ନୂଆଦିଲ୍ଲୀ,୧୦/୦୧: ଅରବିନ୍ଦ କେଜରିୱାଲଙ୍କ ଏକ ବୟାନକୁ ନେଇ ଦିଲ୍ଲୀରେ ମହାଭାରତ ଆରମ୍ଭ ହୋଇଯାଇଛି। ବିଧାନସଭା ନିର୍ବାଚନ ପୂର୍ବରୁ ନକଲି ଭୋଟର ପଞ୍ଜିକରଣ ପାଇଁ ଭୋଟର ତାଲିକାରେ ଉତ୍ତର ପ୍ରଦେଶ ଏବଂ ବିହାରର ଭୋଟରମାନଙ୍କୁ ପଞ୍ଜୀକୃତ କରାଯାଇଥିବା ନେଇ ଅରବିନ୍ଦ କେଜରିୱାଲଙ୍କ ମନ୍ତବ୍ୟ ପରେ ଶୁକ୍ରବାର ଭାରତୀୟ ଜନତା ପାର୍ଟିର ଦିଲ୍ଲୀ ୟୁନିଟ ପକ୍ଷରୁ ଆମ ଆଦମୀ ପାର୍ଟିକୁ ନିନ୍ଦା କରାଯାଇଛି। । ଆପ୍ ବିରୁଦ୍ଧରେ ବିରୋଧ ପ୍ରଦର୍ଶନ କରାଯାଇଛି।
ଶହ ଶହ ପ୍ରଦର୍ଶନକାରୀ ଆପ୍ ସୁପ୍ରିମୋ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ସ୍ଲୋଗାନ ଦେଉଥିବାର ଦେଖିବାକୁ ମିଳିଥିଲା, ସେମାନଙ୍କ ମଧ୍ୟରୁ କେତେକ କେଜରିୱାଲଙ୍କ ବାସଭବନ ନିକଟରେ ସୁରକ୍ଷା ବ୍ୟାରିକେଡ୍ ଭାଙ୍ଗିବାକୁ ମଧ୍ୟ ଚେଷ୍ଟା କରିଥିଲେ। ସୁରକ୍ଷା ବ୍ୟାରିକେଡ୍ ଭାଙ୍ଗିବାରୁ ପ୍ରତିବାଦକାରୀମାନଙ୍କୁ ରୋକିବା ପାଇଁ ପୋଲିସ ପାଣିମାଡ଼ କରିଥିଲା। କେଜ୍ରିୱାଲ ଗୁରୁବାର ଦିନ ବିଜେପି ଉପରେ ଅଭିଯୋଗ ଆଣିଥିଲେ ଯେ, ସେ ତାଙ୍କ ନିର୍ବାଚନମଣ୍ଡଳୀ ନୂଆଦିଲ୍ଲୀରେ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶ ଏବଂ ବିହାରର "ନକଲି" ଭୋଟରଙ୍କୁ ପଞ୍ଜିକୃତ କରି ଭୋଟର ତାଲିକାରେ ହେରଫେର କରୁଛନ୍ତି। ନିର୍ବାଚନ କମିଶନଙ୍କୁ ଏକ ଆନୁଷ୍ଠାନିକ ଅଭିଯୋଗରେ, କେଜ୍ରିୱାଲ ଡିସେମ୍ବର ୧୫ ରୁ ଜାନୁଆରୀ ୮ ମଧ୍ୟରେ ୧୩,୦୦୦ ନୂଆ ଭୋଟର ଯୋଡ଼ିବା ପାଇଁ ଆବେଦନ ଉପରେ ଚିନ୍ତା ପ୍ରକାଶ କରିଥିଲେ।
ଅଭିଯୋଗ ଦାଖଲ କରିବା ପରେ ଗଣମାଧ୍ୟମକୁ ସମ୍ବୋଧିତ କରି କେଜ୍ରିୱାଲ କହିଛନ୍ତି, "ଏମିତି ଜଣାପଡ଼ୁଛି ଯେ ଏହି ଭୋଟରମାନଙ୍କ ମଧ୍ୟରୁ ଅନେକଙ୍କୁ ଉତ୍ତର ପ୍ରଦେଶ, ବିହାର ଏବଂ ଅନ୍ୟାନ୍ୟ ପଡ଼ୋଶୀ ରାଜ୍ୟରୁ ନକଲି ଭୋଟର ପଞ୍ଜୀକରଣ ପାଇଁ ଅଣାଯାଇଛି।" ଏହି ହେରଫେର ନିର୍ବାଚନ ପ୍ରକ୍ରିୟାକୁ ଦୁର୍ବଳ କରୁଛି।" କେଜ୍ରିୱାଲଙ୍କ ମନ୍ତବ୍ୟ ବିଜେପି ପକ୍ଷରୁ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ ପାଇଲା, ଦଳୀୟ ନେତାମାନେ ତାଙ୍କ ମନ୍ତବ୍ୟକୁ ନିନ୍ଦା କରିଥିଲେ।
ତଥାପି, ଆପ ସାଂସଦ ସଞ୍ଜୟ ସିଂହ କେଜରିୱାଲଙ୍କୁ ସୁରକ୍ଷା ଦେଇଛନ୍ତି। ସେ କହିଛନ୍ତି ଯେ ସେମାନେ ନିର୍ବାଚନ କମିଶନଙ୍କ ପାଖକୁ ଅଭିଯୋଗ କରିବାକୁ ଯାଇଥିଲେ ଯେ ୩୦-୪୦ ବର୍ଷ ଧରି ଦିଲ୍ଲୀରେ ରହୁଥିବା ପୂର୍ବାଞ୍ଚଳର ଭାଇମାନଙ୍କ ଭୋଟ୍ କାଟିବା ଉଚିତ୍ ନୁହେଁ। ସଞ୍ଜୟ ସିଂହ ଅରବିନ୍ଦ କେଜ୍ରିୱାଲଙ୍କ ପକ୍ଷ ରଖିଥିଲେ ଏବଂ କହିଥିଲେ ଯେ କେଜ୍ରିୱାଲ କ'ଣ ଭୁଲ କହିଛନ୍ତି? ସେ ବିଜେପି ଉପରେ ତାଙ୍କ କର୍ମୀଙ୍କ ପାଇଁ ନକଲି ଭୋଟ ପାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି। ପୂର୍ବାଞ୍ଚଳର ଲୋକଙ୍କ ପାଇଁ କିଛି କହିନଥିଲେ।
ସେପଟେ ବିଜେପିର ସମସ୍ତ ବଡ଼ ନେତା ଏହାକୁ ନେଇ ଆକ୍ରମଣାତ୍ମକ ହୋଇଗଲେଣି। ମନୋଜ ତିୱାରୀ ଅରବିନ୍ଦ କେଜରିୱାଲଙ୍କୁ କଡ଼ା ସମାଲୋଚନର କରିଥିଲେ। ବିଜେପି ଦିଲ୍ଲୀ ସଞ୍ଜୟ ସିଂହ ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ବୟାନକୁ ଏକାଠି ପୋଷ୍ଟ କରିଛି ଏବଂ ସତ ଓ ମିଛର ପର୍ଦ୍ଦାଫାସ କରିବାକୁ ଦାବି କରିଛି। ସ୍ପଷ୍ଟ ଭାବରେ, ବିଜେପି ଏହି ମାମଲାରେ କେଜ୍ରିୱାଲଙ୍କୁ ଛାଡ଼ିବା ମନୋଭାବରେ ନଥିବା ପରି ମନେ ହେଉଛି।