ପ୍ରମୂଖ ଖବର
  • ମାଲକାନଗିରିରେ ବଡ଼ ଧରଣର ଚୋରି, କାନ୍ଥ ଭାଙ୍ଗି ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ମୋବାଇଲ୍‌ ନେଇଗଲେ ଲୁଟେରା
  • ||
  • ରାଜଧାନୀରେ ହତ୍ୟା ଘଟଣା: ୩ ଜଣଙ୍କୁ ଅଟକ ରଖି ଜେରା କରୁଛି ପୋଲିସ
  • ||
  • ରାଜଧାନୀରେ ହତ୍ୟା ଘଟଣା: ଦୋଷୀଙ୍କୁ ନିଶ୍ଚିତ ଧରାଯିବ ବୋଲି କହିଲେ ଆଇନ୍‌ମନ୍ତ୍ରୀ
  • ||
  • ବୈପାରିଗୁଡ଼ା : ଆମଟିଗୁଡା ହତ୍ୟା ମାମଲା, ୫ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ରାଜଧାନୀରେ ଚାଞ୍ଚଲ୍ୟ: ଚଳନ୍ତା ଗାଡ଼ିରେ ଯାଉଥିବା ଯୁବକଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ଭି. ନାରାୟଣନ ଇସ୍ରୋର ନୂଆ ଅଧ୍ୟକ୍ଷ, ଏସ୍ ସୋମନାଥଙ୍କ ସ୍ଥାନରେ ନିଯୁକ୍ତି
  • ||
  • ଆଗକୁ ବଢିବ ରାତି ତାପମାତ୍ରା, ଆହୁରି କମିବ ଶୀତ
  • ||
  • ରାଜ୍ୟରେ ବାର୍ଡ-ଫ୍ଲୁ ଭୟ, ଜନସ୍ୱାସ୍ଥ୍ୟ ବିଭାଗର ସ୍ଥିତି ସମୀକ୍ଷା
  • ||

ଲଞ୍ଚ ହେଲା ଭାରତପୋଲ, ସିବିଆଇ ପରି କାମ କରିବ

Published By : Ankita S | January 7, 2025 1:30 PM

ନୂଆଦିଲ୍ଲୀ,୦୭/୦୧: ଅପରାଧ ଘଟାଇ ଚମ୍ପଟ ମାରିଲେ ହେବେ ସାବାଡ । ଦେଶ ଛାଡି ବିଦେଶକୁ ପଳାଉଥିବା ମୋଷ୍ଟୱାଣ୍ଟେଡଙ୍କୁ ମିଳିବନି ତ୍ରାହି । ଏବେ ଅପରାଧିକୁ ଧରିବା ହେବ ସହଜ । ଆସିଗଲା ଭାରତପୋଲ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି (ମଙ୍ଗଳବାର) ଦିଲ୍ଲୀରେ ଭାରତପୋଲ ପୋର୍ଟାଲ ଲଞ୍ଚ କରିଛନ୍ତି । ଏହି ପୋର୍ଟାଲ ସିବିଆଇ ପରି କାମ କରିବ । ଭାରତପୋଲ ଉଦଘାଟନ ହେବା ଦ୍ବାରା ଭାରତୀୟ ଇନଭେଷ୍ଟିକେସନ ଏଜେନ୍ସିଂ ଏବଂ ସବୁ ରାଜ୍ୟର ପୋଲିସ ସହଜରେ ଇଣ୍ଟରପୋଲ ସହ ଯୋଡି ହେବେ ।

