ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ମହାକୁମ୍ଭରେ 'କଳ୍ପବାସ'ରେ ରହିବେ ଲରେନ ପାୱେଲ, ମେଳାରେ ୨ ସପ୍ତାହ ଯାଏ କରିବେ ତପ

Published By : Prameya | January 9, 2025 7:52 PM

ନୂଆଦିଲ୍ଲୀ : ଆପ୍ପଲର ସହ-ସଂସ୍ଥାପକ ଦିବଙ୍ଗତ ଷ୍ଟିଭ୍‌ ଜବ୍ସଙ୍କର ପତ୍ନୀ ଲରେନ ପାୱେଲ ଜବ୍ସ ୧୩ ଜାନୁଆରୀରୁ ୟୁପିର ପ୍ରୟାଗରାଜରେ ଆରମ୍ଭ ହେବାକୁ ଥିବା ମହାକୁମ୍ଭ ମେଳାରେ ଭାଗ ନେବେ। ପ୍ରତି ୧୨ବର୍ଷରେ ଅନୁଷ୍ଠିତ ହେବାକୁ ଥିବା ହିନ୍ଦୁଙ୍କ ଏହି ପବିତ୍ର ମେଳାରେ, ପାୱେଲ ସାଧ୍ୱୀ ହୋଇ ମହାକୁମ୍ଭରେ ଦୁଇ ସପ୍ତାହ ଯାଏ ତପ କରିବେ। ସେ କଳ୍ପବାସରେ ସମୟ ବିତାଇବେ। କଳ୍ପବାସ ଖୁବ୍‌ ପୁରୁଣା ହିନ୍ଦୁ ପରମ୍ପରା, ଯାହାର ମହାକୁମ୍ଭ ଭଳି ମହାମେଳାରେ ମହତ୍ତ୍ୱ ଅଧିକ ହୋଇଯାଏ। ଏହାର ଅବତାରଣ ବେଦ ପୁରାଣରେ ମଧ୍ୟ ରହିଛି। 

ଟାଇମ୍ସ ଅଫ୍‌ ଇଣ୍ଡିଆର ଏକ ରିପୋର୍ଟ ଅନୁସାରେ, ପାୱେଲ ନିରଞ୍ଜନୀ ଅଖାଡେଙ୍କ ମହାମଣ୍ଡଳେଶ୍ୱର ସ୍ୱାମୀ କୈଳାସାନନ୍ଦଙ୍କ ଶିବିରରେ ରହିବେ। ସେ ବିଭିନ୍ନ ଅନୁଷ୍ଠାନରେ ଭାଗ ନେବା ଓ ସଙ୍ଗମରେ ପବିତ୍ର ବୁଡ଼ ଦେବାର ଆଶା ରହିଛି, ଯେଉଁଥିରେ ସେ ମହାକୁମ୍ଭର ଆଧ୍ୟାତ୍ମିକ ସାରକୁ ସଂପୂର୍ଣ୍ଣ ରୂପେ ଆତ୍ମସାତ୍‌ କରି ପାରିବେ। ତାଙ୍କର ପ୍ରବାସ ୨୯ ଜାନୁଆରୀ ଯାଏ ଚାଲିବ। 

କଳ୍ପବାସ ଅର୍ଥ କଣ ? 

ଏମିତି କୁହାଯାଏ କି, କଳ୍ପବାସ କରିବାରେ ମନ ମୁତାବକ ବାଞ୍ଚିତ ଫଳ ମିଳିଥାଏ। ଏଥିରେ ଜନ୍ମଜନ୍ମାନ୍ତର ବନ୍ଧନରୁ ମୁକ୍ତି ମିଳିଯାଏ। ସଙ୍ଗମରେ ମାଘର ପୂରା ମାସ ସାଧନକୁ କଳ୍ପବାସ କୁହାଯାଏ । ମହାଭାରତ ଅନୁସାରେ , ମାଘ ମାସର କଳ୍ପବାସରେ ଯେତେ ଫଳ ପ୍ରାପ୍ତ ହୋଇଥାଏ ତାହା ୯ ମାସ ଯାଏ କିଛି ନଖାଇ ପିଇ ତପସ୍ୟା କରିବା ଫଳ ସହ ସମାନ। ଶାସ୍ତ୍ରାନୁସାରେ , କଳ୍ପବାସ ସବୁଠୁ କମ୍‌ ଅବଧି ଗୋଟିଏ ରାତ୍ରିର ହୋଇପାରେ ଏବଂ ଅନେକ ଲୋକ କଳ୍ପବାସ ତିନି ରାତି , ତିନି ମାସ , ଛଅ ମାସ , ୧୨ ବର୍ଷ ଓ ସାରା ଜୀବନ ପାଇଁ କରିଥାନ୍ତି।

