ପ୍ରମୂଖ ଖବର
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ମାନହାନୀ ମାମଲାରେ ରାହୁଲ୍ ଗାନ୍ଧୀଙ୍କୁ ମିଳିଲା ବଡ଼ ଆଶ୍ବସ୍ତି, ହିନ୍ଦୁତ୍ବକୁ ନେଇ ବୀର୍ ସାଭରକରଙ୍କ ଉପରେ ଦେଇଥିଲେ ଭୁଲ୍ ମନ୍ତବ୍ୟ…

Published By : Ladu Kishor | January 10, 2025 7:52 PM

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି । ବୀର ସାଭରକରଙ୍କ ଉପରେ ଦେଇଥିବା ବୟାନ ମାମଲାରେ ପୁଣେର ସ୍ୱତନ୍ତ୍ର ସାଂସଦ/ବିଧାୟକ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ପୁଣେର ସ୍ୱତନ୍ତ୍ର କୋର୍ଟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାହୁଲ ଗାନ୍ଧୀ ହାଜର ହୋଇଥିଲେ । ବୀର ସାଭରକରଙ୍କ ଅଣନାତି ୨୦୨୩ ମସିହାରେ  ସାଭରକରଙ୍କ ଉପରେ ଦେଇଥିବା ଏକ ବୟାନ ପାଇଁ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ଦାୟର କରିଥିଲେ।

ସୂଚନାଥାଉକି ରାହୁଲ ଗାନ୍ଧୀ ବୀର ସାଭରକରଙ୍କ ହିନ୍ଦୁତ୍ୱକୁ ନେଇ ବ୍ରିଟେନରେ ଏକ ବକ୍ତବ୍ୟ ଦେଇଥିଲେ। ଏହି ବିବୃତ୍ତିରେ ସେ କହିଥିଲେ ଯେ, ସାଭରକର ମଧ୍ୟ ପୁସ୍ତକରେ ଏହା ବିଷୟରେ ଲେଖିଛନ୍ତି । କିନ୍ତୁ ସାଭରକରଙ୍କ ପରିବାର ଅନୁଯାୟୀ, ରାହୁଲ ଗାନ୍ଧୀ ଯାହା କହିଥିଲେ ତାହା ଭୁଲ ଥିଲା ।

ଯାହା ପରେ ସାଭରକରଙ୍କ ଅଣନାତି ସତ୍ୟକୀ ସାଭରକର ପୁଣେ କୋର୍ଟରେ ଆବେଦନ କରିଥିଲେ ଏବଂ ଆଜି କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ୨୫ ହଜାର ଟଙ୍କାର ବ୍ୟକ୍ତିଗତ ବଣ୍ଡରେ ଜାମିନ ପ୍ରଦାନ କରିଛନ୍ତି । ଯେପର୍ଯ୍ୟନ୍ତ ଏହି ମାମଲା ଚାଲିଛି, ସେପର୍ଯ୍ୟନ୍ତ ସାଭରକରଙ୍କ ବିଷୟରେ କୌଣସି ବିବୃତ୍ତି ନ ଦେବାକୁ କୋର୍ଟ ରାହୁଲ ଗାନ୍ଧୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.