ପ୍ରମୂଖ ଖବର
  • ଭିଜିଲାନ୍ସ ପଞ୍ଝାରେ ସରକାରୀ ବାବୁ, ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଏଆରଆଇ
  • ||
  • ଜନତା ମଇଦାନରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୭ ପ୍ରବାସୀଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିବେ
  • ||
  • ଫେବ୍ରୁଆରୀ ୧୧ରେ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା
  • ||
  • ଭୋଗରାଇ : ଚଢାଉ ବେଳେ ଅବକାରୀ ଟିମ୍‌ ଉପରେ ଆକ୍ରମଣ ଘଟଣା: ୨ ଗିରଫ
  • ||
  • ମର୍ସିଡିଜ୍‌କୁ ପଛରୁ ପିଟିଲା 'ମୋ ବସ୍‌', ଅଳ୍ପକେ ବର୍ତ୍ତିଲେ ଚାଳକ
  • ||
  • ବାରିପଦା : ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ଅନୁଗୁଳ : ଶୌଚ ପାଇଁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • କୁମ୍ଭୀର ଗଣନା ପାଇଁ ଜାନୁଆରୀ ୧୪ରୁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ
  • ||
  • ଶିମିଳିପାଳରେ ଶୀତ ଲହରି ଜାରି, ଘନ କୁହୁଡ଼ି ପାଇଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ
  • ||
  • ରାୟଗଡା : ଏସ୍‌କେ ମାର୍ଟରେ ଲାଗିଲା ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ଲୁଗା
  • ||
  • ମିରଟ ସୋହେଲ ଗାର୍ଡେନ ଅଞ୍ଚଳରେ ଚାଞ୍ଚଲ୍ୟ ଘଟଣା, ବକ୍ସ ଖଟ ଭିତରୁ ୫ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ରଣପୁର : ପିକ୍‌ନିକ୍‌ ବସ୍‌ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ, ୩୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ଦୁଇ ଦିନ ପରେ କମିବ ଶୀତ, ଶନିବାର ୩ ଜିଲ୍ଲାରେ ଘନ କୁହୁଡି ନେଇ ଆଲର୍ଟ: ସବୁଠୁ ଥଣ୍ଡା ଜି.ଉଦୟଗିରି
  • ||

ପୁଅ ଫରହାନଙ୍କୁ ଭେଟିବା ପାଇଁ ଜାଭେଦ ଅଖତରଙ୍କୁ ନେବାକୁ ପଡ଼ିଥାଏ ଆପଏଣ୍ଟମେଣ୍ଟ !

Published By : Prameya | January 10, 2025 6:52 PM

ମୁମ୍ୱାଇ : ଜଣାଶୁଣା ସ୍କ୍ରିନ୍‌ ରାଇଟର ଜାଭେଦ ଅଖତରଙ୍କ ପାଇଁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ଜାଭେଦ୍‌ ନିଜର ଖୋଲା ଅନ୍ଦାଜ ପାଇଁ ମଧ୍ୟ ଖୁବ୍‌ ଜଣାଯାନ୍ତି। ସେ କେବେ ବି ନିଜର କଥା ରଖିବାରେ ଟିକିଏ ବି କୁଣ୍ଠିତ ହୁଅନ୍ତି ନାହିଁ। ଏହି ମଧ୍ୟରେ ଏବେ ଜାଭେଦ ନିଜର ପୁଅ ତଥା ଅଭିନେତା ଫରହାନ ଅଖତରଙ୍କୁ ନେଇ କଥା ହୋଇଛନ୍ତି। ଜାଭେଦ୍‌ଙ୍କ ପୁଅ ସହ ନିଜର ବଣ୍ଡିଂ ସହ ଏହି କଥାର ମଧ୍ୟ ଖୁଲାସା କରିଛନ୍ତି କି, ସେ ଫରହାନଙ୍କ ସହ ଭେଟିବା ପାଇଁ ଅନେକ ଦିନ ପୂର୍ବରୁ ଆପଏଣ୍ଟମେଣ୍ଟ ନେବାକୁ ପଡ଼ିଥାଏ।