ଭାରତପୋଲ ପୋର୍ଟାଲ ଲଞ୍ଚ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଆଜି ଭାରତପୋଲର ଶୁଭାରମ୍ଭ ହୋଇଛି । ଏହା ଆମ ଅନ୍ତରାଷ୍ଟ୍ରୀୟ ଅନୁସନ୍ଧାନକୁ ଅଲଗା ଯୁଗକୁ ନେବ । ଇଣ୍ଟରପୋଲ ସହିତ କାମ କରିବାକୁ କେବଳ ସିବିଆଇ ଥିଲା । ଭାରତପୋଲ ଦ୍ବାରା ଦେଶର ସବୁ  ରାଜ୍ୟର ପୋଲିସ ସରଳତାର ସହ ଇଣ୍ଟରପୋଲ ସହିତ କନେକ୍ଟ କରିପାରିବ । ସିଧା ଇନଭେଷ୍ଟକେସନରେ ଗତି ଦେବାରେ ସହାୟକ ହେବ । ଏଜେନ୍ସିଂ ସିବିଆଇ ରହିବ ମାତ୍ର ଟେକନିକ ଆଧାରରେ ହୋଇଥିବା ବ୍ୟବସ୍ଥା ମାଧ୍ୟରେ ଦୂରତା କମିବ । ଅଧିକ ସୂଚନା ମିଳିପାରିବ । ସଠିକ ରୂପେ ଅପରାଧ ବିଷୟରେ ସୂଚନା ମିଳିବ ଏବେ ଅପରାଧ ଘଟିବା ପୂର୍ବରୁ ରୋକିବାକୁ ପ୍ରସ୍ତୁତି କରାଯିବ । ଏହି ପୋର୍ଟାଲ ଲଞ୍ଚ ହେବା ନେଇ ସିବିଆଇ ପରିବାର ଓ ନିର୍ଦ୍ଦେଶକଙ୍କୁ ଶୁଭେଚ୍ଛା ଜଣାଉଛି ।

ଭାରତପୋଲ କଣ ? ଲଞ୍ଚ ହୋଇଥିବା ଭାରତ ପୋଲ ଏକ ସାଧାରଣ ପୋର୍ଟାଲ । ଏହି ମାଧ୍ୟମରେ ଯେକୌଣସି ଆତଙ୍କବାଦୀ ଘଟଣା, ବଡ ବଡ ଅପରାଧ, ନାର୍କୋ ଓ ସାଇବର କ୍ରାଇମରେ ମୋଷ୍ଟୱାଣ୍ଟେଡ ଅପରାଧୀଙ୍କ ନିକଟରେ ପହଞ୍ଚିବା ସହଜ ହେବ । ଏହି ପୋର୍ଟଲରେ ସିବିଆଇ, ଇଡି, ଏନଆଇଏ ଏବଂ ସମସ୍ତ ରାଜ୍ୟ ପୋଲିସ ଭଳି ଅନୁସନ୍ଧାନକାରୀ ସଂସ୍ଥା ସାମିଲ ହେବେ । ଏମାନେ ପରସ୍ପର ସହ ସହଝରେ ଯୋଡି ହେବେ ।

ସାଧାରଣତଃ ମୋଷ୍ଟୱାଣ୍ଟେଡ ଅପରାଧୀ ଅପରାଧ ଘଟାଇ ଦେଶ ଛାଡି ଚାଲିଯାଉଥିଲେ । ସେଠାରେ ଆହୁରି ଯଡଯନ୍ତ୍ର କରୁଥିଲେ । ଏବେ ସେମାନଙ୍କ ଯୋଜନା ପଣ୍ଡ ହେବାକୁ ଯାଉଛି । ଏମାନଙ୍କ ଉପରେ ଭାରତପୋଲ ପୋର୍ଟଲ ଜରିଆରେ ଲାଗାମ ଲଗାଯିବ । ଏହି ପୋର୍ଟଲ ଜରିଆରେ ଇଣ୍ଟରପୋଲ ସହିତ ଭାରତୀୟ ସୁରକ୍ଷା ଏଜେନ୍ସିର ସମନ୍ବୟ ସହଜ ହେବ । ଏହା ଦ୍ବାରା ରାଜ୍ୟ ପୋଲିସଙ୍କୁ ଲାଭ ମିଳି ପାରିବେ । ଅପରାଧୀଙ୍କ ବିଷୟରେ ସୂଚନା ପାଇଁ ସିଧାସଳଖ ଇଣ୍ଟରପୋଲକୁ ଅନୁରୋଧ କରିପାରିବେ । ପୂର୍ବରୁ ରାଜ୍ୟ ପୋଲିସଙ୍କୁ ପ୍ରଥମେ ସିବିଆଇକୁ ଆବେଦନ କରିବାକୁ ପଡୁଥିଲା । ସିବିଆଇ ଏହାକୁ ଇଣ୍ଟରପୋଲକୁ ପଠାଉଥିଲା । ବର୍ତ୍ତମାନ ଏହା ସିଧାସଳଖ କରାଯିବ ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.