ପ୍ରମୂଖ ଖବର
  • ଭିଜିଲାନ୍ସ ପଞ୍ଝାରେ ସରକାରୀ ବାବୁ, ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଏଆରଆଇ
  • ||
  • ଜନତା ମଇଦାନରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୭ ପ୍ରବାସୀଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିବେ
  • ||
  • ଫେବ୍ରୁଆରୀ ୧୧ରେ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା
  • ||
  • ଭୋଗରାଇ : ଚଢାଉ ବେଳେ ଅବକାରୀ ଟିମ୍‌ ଉପରେ ଆକ୍ରମଣ ଘଟଣା: ୨ ଗିରଫ
  • ||
  • ମର୍ସିଡିଜ୍‌କୁ ପଛରୁ ପିଟିଲା 'ମୋ ବସ୍‌', ଅଳ୍ପକେ ବର୍ତ୍ତିଲେ ଚାଳକ
  • ||
  • ବାରିପଦା : ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ଅନୁଗୁଳ : ଶୌଚ ପାଇଁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • କୁମ୍ଭୀର ଗଣନା ପାଇଁ ଜାନୁଆରୀ ୧୪ରୁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ
  • ||
  • ଶିମିଳିପାଳରେ ଶୀତ ଲହରି ଜାରି, ଘନ କୁହୁଡ଼ି ପାଇଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ
  • ||
  • ରାୟଗଡା : ଏସ୍‌କେ ମାର୍ଟରେ ଲାଗିଲା ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ଲୁଗା
  • ||
  • ମିରଟ ସୋହେଲ ଗାର୍ଡେନ ଅଞ୍ଚଳରେ ଚାଞ୍ଚଲ୍ୟ ଘଟଣା, ବକ୍ସ ଖଟ ଭିତରୁ ୫ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ରଣପୁର : ପିକ୍‌ନିକ୍‌ ବସ୍‌ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ, ୩୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ଦୁଇ ଦିନ ପରେ କମିବ ଶୀତ, ଶନିବାର ୩ ଜିଲ୍ଲାରେ ଘନ କୁହୁଡି ନେଇ ଆଲର୍ଟ: ସବୁଠୁ ଥଣ୍ଡା ଜି.ଉଦୟଗିରି
  • ||

ମହାକୁମ୍ଭରେ ମାତ୍ର ୯ ଟଙ୍କାରେ ମିଳିବ ଭୋଜନ, ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ଉଦଘାଟନ କଲେ ଯୋଗୀ ସରକାର…

Published By : Prameya | January 10, 2025 5:30 PM

ନୂଆଦିଲ୍ଲୀ: ମହାକୁମ୍ଭ ମେଳା ଆରମ୍ଭ ହେବା ପୂର୍ବରୁ ଆଜି (ଶୁକ୍ରବାର) ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ସାମୁହିକ ରୋଷେଇ'ମା କି ରସୋଇ'ର ଉଦଘାଟନ କରିଛନ୍ତି, ଯେଉଁଥିରେ ମାତ୍ର ନଅ ଟଙ୍କାରେ ଖାଦ୍ୟ ଉପଲବ୍ଧ ହେବ। ଏନେଇ ଉତ୍ତର ପ୍ରଦେଶ ସରକାର ଏକ ବିବୃତ୍ତିରେ କହିଛନ୍ତି ଯେ, ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ସ୍ୱରୂପ ରାଣୀ ନେହେରୁ ହସ୍ପିଟାଲରେ ନନ୍ଦୀ ସେବା ସଂସ୍ଥାନ ଦ୍ୱାରା ସାମୁହିକ ରୋଷେଇ ଘର ପରିଚାଳିତ ହେଉଛି।

ଏହି ବିବୃତ୍ତିରେ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ହସ୍ପିଟାଲ ପରିଦର୍ଶନ କରିଛନ୍ତି, ଯେଉଁଠାରେ ସେ 'ମା କି ରସୋଇ' ଉଦଘାଟନ କରିଛନ୍ତି ଏବଂ ବ୍ୟବସ୍ଥା ସମୀକ୍ଷା କରିଛନ୍ତି ଏବଂ ଉପସ୍ଥିତ ଲୋକ ମାନଙ୍କୁ ଖାଦ୍ୟ ପରିବେଷଣ କରିଛନ୍ତି। ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀଙ୍କୁ ସାହାଯ୍ୟ କରିବା ପାଇଁ ନନ୍ଦୀ ସେବା ସଂସ୍ଥାନ ଏହି ପ୍ରୟାସ ଆରମ୍ଭ କରିଛି। ଏଠାରେ ଲୋକ ମାନେ ମାତ୍ର ୯ ଟଙ୍କାରେ ଖାଦ୍ୟ ପାଇ ପାରିବେ। ଖାଦ୍ୟରେ ଭାତ, ଡାଲି, ଚାରୋଟି ରୋଟି, ପନିପରିବା ତରକାରୀ, ସାଲାଡ ଏବଂ ମିଠା ଅନ୍ତର୍ଭୁକ୍ତ ହେବ।

ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିଛନ୍ତି। ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ଲୋକ ମାନେ ସାମୁହିକ ରୋଷେଇ ଘରେ ମାତ୍ର ୯ ଟଙ୍କାରେ ଖାଦ୍ୟ ପାଇ ଆଶ୍ୱସ୍ତି ପାଇବେ । ଏହା ସହିତ, ଲୋକ ମାନଙ୍କୁ ଖାଦ୍ୟ ପାଇଁ ଚିନ୍ତା କରିବାକୁ ପଡ଼ିବ ନାହିଁ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.