କଳ୍ପବାସର କଣ ରହିଛି ନିୟମ –

କଳ୍ପବାସ କରିବା ସହଜ ନୁହେଁ। କଳ୍ପବାସ ବେଳେ କିଛି ନିୟମର ପାଳନ କରିବା ଜରୁରୀ-ଯେଉଁଥିରେ ସତ କହିବା , ଅହିଂସା , ଇନ୍ଦ୍ରିୟ ଉପରେ ନିୟନ୍ତ୍ରଣ କରିବା, ସବୁ ପ୍ରାଣୀଙ୍କ ଉପରେ ଦୟାଭାବ ଦେଖାଇବା , ବ୍ରହ୍ନଚର୍ଯ୍ୟର ପାଳନ କରିବା, ସବୁ ବ୍ୟସନକୁ ତ୍ୟାଗ କରିବା , ବ୍ରହ୍ମ ମୁହୂର୍ତ୍ତରେ ଉଠିବା, ପ୍ରତିଦିନ ୩ଥର ପବିତ୍ର ନଦୀରେ ସ୍ନାନ କରିବା, ପୂର୍ବପୁରୁଷଙ୍କୁ ପିଣ୍ଡଦାନ , ଦାନ କରିବା, ଜପ , ସଂକଳ୍ପିତ କ୍ଷେତ୍ରରୁ ବାହାରକୁ ନଆସିବା , କାହାକୁ ବି ନିନ୍ଦା ନକରିବା, ସାଧୁଙ୍କ ସେବା କରିବା, ଗୋଟେ ସମୟରେ ଭୋଜନ , ଭୂଇଁ ଉପରେ ଶୋଇବା, ଅଗ୍ନି ସେବନ ଓ ଶେଷରେ ଦେବ ପୂଜନ ସାମିଲ ଅଛି। 

ପ୍ରତି ବାର ବର୍ଷରେ ଆୟୋଜିତ ହେବାକୁ ଥିବା ମହାକୁମ୍ଭ ମେଳା ହିନ୍ଦୁ ଧର୍ମର ସବୁଠୁ ମହତ୍ତ୍ୱପୂର୍ଣ୍ଣ ଧାର୍ମିକ ସମାରୋହରୁ ଗୋଟିଏ। ଏଥିରେ ସାରାବିଶ୍ୱରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ, ସନ୍ଥ ଓ ସାଧକ ଆସିଥାନ୍ତି। କୁହାଯାଏ କି, ସଙ୍ଗମର ପାଣିରେ ବୁଡ଼ ଲଗାଇବା ଦ୍ୱାରା ସବୁ ପାପ ନାଶ ହୋଇଥାଏ। ଆଧ୍ୟାତ୍ମିକ ଆଶୀର୍ବାଦ ମିଳିଥାଏ। ଚଳିତ ବର୍ଷ ମହାକୁମ୍ଭରେ ଲକ୍ଷଲକ୍ଷ ଭକ୍ତ ପହଞ୍ଚିବାର ଆଶା ରହିଛି। ପୌରାଣିକ ମାନ୍ୟତା ଅନୁସାରେ, ଦେବ ଓ ଅସୁରଙ୍କ ମଧ୍ୟରେ ସମୁଦ୍ର ମନ୍ଥନ ହୋଇ ଥିଲା। ମନ୍ଥନ ବେଳେ ବିଷ ମଧ୍ୟ ବାହାରିଲା ଏବଂ ଅମୃତ ମଧ୍ୟ। ଏମିତି କୁହାଯାଉଛି କି, ଅମୃତର କିଛି ବୁନ୍ଦା ପୃଥିବାର ୪ଟି ସ୍ଥାନରେ ପଡ଼ିଲା। ଏହାପରେ ଏହି ସ୍ଥାନ ପବିତ୍ର ହୋଇ ଗଲା। ଏହି ସବୁ ସ୍ଥାନରେ ପ୍ରତି ୧୨ ବର୍ଷରେ ମହାକୁମ୍ଭର ଆୟୋଜନ ହୋଇଥାଏ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.