିଙ୍ଗୀ ବିବାହକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ପୁନଃ ସମୀକ୍ଷା କରିବାକୁ ହୋଇଥିବା ଏକାଧିକ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ତେବେ ପୂର୍ବରୁ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ମନା କରି ଦେଇଥିଲେ ।
ତେବେ ୨୦୨୩ରେ ସର୍ବୋଚ୍ଚ ନ୍ୟାୟାଳୟ ଏହାକୁ ମନା କରିଦେଇଥିଲେ । ପୂର୍ବରୁ ସୁପ୍ରିମକୋର୍ଟ ଐତିହାସିକ ରାୟରେ କହିଥିଲେ, ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବା ପାଇଁ ସମ୍ବିଧାନରେ କୌଣସି ବ୍ୟବସ୍ଥା ନାହିଁ । ପୂର୍ବ ରାୟ ଉପରେ ପୁନର୍ବିଚାର କରିବାକୁ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା। ହେଲେ ଗତକାଲି ଏହାକୁ ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ପୂର୍ବର ନିଷ୍ପତ୍ତି ଠିକ ରହିଥିଲା, ତେଣୁ ସେଥିରେ ହସ୍ତକ୍ଷେପ କରିବାର କୌଣସି କାରଣ ନାହିଁ ବୋଲି ରିଭ୍ୟୁ ପିଟିସସନକୁ ଖାରଜ କରିଦେଇଛନ୍ତି । ବିଚାରପତି ବି.ଆର. ଗଭଇ, ସୂର୍ଯ୍ୟକାନ୍ତ, ବି.ଭି. ନାଗାରତ୍ନା, ପି.ଏସ. ନରସିଂହ ଏବଂ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଚାମ୍ବରରେ ଆବେଦନଗୁଡ଼ିକର ସମୀକ୍ଷା କରିଥିଲେ । ଏହାର ଓପନ କୋର୍ଟ ଶୁଣାଣିରେ ଆବଶ୍ୟକ ନାହିଁ ବୋଲି ଖଣ୍ଡପୀଠ ରଖିଛନ୍ତି।