ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ବିଜେପିରେ ପୁଣି ସାମିଲ ହେଲେ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସ

Published By : Tapas Panda | January 10, 2025 6:06 PM

ନୂଆଦିଲ୍ଲୀ: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସ ଶୁକ୍ରବାର ବିଜେପିରେ ପୁଣି ଥରେ ସାମିଲ ହୋଇଛନ୍ତି । ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବାର ଦାସ ପୁଣି ବିଜେପିର ସଦସ୍ୟତା ଗ୍ରହଣ କରିବା ପରେ ଦଳୀୟ ଶିବିରରେ  ଉତ୍ସାହ ବୃଦ୍ଧି ପାଇଛି । ଏବେ ଝାଡ଼ଖଣ୍ଡ ରାଜନୀତିରେ ବିଜେପିର ରଘୁବର ଶକ୍ତି ବଢ଼ାଇବେ ବୋଲି କୁହାଯାଉଛି ।  ଏହ ପୂର୍ବରୁ ସେ  ଡିସେମ୍ବର ୨୪, ୨୦୨୪ରେ ଓଡ଼ିଶାର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ ଏବଂ ବିଜେପିରେ ପୁନଃ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଥିଲା ।

ଗତ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପିକୁ ନିରାଶ ହେବାକୁ ପଡ଼ିଥିଲା ଏବଂ ଦଳ ପାଇଁ ରଘୁବର ଦାସ ଆବଶ୍ୟକ ଥିଲେ । ଏବେ ରଘୁବର ଦଳକୁ ପୁଣି ଥରେ ଫରିବା ପରେ ଝାଡ଼ଖଣ୍ଡରେ ବିଜେପିର ସ୍ଥିତି ଆହୁରି ମଜଭୁତ ହୋଇପାରିବ ବୋଲି ଚର୍ଚ୍ଚା ହେଉଛି । ଆଜି ରାଜ୍ୟ ବିଜେପି ମୁଖ୍ୟାଳୟରେ ରଘୁବର ଦାସ ଦଳରେ ସାମିଲ ହୋଇଛନ୍ତି । ଏହି ସମୟରେ ରାଜ୍ୟ ବିଜେପି ସଭାପତି ବାବୁଲାଲ ମାରାଣ୍ଡି, କାର୍ଯ୍ୟକାରୀ ସଭାପତି ରବୀନ୍ଦ୍ର ରାୟ, କେନ୍ଦ୍ରମନ୍ତ୍ରୀ ସଂଜୟ ସେଠ ଏବଂ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ତାଙ୍କୁ ଦଳକୁ ସ୍ବାଗତ କରିଛନ୍ତି । 

 ସେପଟେ ଦଳରେ ସାମିଲ ହେବା ପରେ ରଘୁବର ଦାସ କହିଛନ୍ତି, ୧୯୮୦ ପରେ ପୁଣି ଥରେ ବିଜେପିରେ ସାମିଲ ହୋଇଥିବାରୁ ଖୁସି ଲାଗୁଛି ।  ୨୦୨୩ରେ ଓଡ଼ିଶାର ରାଜ୍ୟପାଳ ହେବା ପରେ ସେ ଦଳରୁ ଇସ୍ତଫା ଦେଇଥିଲେ । ସେ କହିଛନ୍ତି, ୨୦୨୪ ବିଧାନଭା ନିର୍ବାଚନରେ ସବୁ ଦଳୀୟ ନେତା ମନପ୍ରାଣ ଦେଇ କାମ କରିଥିଲେ । କିନ୍ତୁ ଆମେ ଆଶାନୁରୂପ ଫଳ ପାଇଲୁ ନାହିଁ । ଏଥିପାଇଁ ଆମେ ଦୁଃଖିତ ନୁହେଁ, ଆମେ ଖୁବଶୀଘ୍ର ଫେରିବୁ । 

 ସୂଚନାଯୋଗ୍ୟ, ୨୦୨୪ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପି କେବଳ ୨୧ ଆସନ୍‌ରେ ବିଜୟୀ ହୋଇଛି । ସେପଟେ ଜେଏମଏମ ନେତୃତ୍ବାଧୀନ ମେଣ୍ଟ ୫୬ଟି ଆସନରେ ବିଜୟୀ ହେବା ସହ ପୁଣି ଥରେ ସରକାର ଗଢ଼ିଛି । ତେବେ ରଘୁବର ଦାସ ଝାଡ଼ଖଣ୍ଡର ପ୍ରଥମ ଅଣ ଆଦିବାସୀ ମୁଖ୍ୟମନ୍ତ୍ରୀ ।  ସେ ୨୦୨୪-୨୦୧୯ ପର୍ଯ୍ୟନ୍ତ ରାଜ୍ୟର ଶାସନ ମୁଖ୍ୟ ଥିଲେ । ୨୦୧୯ ନିର୍ବାଚନରେ ଦଳର ପରାଜୟ ପରେ ତାଙ୍କୁ ଅକ୍ଟୋବର ୧୮, ୨୦୨୩ରେ ଓଡ଼ିଶାର ରାଜ୍ୟପାଳ ଭାବରେ ନିୁଯକ୍ତ କରାଯାଇଥିଲା ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.