ପ୍ରମୂଖ ଖବର
  • ଜୁନାଗଡ଼ ; ଟାୟାର ଫାଟି ଜଳିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସମ୍ୱଲପୁର : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍‌: ଆଖି ବୁଜିଲା ୫ ବର୍ଷର ଶିଶୁ, ବାପା ମାଆ ଗୁରୁତର
  • ||
  • ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବୋଧନ, ପୁଞ୍ଜି ନିବେଶ ପାଇଁ ପ୍ରବାସୀ ଭାରତୀୟଙ୍କୁ ଆହ୍ୱାନ
  • ||
  • ହଂସିକା ଏବଂ ଅନିଲ ଦିନିକିଆ ରିମାଣ୍ଡରେ ନେଲା ସ୍ପେଶାଲ କ୍ରାଇମ ୟୁନିଟ
  • ||
  • ବୌଦ୍ଧ : ଟ୍ରକ୍‌କୁ ପଛପଟୁ ପିଟିଲା କୋର୍ଟ ଭ୍ୟାନ୍‌, ୨ ପୋଲିସ ଆହତ
  • ||
  • ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ, "ଜଗନ୍ନାଥ ଓ ଲିଙ୍ଗରାଜଙ୍କ ଭୂମିରେ ଆପଣଙ୍କୁ ସ୍ଵାଗତ"
  • ||
  • ଶାମ୍ବ ଦଶମୀରେ କୋଣାର୍କରୁ ଚନ୍ଦ୍ରଭାଗା ଗଡ଼ିଲା ସୂର୍ଯ୍ୟ ରଥ
  • ||
  • ଗଞ୍ଜାମ : ଡ୍ରେନ୍‌ରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ଆମେରିକାର କାଲିଫର୍ଣ୍ଣିଆ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ, ୫ ମୃତ, ୭୦ ହଜାର ଲୋକ ସ୍ଥାନାନ୍ତର
  • ||
  • ୟୁକ୍ରେନ୍ ଜପୋରିଝିଆରେ ରୁଷିଆର ବୋମାମାଡ଼, ବ୍ୟାପକ କ୍ଷତି ସୂଚନା, ୧୩ ମୃତ, ୩୦ରୁ ଅଧିକ ଆହତ
  • ||
  • ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରବାସୀ ଭାରତୀୟ ଦିବସର ଉଦ୍‌ଯାପନୀ ସମାରୋହରେ ଯୋଗ ଦେବେ
  • ||
  • ରବିବାରଠୁ କମିବ ଶୀତ, ଆହୁରି ୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା: ୨ ଜିଲ୍ଲାକୁ କୁହୁଡ଼ି ନେଇ ଆଲର୍ଟ
  • ||

କୋଲକାତା ମାମଲା: ସଞ୍ଜୟ ରାୟ ପାଇଁ ସିବିଆଇ ମାଗିଲା ମୃତ୍ୟୁ ଦଣ୍ଡ, ଏହି ଦିନ ଆସିବ ରାୟ

Published By : Prameya | January 9, 2025 8:12 PM

କୋଲକାତା,୯।୧: କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଚାଲିଥିବା ଲେଡି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗୁରୁବାର ଶୁଣାଣି ଶେଷ ହୋଇଛି। କୋଲକାତାର ଶିଆଲଦାହ କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିଲା। ଏବେ କୋର୍ଟ ୧୮ ଜାନୁଆରୀରେ ଏହି ମାମଲାରେ ନିଜ ରାୟ ପ୍ରଦାନ କରିବେ। ସିବିଆଇ ଗିରଫ ଏକମାତ୍ର ଅଭିଯୁକ୍ତ ସଞ୍ଜୟ ରୟ ପାଇଁ ମୃତ୍ୟୁଦଣ୍ଡ ମାଗିଛି। 

ଏହି ଜଘନ୍ୟ କାଣ୍ଡରେ ସିବିଆଇର ଭୂମିକା ନେଇ କୋଲକାତା ଡାକ୍ତରମାନେ ଲଗାତାର ବିରୋଧ ଜାରି ରଖିଛନ୍ତି। ଡାକ୍ତରମାନେ ସିବିଆଇ ଯାଞ୍ଚରେ ଅନାବଶ୍ୟକୀୟ ବିଳମ୍ବ ଓ ଅପରାଧିଙ୍କୁ ବଞ୍ଚାଇବା ପାଇଁ ପୋଲିସ ସହ ମିଶିଥିବାର ଅଭିଯୋଗ କରିଛି। ଏହା ସହ କେନ୍ଦ୍ରୀୟ ଏଜେନ୍ସିକୁ  ତଦନ୍ତ ପରିସର ବଢାଇବାର ଦାବି କରିଥିଲା। ଏଭଳି ପରିସ୍ଥିତିରେ କୋର୍ଟଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କର ନଜର ରହିଛି।

ଅତିରିକ୍ତ ଜିଲ୍ଲା ଏବଂ ସେସନ୍ କୋର୍ଟ ଅନିର୍ବାନ ଦାସଙ୍କ କୋର୍ଟ ଏହି ମାମଲାରେ ଶୁଣାଣି କରିଛନ୍ତି। ଏହି ସମୟରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟ ଷଡଯନ୍ତ୍ରକାରୀ ଭାବରେ କୋଲକାତାର ପୂର୍ବତନ ପୋଲିସ କମିଶନର ଭିନିତ ଗୋୟଲ ଓ ସ୍ପେଶାଲ ଡେପୁଟି କମିଶନର(ଡିଟେକ୍ଟିଭ ଡିପାର୍ଟମେଣ୍ଟ)ର ନାଁ ନେଇଥିଲା। ତା’ର କହିବା ଅନୁସାରେ, ଏହି କେସ୍‌ରେ ଷଡଯନ୍ତ୍ର ଅନୁସାରେ ତାକୁ ଫଶା ଯାଇଛି। ସେ ସମ୍ପୂର୍ଣ୍ଣ ଭାବରେ ନିର୍ଦୋଷ।ମୁଁ ଦୁଷ୍କର୍ମ କିମ୍ବା ହତ୍ୟା କରିନି। ମୋତେ ଚୁପ୍ ରହିବାକୁ ଧମକ ଦିଆଯାଇଛି। ମୋର ବିଭାଗ(କୋଲକାତା ପୋଲିସ) ମୋତେ ଧମକ ଦେଇଛି। ତେବେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ସିବିଆଇ ନିଜର ଚାର୍ଜସିଟ୍‌ରେ ସଞ୍ଜୟ ରାୟଙ୍କୁ ଅସଲି ଅପରାଧି ବୋଲି କହିଛି। ଏହି ମାମଲାକୁ ଗଣଦୁଷ୍କର୍ମ ବଦଳରେ ଦୁଷ୍କର୍ମ ଭାବରେ ଦେଖାଯାଉଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.