ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଦିଲ୍ଲୀକୁ କ୍ରାଇମ କ୍ୟାପିଟାଲ କରିଛି ବିଜେପି : ଅରବିନ୍ଦ କେଜ୍ରିୱାଲ

Published By : Ankita S | January 10, 2025 1:38 PM

ନୂଆଦିଲ୍ଲୀ,୧୦/୦୧: ଫେବୃଆରୀ ୫ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏ ନେଇ ଦିନ ନିକଟ ହେଉଛି । ଏହାରି ଭିତରେ ରାଜନୈତିକ ଦଳ ମଧ୍ୟରେ ବୟାନବାଜି ନିଶାନାବାଜି ଲାଗି ରହିଛି । ଶାସକ ଆମ ଆଦମୀ ପାର୍ଟି ସୁପ୍ରିମୋ ବିଜେପିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଦିଲ୍ଲୀକୁ ଦେଶର କ୍ରାଇମ କ୍ୟାପିଟାଲ କରିଛି ବିଜେପି । ସେପଟେ ଅଶୋକ ରୋଡରୁ କେଜ୍ରିୱାଲଙ୍କ ଘର ଅଭିମୁଖେ 'ପୂର୍ବାଞ୍ଚଳ ସମ୍ମାନ ମାର୍ଚ୍ଚ' କରିଛି ବିଜେପି । ଏକାଧିକ ବିଜେପି କର୍ମୀଙ୍କୁ ଅଟକ ରଖିଛି ପୋଲିସ ।

ବିଜେପିକୁ ଟାର୍ଗେଟ ମାରି ଅରବିନ୍ଦ କେଜ୍ରିୱାଲ କହିଛନ୍ତି, 'ଭାରତୀୟ ଜନତା ପାର୍ଟିର କେନ୍ଦ୍ର ସରକାର ବିଶେଷ କରି ଅମିତ ଶାହଜୀ ଦିଲ୍ଲୀକୁ ଦେଶର କ୍ରାଇମ କ୍ୟାପିଟାଲ କରିଛନ୍ତି । ଅପରାଧ ବୃଦ୍ଧି ପାଇଛି ।  ଦିନ ଦ୍ବିପହରରେ ଚୋରି ହେଉଛି । ଚେନ ଝାମ୍ପନେବା, ଗ୍ୟାଙ୍ଗ ୱାର ବଢିବାରେ ଲାଗିଛି । ମହିଳାଙ୍କୁ ଘରୁ ବାହାରିବା ମୁସ୍କିଲ ହୋଇଛି । ଦିଲ୍ଲୀବାସୀ ଭୟଭୀତ ହୋଇଛନ୍ତି । ଲୋକ ଅସୁରକ୍ଷିତ ମନେ କରୁଛନ୍ତି । ଦିଲ୍ଲୀବାସୀଙ୍କ ସହ ଭାରତୀୟ ଜନତା ପାର୍ଟିର କୌଣସି ସମ୍ପର୍କ ନାହିଁ । ସେମାନେ ଦିଲ୍ଲୀବାସୀଙ୍କୁ ଘୃଣା କରନ୍ତି । ଏହି କାରଣରୁ ୨୫ ବର୍ଷ ହେବ ଦିଲ୍ଲୀରେ ବିଜେପି କ୍ଷମତାକୁ ଆସି ପାରି ନାହିଁ । ଦିଲ୍ଲୀ ଲୋକ କିନ୍ତୁ ଆମର । ୨ କୋଟି ଲୋକ ଆମ ପରିବାର । ଦିଲ୍ଲୀରେ କାହାକୁ ଅସୁବିଧା ହେଲେ ମୋତେ କଷ୍ଟ ହୁଏ । ଆମେ ଚୁପ ବସିବୁ ନାହିଁ । ବିଜେପି ଧାରଣା ପାର୍ଟି ହୋଇଛି ମୋତେ ଲାଗୁଛି ତାଙ୍କ ପାଇଁ ଗୋଟିଏ ଟେଣ୍ଡ କରିଦେବି ।'

ବିଜେପି ଭୋଟ ଜାଲିଆତି କରିଥିବା ଅଭିଯୋଗ ଆଣି ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ସ୍ଥାନୀୟ ନିର୍ବାଚନ ଅଧିକାରୀ ବିଜେପି ନିକଟରେ ଆତ୍ମସମର୍ପଣ କରିଛନ୍ତି । ସେମାନେ ବିଜେପିର ଭୁଲ କାମକୁ ସମର୍ଥନ କରୁଛନ୍ତି । ସ୍ଥାନୀୟ ଡିଇଓ ଓ ଇଆରଓ ନିଲମ୍ବିତ ହେବା ଦରକାର । ବିଜେପି ପୂର୍ବାଞ୍ଚଳ ଏବଂ ଦଳିତ ସମ୍ପ୍ରଦାୟଙ୍କ ଭୋଟ କାଟୁଛି । ଜେପି ନଡ୍ଡା ନିଜେ ସଂସଦରେ ଏହି କଥା ମାନିଛନ୍ତି  । ଏ ନେଇ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ ।

ସେପଟେ ଅଶୋକ ରୋଡରୁ ଅରବିନ୍ଦ କେଜ୍ରିୱାଲ ଘର ଅଭିମୁଖେ 'ପୂର୍ବାଞ୍ଚଳ ସମ୍ମାନ ମାର୍ଚ୍ଚ' କରିଛି ବିଜେପି । ମନୋଜ ତିୱାରୀଙ୍କ ନେତୃତ୍ବରେ ବିଜେପି କର୍ମୀ ଅଶୋକ ରୋଡରୁ ଅରବିନ୍ଦ କେଜ୍ରିୱାଲଙ୍କ ଘର ଅଭିମୁଖେ ଏକ ମାର୍ଚ୍ଚ କରିବା ସହ ନାରାବାଜି କରିଛନ୍ତି । ହାତରେ ବ୍ୟାନର ଓ ପୋଷ୍ଟର ଧରି ବିକ୍ଷୋଭ କରିଛନ୍ତି । ଏହି ସମୟରେ ପୋଲିସ ପ୍ରଦର୍ଶନକାରୀଙ୍କୁ ଅଟକାଇବାକୁ ବ୍ୟାରିକେଟ କରିଛି । ସେମାନଙ୍କ ଉପରକୁ ପାଣି ମାଡ କରିଛି । ଅନେକ କର୍ମୀଙ୍କୁ ଅଟକ ରଖିଛି ପୋଲିସ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.