ନୂଆଦିଲ୍ଲୀ, ୮/୧ : ୧୦୦ରୁ ଅଧିକ ସଦସ୍ୟ ଆପରେ ସାମିଲ ହୋଇଛନ୍ତି । ଦିଲ୍ଲୀରେ ଆପ୍ ନେତା ଅରବିନ୍ଦ କେଜ୍ରିଓ୍ବାଲ ତାଙ୍କୁ ସଦସ୍ୟତା ଦେଇଛନ୍ତି । ବିଜୟ ଶର୍ମା, ଜିତେନ୍ଦ୍ର ଶର୍ମା, ବ୍ରଜେଶ ଶର୍ମା, ଦୁଷ୍ମନ୍ତ ଶର୍ମା ଏବଂ ଉଦୟକାନ୍ତ ଝା ଆପରେ ସାମିଲ୍ ହୋଇଛନ୍ତି । ପ୍ରକାଶ ଯେ, କେଜ୍ରିଓ୍ବାଲଙ୍କ ଉପସ୍ଥିତିରେ ବିଜେପିର ମନ୍ଦିର ପ୍ରକୋଷ୍ଠର ୧୦୦ରୁ ଅଧିକ ସଦସ୍ୟ ଆମ୍ ଆଦମୀ ପାର୍ଟିରେ ସାମିଲ ହୋଇଛନ୍ତି । ଏହି ସମୟରେ କେଜ୍ରିଓ୍ବାଲ ସନାତନ ସେବା ସମିତିର ମଞ୍ଚରୁ କାର୍ଯ୍ୟକ୍ରମକୁ ସମ୍ବୋଦ୍ଧିତ ବି କରିଛନ୍ତି ।
ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି କି ଆଜି ମୁଁ ନିଜେ ନିଜକୁ ଭାଗ୍ୟଶାଳୀ ଭାବୁଛି କି ମଞ୍ଚ ଉପରେ ଏତେ ବଡ଼ ବଡ଼ ସାଧୁ- ମହାତ୍ମା ବସିଛନ୍ତି । ଯାହା କିଛି ବି ହୋଇଥାଏ ଉପରଓ୍ବାଲା କରିଥାଏ । ଆମେ ତ ନିମିସ ମାତ୍ର ଅଟୁ । ଦିଲ୍ଲୀରେ ଶିକ୍ଷା, ବିଜୁଳୀ, ସ୍ବାସ୍ଥ୍ୟର କ୍ରାନ୍ତି ହୋଇଛି । ସବୁ ଉପରଓ୍ବାଲାଙ୍କ କୃପା ଥିଲା । ସନାତନ ଲାଗି ଯେଉଁ ପୂଜାରୀ ୨୪ଘଣ୍ଟା କାମ କରିଥାନ୍ତି ତାଙ୍କ ସେବା କରିବାକୁ ମୋତେ ସୁଯୋଗ ମିଳିଛି । ଏଥିଲାଗି ଭଗବାନଙ୍କୁ ଧନ୍ୟବାଦ ଦେଉଛି । ଯାହା ଆମେ କହୁଛୁ ତାହା ଆମେ ନିଶ୍ଚିତ କରୁଛୁ । ରଘୁକୁଳ ରୀତି ସବୁବେଳେ ଚାଲି ଆସୁଛି । ଜୀବନ ଚାଲିଯାଉ ମାତ୍ର ବଚନ ନ ଯାଉ ।
ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ନିର୍ବାଚନ ଆୟୋଗ ତାରିଖ ଘୋଷଣା କରି ଦେଇଛନ୍ତି । ଦିଲ୍ଲୀରେ ୭୦ସିଟର ବିଧାନସଭା ଲାଗି ୫ଫେବୃଆରୀରେ ଭୋଟିଂ ହେବ ଏବଂ ୮ଫେବୃଆରୀରେ ଏହାର ଫଳାଫଳ ଆସିବ । ଏଭଳି ସ୍ଥଳେ ସବୁ ରାଜନୈତିକ ପାର୍ଟି ନିଜ ପ୍ରସ୍ତୁତି ଜୋରଦାର କରି ଦେଇଛନ୍ତି । ଦିଲ୍ଲୀରେ ମୁଖ୍ୟ ପ୍ରତିଦ୍ବନ୍ଦୀ ଆମ ଆଦମୀ ପାର୍ଟି, ବିଜେପି ଏବଂ କଂଗ୍ରେସ ମଧ୍ୟରେ ହେବ ।