ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ସାଉଥ ଷ୍ଟାର ରାମ ଚରଣଙ୍କ ଫିଲ୍ମ 'ଗେମ ଚେଞ୍ଜର' , ଫ୍ୟାନ୍ସ ଦେଲେ ଏଭଳି ପ୍ରତିକ୍ରିୟା

Published By : Anindita Ratha | January 10, 2025 1:14 PM

ମୁମ୍ବାଇ,୧୦/୦୧: ସାଉଥ ସୁପର ଷ୍ଟାର ରାମ ଚରଣ ଏବଂ ଅଭିନେତ୍ରୀ କିଆରା ଆଡଭାନୀଙ୍କ ଫିଲ୍ମ  'ଗେମ ଚେଞ୍ଜର'  । ଆଜି ବିଭିନ୍ନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ବେଳେ ଫ୍ୟାନ୍ସ ବେଶ୍ ପସନ୍ଦ ଆସିଛି ଫିଲ୍ମ । ଏହି ଆକ୍ସନ୍ ଡ୍ରାମା ଫିଲ୍ମକୁ  ପ୍ରଥମ ଦିନର ପ୍ରଥମ ଶୋ’ ଦେଖିବାକୁ ହଲରେ ଭିଡ଼ ଜମିଥିବା ବେଳେ ବର୍ତ୍ତମାନ ଫିଲ୍ମ ଦେଖି ନିଜ ପ୍ରତିକ୍ରିୟା ଦେଇଛନ୍ତି ଫ୍ୟାନ୍ସ । ସେପଟେ ଫିଲ୍ମଟି ଭଲ ଆୟ କରିପାରେ ବୋଲି ଅନୁମାନ କରାଯାଉଛି। 

ଏହି ଫିଲ୍ମ ତେଲୁଗୁ 2D ସଂସ୍କରଣ ପାଇଁ ୭୨୬୧୩୦  ଟିକେଟ ବିକ୍ରି ହୋଇଥିବା ବେଳେ ତାମିଲ 2D ପାଇଁ ୪୮୮୮୪ ଟିକେଟ ବିକ୍ରି ହୋଇଛି । ସେହିପରି ହିନ୍ଦୀ 2D ପାଇଁ ୧,୪୩,୧୪୬ ଟି ଟିକେଟ ବିକ୍ରି ହୋଇଛି। ରାମ ଚରଣ ଏବଂ କିଆରା ଆଡଭାନୀଙ୍କ ନୂତନ ପାରିବାରିକ ରାଜନୈତିକ ନାଟକ 'ଗେମ୍ ଚେଞ୍ଜର' ବକ୍ସ ଅଫିସରେ ଏକ ବ୍ଲକବଷ୍ଟର ଆରମ୍ଭ କରିବ ବୋଲି ଆଶା କରାଯାଉଛି। ଫିଲ୍ମଟି ସାରା ଭାରତରେ ମୋଟ ବକ୍ସ ଅଫିସ୍ କଲେକ୍ସନ ପ୍ରାୟ ୪୩.୫୫କୋଟି ଟଙ୍କା ରୋଜଗାର କରିବ ବୋଲି ଆଶା କରାଯାଉଛି। ସେପଟେ ଟ୍ରେଡ ଆନାଲିଷ୍ଟ ମନୋବାଲା ବିଜୟବାଲନ ଫିଲ୍ମକୁ ନେଇ ପୋଷ୍ଟରେ ଲେଖିଛନ୍ତି, “ଶଙ୍କର ଏକ ଉଲ୍ଲେଖନୀୟ ଚଳଚ୍ଚିତ୍ର ସହ କମବ୍ୟାକ କରିଛନ୍ତି। ଏହା ଏକ ଚମତ୍କାର ସିନେମାଟିକ୍, ଉତ୍କୃଷ୍ଟ ପ୍ରଦର୍ଶନ ଏବଂ ଶ୍ରେଷ୍ଠ ବୈଷୟିକ ଉପାଦାନଗୁଡ଼ିକର ମିଶ୍ରଣ ଏହି ଫିଲ୍ମ । ରାମ ଚରଣଙ୍କ ଅଭିନୟ ଦମଦାର ରହିଛି। କିଆରା ଆଡଭାନୀ ଏବଂ ଅଞ୍ଜଳି ସେମାନଙ୍କର ଭୂମିକା ବହୁତ ଭଲ ଭାବରେ ନିର୍ବାହ କରିଛନ୍ତି। ସେହିପରି ଫିଲ୍ମର ସବୁଠାରୁ ଚର୍ଚ୍ଚିତ ମୁଖ୍ୟ ଘଟଣାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ରାମ ଚରଣଙ୍କ ଦମଦାର ପରିଚୟ ଦେଉଥିବା ସିନ । ରାମ ଚରଣ ତାଙ୍କର ଦମଦାର ସ୍କ୍ରିନ ଉପସ୍ଥିତି ସହ ବଡ଼ ପରଦାରେ ରାଜ୍ କରୁଥିବାରୁ ଫ୍ୟାନ୍ସ ଏହାକୁ ପ୍ରଶଂସା କରିଛନ୍ତି। ତେବେ ଗେମ ଚେଞ୍ଜର' ଶ୍ରୀ ଭେଙ୍କଟେଶ୍ୱର କ୍ରିଏସନ୍ ଦ୍ୱାରା ନିର୍ମିତ କରିଥିବା ବେଳେ ଏଥିରେ ରାମ ଚରଣଙ୍କ ବ୍ୟତୀତ କିଆରା ଆଡଭାନୀ, ଅଞ୍ଜଲି, ଏସ.ଜେ ସୂର୍ଯ୍ୟ, ଶ୍ରୀକାନ୍ତ, ଜୟରାମ, ସୁନୀଲ, ସାମୁଥିରକାନି ଏବଂ ନାସରଙ୍କୁ ପ୍ରମୁଖ କଳାକାର ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଛି । 








Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.