ପ୍ରମୂଖ ଖବର
  • ଭିଜିଲାନ୍ସ ପଞ୍ଝାରେ ସରକାରୀ ବାବୁ, ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଏଆରଆଇ
  • ||
  • ଜନତା ମଇଦାନରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୭ ପ୍ରବାସୀଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିବେ
  • ||
  • ଫେବ୍ରୁଆରୀ ୧୧ରେ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା
  • ||
  • ଭୋଗରାଇ : ଚଢାଉ ବେଳେ ଅବକାରୀ ଟିମ୍‌ ଉପରେ ଆକ୍ରମଣ ଘଟଣା: ୨ ଗିରଫ
  • ||
  • ମର୍ସିଡିଜ୍‌କୁ ପଛରୁ ପିଟିଲା 'ମୋ ବସ୍‌', ଅଳ୍ପକେ ବର୍ତ୍ତିଲେ ଚାଳକ
  • ||
  • ବାରିପଦା : ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ଅନୁଗୁଳ : ଶୌଚ ପାଇଁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • କୁମ୍ଭୀର ଗଣନା ପାଇଁ ଜାନୁଆରୀ ୧୪ରୁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ
  • ||
  • ଶିମିଳିପାଳରେ ଶୀତ ଲହରି ଜାରି, ଘନ କୁହୁଡ଼ି ପାଇଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ
  • ||
  • ରାୟଗଡା : ଏସ୍‌କେ ମାର୍ଟରେ ଲାଗିଲା ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ଲୁଗା
  • ||
  • ମିରଟ ସୋହେଲ ଗାର୍ଡେନ ଅଞ୍ଚଳରେ ଚାଞ୍ଚଲ୍ୟ ଘଟଣା, ବକ୍ସ ଖଟ ଭିତରୁ ୫ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ରଣପୁର : ପିକ୍‌ନିକ୍‌ ବସ୍‌ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ, ୩୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ଦୁଇ ଦିନ ପରେ କମିବ ଶୀତ, ଶନିବାର ୩ ଜିଲ୍ଲାରେ ଘନ କୁହୁଡି ନେଇ ଆଲର୍ଟ: ସବୁଠୁ ଥଣ୍ଡା ଜି.ଉଦୟଗିରି
  • ||

ତେଲେଙ୍ଗାନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪ ଓଡ଼ିଆ ଶ୍ରମିକ ମୃତ

Published By : Anindita | January 10, 2025 10:59 AM

ହାଇଦ୍ରାବାଦ,୧୦/୦୧:  ତେଲେଙ୍ଗାନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକକୁ ପଛରୁ ପିଟିଲା ବସ୍ । ଫଳରେ ଘଟଣାସ୍ଥଳରେ ଚାଲିଗଲା ୪ ଓଡ଼ିଆ ଶ୍ରମିକଙ୍କ ଜୀବନ । ତେବେ ତେଲେଙ୍ଗାନାର ସୂର୍ଯ୍ୟାପେଟ-ଖମାମ ହାଇଓ୍ବେରେ ଘଟିଛି ଏହି ଦୁର୍ଘଟଣା ।

ସୂଚନା ମୁତାବକ, ଗତକାଲି ନୂଆପଡା ସିନାପାଲିରୁ  ଭାୟା ମାଲକାନଗିରି ହୋଇ ୩୨ ଜଣ ଶ୍ରମିକ ଗୁପ୍ତା ନାମକ ଏକ ଘରୋଇ  ବସ୍ ଯୋଗେ ହାଇଦ୍ରାବାଦ ଯାଉଥିଲେ । ହେଲେ ଯିବା ସମୟରେ ଆଜି ଭୋର ୩.୩୦ ରୁ ୪ଟା ମଧ୍ୟରେ  ଚିଭମେଲା ମଣ୍ଡଳର ଆଲିପୁର ଗ୍ରାମ ନିକଟରେ ବସଟିର ଟାୟାର ଫାଟିଯିବାରୁ ଭାରସାମ୍ୟ ହରାଇ ବାଲି ବୋଝେଇ ଟ୍ରକକୁ ପଛରୁ ଧକ୍କା ଦେଇଥିଲା । ଫଳରେ ୪ ଜଣ ଓଡିଆ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୮ଜଣ ଆହତ ହୋଇଛନ୍ତି । ତେବେ ସମସ୍ତ ଆହତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ବସ୍‌ ଡ୍ରାଇଭର, ୨ ମହିଳା ଶ୍ରମିକ ଓ ଜଣେ ପୁରୁଷ ଶ୍ରମିକ ଥିବା ଜଣାଯାଇଛି। ତେବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଥିବା ବେଳେ ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଥିସହ ମୃତଦେହଗୁଡ଼ିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ କେଉଁ ପରିସ୍ଥିତିରେ ଏଭଳି ଦୁର୍ଘଟଣା ଘଟିଗଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ଉକ୍ତ ବସଟି ଓଡିଶାର  ନୂଆପଡା ସିନା ପାଲୀ ଠାରୁ ବାହାରି କଳାହାଣ୍ଡି, ଜୟପୁର, ମାଲକାନଗିରି ହୋଇ ହାଇଦ୍ରାବାଦକୁ ଯାଉଥିଲା,। ସେହିପରି ଉକ୍ତ ବସର ଟିକେଟ ଅନଲାଇନରେ କଟା ଯାଉଥିବାରୁ କେଉଁ ଜିଲ୍ଲାର କେତେଜଣ ଯାତ୍ରୀ ଥିଲେ କିଛି ଜଣା ପଡିନାହିଁ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.