ପ୍ରମୂଖ ଖବର
  • ଜୁନାଗଡ଼ ; ଟାୟାର ଫାଟି ଜଳିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସମ୍ୱଲପୁର : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍‌: ଆଖି ବୁଜିଲା ୫ ବର୍ଷର ଶିଶୁ, ବାପା ମାଆ ଗୁରୁତର
  • ||
  • ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବୋଧନ, ପୁଞ୍ଜି ନିବେଶ ପାଇଁ ପ୍ରବାସୀ ଭାରତୀୟଙ୍କୁ ଆହ୍ୱାନ
  • ||
  • ହଂସିକା ଏବଂ ଅନିଲ ଦିନିକିଆ ରିମାଣ୍ଡରେ ନେଲା ସ୍ପେଶାଲ କ୍ରାଇମ ୟୁନିଟ
  • ||
  • ବୌଦ୍ଧ : ଟ୍ରକ୍‌କୁ ପଛପଟୁ ପିଟିଲା କୋର୍ଟ ଭ୍ୟାନ୍‌, ୨ ପୋଲିସ ଆହତ
  • ||
  • ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ, "ଜଗନ୍ନାଥ ଓ ଲିଙ୍ଗରାଜଙ୍କ ଭୂମିରେ ଆପଣଙ୍କୁ ସ୍ଵାଗତ"
  • ||
  • ଶାମ୍ବ ଦଶମୀରେ କୋଣାର୍କରୁ ଚନ୍ଦ୍ରଭାଗା ଗଡ଼ିଲା ସୂର୍ଯ୍ୟ ରଥ
  • ||
  • ଗଞ୍ଜାମ : ଡ୍ରେନ୍‌ରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ଆମେରିକାର କାଲିଫର୍ଣ୍ଣିଆ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ, ୫ ମୃତ, ୭୦ ହଜାର ଲୋକ ସ୍ଥାନାନ୍ତର
  • ||
  • ୟୁକ୍ରେନ୍ ଜପୋରିଝିଆରେ ରୁଷିଆର ବୋମାମାଡ଼, ବ୍ୟାପକ କ୍ଷତି ସୂଚନା, ୧୩ ମୃତ, ୩୦ରୁ ଅଧିକ ଆହତ
  • ||
  • ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରବାସୀ ଭାରତୀୟ ଦିବସର ଉଦ୍‌ଯାପନୀ ସମାରୋହରେ ଯୋଗ ଦେବେ
  • ||
  • ରବିବାରଠୁ କମିବ ଶୀତ, ଆହୁରି ୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା: ୨ ଜିଲ୍ଲାକୁ କୁହୁଡ଼ି ନେଇ ଆଲର୍ଟ
  • ||

ଦ୍ୱିତୀୟ ଥର ପାଇଁ ଇସ୍ରୋର ସ୍ପେଶ୍‌ ଡକିଂ ପ୍ରକ୍ରିୟା ସ୍ଥଗିତ

Published By : Anindita | January 9, 2025 12:15 PM

ନୂଆଦିଲ୍ଲୀ,୦୯/୦୧: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO)ର  ବଡ଼ ଘୋଷଣା କରିଛି । ଗତ ଡିସେମ୍ବର ୩୦ ତାରିଖରେ ଲଞ୍ଚ କରିଥିବା ଐତିହାସିକ ମିଶନ SpaDex ଜରିଆରେ ଆଜି ହେବାକୁ ଥିବା ଡକିଂ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି ।  ପୂର୍ବରୁ ଏହି ପ୍ରକ୍ରିୟା ଗତ ୭ ତାରିଖରେ ହେବାକୁ ଧାର୍ଯ୍ଯ କରାଯାଇଥିବା ବେଳେ ଏହାକୁ ଜାନୁଆରୀ ୯ ତାରିଖକୁ ଘୁଞ୍ଚାଇଥିଲା ସଂସ୍ଥା । ହେଲେ ପୁଣି ଥରେ ଏହି ଡକିଂ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଥିବା ବେଳେ ଏନେଇ କୌଣସି ପରବର୍ତ୍ତୀ ତାରିଖ ଘୋଷଣା ହୋଇନି । ଦୁଇ ସାଟେଲାଇଟ ମଧ୍ଯରେ ଗତିଜନିତ ସମସ୍ଯା ପରିଲକ୍ଷିତ ହେବା ପରେ ଏହି ନିଷ୍ପତ୍ତି  ଇସ୍ରୋ ନେଇଥିବା ସୂଚନା ମିଳିଛି। 

ତେବେ ଏହି ମିଶନ ଇସ୍ରୋ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ  । କାରଣ ଏହା ସଫଳ ହେଲେ ଆଗାମୀ ସ୍ପେଶ ଅପେରସନ ଲାଗି ଫାଇଦା ମିଳିବ। ଏହି ମିଶନର ନାମ ସ୍ପେଶ ଡକିଂ ଏକ୍ସପରିମେଣ୍ଟ ରଖାଯାଇଛି । ଇସ୍ରୋ ଏହି ମିଶନ ଜରିଆରେ ଦୁଇଟି ସ୍ପେଶକ୍ରାଫ୍ଟ SDX01 ଓ SDXO2କୁ ମହାକାଶକୁ ଉତକ୍ଷେପଣ କରିଛି । ଡିସେମ୍ବର ୩୦ ତାରିଖ ରାତି ପ୍ରାୟ ୧୦ଟା ବାଜି ୧୫ ସେକେଣ୍ଡରେ ଏହାକୁ ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ଲଞ୍ଚ କରାଯାଇଥିଲା । ୨୦୨୪ ଶେଷରେ ଏହି ମିଶନକୁ ଲଞ୍ଚ କରି ଇସ୍ରୋ ଇତିହାସ ରଚିଥିଲା । ୨ଟି ଯାକ ସ୍ପେସକ୍ରାଫ୍ଟ ପୃଥିବୀ ପୃଷ୍ଠରୁ ୪୭୦ କିଲୋମିଟର ଉଚ୍ଚତାରେ ବୃତ୍ତାକାର କକ୍ଷପଥରେ ଘୁରି ବୁଲୁଛନ୍ତି। ଉଭୟ ଚେଜର୍ ଓ ଟାର୍ଗେଟର ଓଜନ ୨୨୦ କିଲୋଗ୍ରାମ୍ ଲେଖାଏଁ ହୋଇଥିବା ବେଳେ, ସେମାନେ ମହାକାଶରେ ଘଣ୍ଟାପ୍ରତି ୨୪ ହଜାର କିଲୋମିଟର ବେଗରେ ଘୁରି ବୁଲୁଛନ୍ତି। ‘ସ୍ପେଡେକ୍ସ ମିଶନ’ ସଫଳ ହେଲେ ଭାରତ ମହାକାଶରେ ନିଜର ସ୍ପେଶ ଷ୍ଟେସନ ସ୍ଥାପନ କରିପାରିବା ସହ ମହାକାଶରେ 'ଡକିଂ' ଟେକ୍ନୋଲୋଜି ବ୍ୟବହାର କ୍ଷେତ୍ରରେ ବିଶ୍ବରେ ଆମେରିକା, ଋଷ, ଚୀନ ପରେ ଚତୁର୍ଥ ସଫଳ ଦେଶ ଭାବେ ରେକର୍ଡ କରିବ । ଖାଲି ସେତିକି ନୁହେଁ, ଚନ୍ଦ୍ରଯାନ-୪ ମିଶନକୁ ମଧ୍ୟ ଏଥିରୁ ବହୁ ଫାଇଦା ମିଳିବ ।



  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.