ଜାଭେଦ ଅଖତର ନିକଟରେ ଆମେରିକା ଯାଇଥିଲେ, ଯେଉଁଠି ସେ ଜୈଦି ଚ୍ୟାଲେନକୁ ନିଜର ଇଣ୍ଟରଭ୍ୟୁ ଦେଇଥିଲେ। ଏହି ସମୟରେ କଥାବାର୍ତ୍ତାରେ ଜାଭେଦ ପର୍ସନାଲ ଲାଇଫ୍ ବିଷୟରେ ଖୋଲି କରି କହି ଥିଲେ। ଜାଭେଦ କହିଥିଲେ, ମୋ ପରିବାର ବହୁତ ଛୋଟ। ମୋର ପରିବାରରେ କେବଳ ଜଣେ ପୁଅ, ଜଣେ ଝିଅ ଏବଂ ମୁଁ ଓ ପତ୍ନୀ (ଶବାନା)। ମୁଁ ଓ ଶବାନା ଏକାଠି ରହୁ। ମୋ ଝିଅର ଏକ ଅଲଗା ଘର ଏବଂ ମୋ ପୁଅର ଏକ ଅଲଗା ଘର ଅଛି।

ଏହି ସମୟରେ କଥାବାର୍ତ୍ତାରେ ଜାଭେଦ ନିଜର ପିଲାଦିନକୁ ମନେପକାଇ କୁହନ୍ତି କି, ଯେବେ ଆମେ ଛୋଟ ଥିଲୁ, ସେତେବେଳେ ଏହା ଜାଣି ବହୁତ ଅଜବ ଲାଗୁ ଥିଲା କି, ଆମେରିକା ବା ଇଂଲଣ୍ଡରେ ରହୁଥିବା ଲୋକଙ୍କୁ ନିଜର ସଂପର୍କୀୟଙ୍କ ସହ ଭେଟିବାକୁ ତାଙ୍କୁ ପ୍ରଥମେ ଫୋନ କରିବାକୁ ପଡ଼ୁ ଥିଲା। ଅନ୍ୟ ଲୋକ ଏହା ଶୁଣି ଆଶ୍ଚର୍ଯ୍ୟ ହେଉ ଥିଲେ। ଏବେ ଏହା ମୋର ପରିବାର ସହ ହେଉଛି ଏବଂ ଏହା ଠିକ୍‌ ବି ଲାଗୁଛି।

ଇଣ୍ଟରଭ୍ୟୁରେ ଜାଭେଦ ଅଖତର ଏହା ମଧ୍ୟ କହିଛନ୍ତି କି, ଯେବେ ସେ ଆମେରିକା ଟ୍ରିପ୍‌ରେ ଯାଆନ୍ତି ତ, ତାଙ୍କୁ ସେଠାରେ ପଚାରନ୍ତି ଫରହାନଙ୍କୁ କାହିଁକି ସାଥିରେ ଆଣିଲ ନାହିଁ ? ସେ କଣ ଜବଲେସ୍‌ କି ? ଏହା ଉପରେ ଜାଭେଦ କହନ୍ତି କି , ମୋତେ ନିଜେ ତାଙ୍କୁ ଭେଟିବା ପାଇଁ ପ୍ରଥମେ ଫୋନ୍ କରିବାକୁ ପଡ଼ିଥାଏ। ସେ ମଧ୍ୟ ମୋତେ କୁହନ୍ତି ଆମେ କେବେ ଭେଟି ପାରିବୁ। ସାଧାରଣତଃ ଆମେ ୩ରୁ ୫ ଦିନ ପରେ ଆପଏଣ୍ଟମେଣ୍ଟ ସ୍ଥିର କରୁ। ଏମିତି ହିଁ ଜୀବନ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.