ପ୍ରମୂଖ ଖବର
  • ଭିଜିଲାନ୍ସ ପଞ୍ଝାରେ ସରକାରୀ ବାବୁ, ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଏଆରଆଇ
  • ||
  • ଜନତା ମଇଦାନରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୭ ପ୍ରବାସୀଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିବେ
  • ||
  • ଫେବ୍ରୁଆରୀ ୧୧ରେ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା
  • ||
  • ଭୋଗରାଇ : ଚଢାଉ ବେଳେ ଅବକାରୀ ଟିମ୍‌ ଉପରେ ଆକ୍ରମଣ ଘଟଣା: ୨ ଗିରଫ
  • ||
  • ମର୍ସିଡିଜ୍‌କୁ ପଛରୁ ପିଟିଲା 'ମୋ ବସ୍‌', ଅଳ୍ପକେ ବର୍ତ୍ତିଲେ ଚାଳକ
  • ||
  • ବାରିପଦା : ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ଅନୁଗୁଳ : ଶୌଚ ପାଇଁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • କୁମ୍ଭୀର ଗଣନା ପାଇଁ ଜାନୁଆରୀ ୧୪ରୁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ
  • ||
  • ଶିମିଳିପାଳରେ ଶୀତ ଲହରି ଜାରି, ଘନ କୁହୁଡ଼ି ପାଇଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ
  • ||
  • ରାୟଗଡା : ଏସ୍‌କେ ମାର୍ଟରେ ଲାଗିଲା ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ଲୁଗା
  • ||
  • ମିରଟ ସୋହେଲ ଗାର୍ଡେନ ଅଞ୍ଚଳରେ ଚାଞ୍ଚଲ୍ୟ ଘଟଣା, ବକ୍ସ ଖଟ ଭିତରୁ ୫ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ରଣପୁର : ପିକ୍‌ନିକ୍‌ ବସ୍‌ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ, ୩୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ଦୁଇ ଦିନ ପରେ କମିବ ଶୀତ, ଶନିବାର ୩ ଜିଲ୍ଲାରେ ଘନ କୁହୁଡି ନେଇ ଆଲର୍ଟ: ସବୁଠୁ ଥଣ୍ଡା ଜି.ଉଦୟଗିରି
  • ||

ରାଜଧାନୀରେ ଏକାଧିକ ସ୍କୁଲକୁ ବୋମା ଧମକ ଘଟଣା, ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରଙ୍କୁ ଗିରଫ କଲା ପୋଲିସ

Published By : Anindita | January 10, 2025 2:08 PM

ନୂଆଦିଲ୍ଲୀ,୧୦/୦୧:ରାଜଧାନୀରେ ବୃଦ୍ଧି ପାଉଛି ଅପରାଧିକ ମାମଲା । ଦିଲ୍ଲୀର ଏୟାରପୋର୍ଟ ଓ ବିଭିନ୍ନ ସ୍କୁଲକୁ ବାରମ୍ବାର ଆସୁଛି ବୋମା ଧମକ । ତେବେ ଏଥିରେ ସଂପୃକ୍ତି ଥିବା ସନ୍ଦେହ କରି  ଜଣେ ଦ୍ବାଦଶ ଶ୍ରେଣୀ ଛାତ୍ରଙ୍କୁ ଅଟକ ରଖି‌ଛି ଦିଲ୍ଲୀ ପୋଲିସ୍‌ । ଇ-ମେଲ୍ ଜରିଆରେ  ଛାତ୍ର ଜଣକ ଏଭଳି ଧମକ ଦେଉଥିବା ଅଭିଯୋଗ ପରେ ତାଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି।  

ସୂଚନା ମୁତାବକ,  ଛାତ୍ର ଜଣକ ଇ-ମେଲ ଜରିଆରେ ଅତି କମରେ ୨୩ଟି ସ୍କୁଲକୁ ବୋମା ଧମକ ଇମେଲ୍ ପଠାଇଥିଲେ।  ପ୍ରତ୍ୟେକ ଘଟଣାରେ, ସନ୍ଦେହ ନ ଉପୁଜିବା ପାଇଁ ବାଳକ ଜଣକ ଅନ୍ୟ ସ୍କୁଲ୍‌କୁ ମେଲ୍‌ରେ ସିସି ରଖୁଥିଲେ ବି କେବେ ବି ନିଜ ସ୍କୁଲ୍‌ର ନାମ ଉଲ୍ଲେଖ କରିନଥିଲେ।  ତେବେ ଦିଲ୍ଲୀ ସ୍କୁଲ୍‌କୁ ବାରମ୍ବାର ବୋମା ଧମକ ମିଳିବା ପରେ ଏଥିରେ ସଂପୃକ୍ତି ଥିବା ସନ୍ଦେହ କରି ଦିଲ୍ଲୀ ପୋଲିସ୍‌ ଏବେ ଜଣେ ଦ୍ବାଦଶ ଶ୍ରେଣୀ ଛାତ୍ରଙ୍କୁ ଅଟକ ରଖି‌ଛି। ଦିଲ୍ଲୀର ସ୍କୁଲ୍‌କୁ ଲଗାତାର ବୋମା ଧମକ ମିଳିଥିବା ବେଳେ ପରବର୍ତ୍ତୀ ସମୟରେ ସେଥିରୁ ଅଧିକାଂଶ ମିଥ୍ୟା ବୋଲି ଜଣାପଡ଼ିଛି।ତଦନ୍ତ ସମୟରେ ଜଣାପଡିଥିଲା ଯେ ଛାତ୍ର ଜଣକ ସ୍କୁଲ୍‌ ପରୀକ୍ଷାକୁ ବନ୍ଦ କରିବା ପାଇଁ ଏପରି କରୁଥିଲେ।  ସେ ପୂର୍ବରୁ ମଧ୍ୟ ଧମକପୂର୍ଣ୍ଣ ଇମେଲ୍ ପଠାଇଥିବା ନେଇ ବରିଷ୍ଠ ପୋଲିସ ଅଧିକାରୀ ଅଙ୍କିତ ଚୌହାନ ଏ ନେଇ ଏଏନ୍ଆଇକୁ ସୂଚନା ଦେଇଛନ୍ତି। 


  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.