ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଭାରତୀୟ ଫିଲ୍ମ ପ୍ରଶଂସକଙ୍କ ପାଇଁ ଖୁସି ଖବର, କମ୍‌ବ୍ୟାକ୍ କରିବେ ଦେଶୀ ଗାର୍ଲ

Published By : Rasmita Pradhan | January 10, 2025 1:45 PM

ମୁମ୍ଵାଇ, ୧୦/୦୧ : ଭାରତୀୟ ଫିଲ୍ମ ପ୍ରଶଂସକଙ୍କ ପାଇଁ ଖୁସି ଖବର। କମ୍‌ବ୍ୟାକ୍ କରିବେ ଦେଶୀ ଗାର୍ଲ। ଏସ୍‌ଏସ୍ ରାଜମୌଲୀଙ୍କ ୧୦୦୦ କୋଟି ବଜେଟର ଫିଲ୍ମରେ ଆସିବେ ନଜର। ମହେଶ ବାବୁଙ୍କ ସହ କରିବେ ଅଭିନୟ। ଏହା ପୂର୍ବରୁ ରଣବୀର ସିଂଙ୍କ ଅଭିନୀତ ଡନ୍ ୩ରେ ଆସିପାରନ୍ତି ନଜର। ଯାହାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ଫ୍ୟାନ୍ସ। ତେବେ ଏହି ଖବର କେତେ ସତ କେତେ ଗୁଜବ ତାହା ଜଣାପଡ଼ି ନାହିଁ  

ଭାରତୀୟ ଫିଲ୍ମରେ ଗ୍ଲୋବାଲ୍ ଷ୍ଟାର ପ୍ରିୟଙ୍କା ଚୋପ୍ରାଙ୍କ ଅମବ୍ୟାକ୍ ପାଇଁ ତାଙ୍କ ଫ୍ୟାନ୍ସ ଅନେଇ ବସିଛନ୍ତି। ଖୁବ୍‌ଶୀଘ୍ର ଏହି ଅପେକ୍ଷାର ଅନ୍ତ ହେବାକୁ ଯାଉଛି। ଏସ୍‌ଏସ୍ ରାଜମୌଲୀଙ୍କ ୧୦୦୦ କୋଟି ବଜେଟର ଫିଲ୍ମରେ ପ୍ରିୟଙ୍କା ଚୋପ୍ରା ଅଭିନୟ କରିବେ। ଏହା ପୂର୍ବରୁ ରଣବୀର ସିଂଙ୍କ ଅଭିନୀତ ଡନ୍ ୩ରେ ନଜର ଆସିପାରନ୍ତି। ୨୦୦୬ରେ ଫରହାନ ଅଖତାର ଜଙ୍ଗଲୀ ବିଲ୍ଲୀ ଭାବେ ପ୍ରିୟଙ୍କାଙ୍କୁ ଚରିତ୍ରକୁ ଉପସ୍ଥାପନ କରିଥିଲେ । ଯାହାକୁ ବେଶ୍ ପସନ୍ଦ କରିଥିଲେ ଦର୍ଶକ। ଶାହାରୁଖ ପ୍ରଥମ ୨ଟି ସଂସ୍କରଣରେ ଅଭିନୟ କରିଥିବା ବେଳେ ଏଥର ରଣବୀରଙ୍କୁ ଏହି ଭୂମିକା ପାଇଁ ବଛା ଯାଇଛି। ରଣବୀରଙ୍କ ସହ କିୟାରା ଆଡଭାନୀଙ୍କୁ ମୂଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଡନ୍ ଫିଲ୍ମରେ ଶାହାରୁଖଙ୍କ ସହ ପ୍ରିୟଙ୍କାଙ୍କ ମତଭେଦ ହୋଇଥିବା ଖବର ପ୍ରକାଶ ପାଇଥିଲା । ଏଥର ତାଙ୍କ ଅନୁପସ୍ଥିତିରେ ପ୍ରିୟଙ୍କା ଅଭିନୟ କରିବେ ବୋଲି ଆଶା କରାଯାଉଛି। 

ସେପଟେ ରାଜମୌଲୀଙ୍କ ଜଙ୍ଗଲ ଆଡଭେନଚର ଉପରେ ନିର୍ମିତ ଫିଲ୍ମରେ ପ୍ରିୟଙ୍କା ଅଭିନୟ କରିବେ ବୋଲି ହଁ ମାରିଛନ୍ତି । ତେବେ ଡନ ୩ରେ ସେ ଅଭିନୟ କରିବେ କି ନାହିଁ ତାହା ମେକର୍ସ କନଫର୍ମ କରିନାହାଁନ୍ତି। ଖୁବ ଶୀଘ୍ର ତାହା ସ୍ପଷ୍ଟ ହୋଇଯିବ। ଏହାକୁ ନେଇ ଏବେଠୁ ଲୋକମାନେ କମେଣ୍ଟ କରିବା ଆରମ୍ଭ କରିଦେଲେଣି। ବର୍ତ୍ତମାନ ପୀଢିର କୌଣସି ଅଭିନେତ୍ରୀ ରୋମା ଭୂମିକାରେ ଅଭିନୟ କରିପାରିବେ ନାହିଁ ବୋଲି ଲେଖିଛନ୍ତି। ଯଦି ଡନ୍ ୩ରେ ପ୍ରିୟଙ୍କା ଅଭିନୟ କରନ୍ତି ତେବେ ବକ୍ସ ଅଫିସ୍‌ରେ ଭଲ ବ୍ୟବସାୟ କରିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.