ନୂଆଦିଲ୍ଲୀ,୦୮/୦୧: ଝାଡ଼ଖଣ୍ଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଅଟୋକୁ ଧକ୍କା ଦେଲା ଟ୍ରକ । ଫଳରେ ଘଟଣାସ୍ଥଳରେ ୩ ଜଣ ପିଲାଙ୍କ ସହ ଅଟୋ ଡ଼୍ରାଇଭରଙ୍କ ମୃତ୍ୟୁ ହୋଇଛି। ଏଥିସହ ଟ୍ରକ ଓ ୧୧ ଜଣ ପିଲା ଆହତ ହୋଇଥିବା ସୂଚନା ମିଳିଛି। ତେବେ ସମସ୍ତ ଆହତଙ୍କୁ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ମୁତାବକ, ରାମଗଡ-ବୋକାରୋ ରାସ୍ତାର ଗୋଲା ତିର୍ଲା ନିକଟରେ ଏହି ଦୁର୍ଘଟଣା ଘଟିଛି। ଗଡବିଲ ମିଶନ ସ୍କୁଲ ପିଲାମାନଙ୍କୁ ନେଇ ଅଟୋ ଯାଉଥିବା ବେଳେ ତିର୍ଲା ନିକଟରେ ଧକ୍କା ଦେଇଥିଲା ଏଲପି ଟ୍ରକ । ଫଳରେ ୩ଜଣ ସ୍କୁଲ ପିଲା ଏବଂ ଅଟୋ ଡ୍ରାଇଭର ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ସେହିପରି ଏହି ଦୁର୍ଘଟଣାରେ ଏକ ଡ଼ଜନରୁ ଅଧିକ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ଶିଶୁ ଆହତଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେପଟେ ଘଟଣାସ୍ଥଳରେ ଏକାଧିକ ଲୋକ ଏକଜୁଟ ହୋଇଥିବା ବେଳେ ଯାନବାହନ ଚଳଚଳରେ ବାଧାପ୍ରାପ୍ତ ହୋଇଥିଲା । ଏନେଇ ସୂଚନା ପାଇ ରାମଗଡ ବିଧାୟକ ମମତା ଦେବୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି । ପ୍ରକାଶ ଥାଉକି,ଝାଡ଼ଖଣ୍ଡରେ ପ୍ରବଳ ଥଣ୍ଡା ହେତୁ ସରକାର ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଅଷ୍ଟମ ପର୍ଯ୍ୟନ୍ତ ପାଠପଢା ବନ୍ଦ ରହିବ। ଏହା ସତ୍ତ୍ୱେ ଛୋଟ ପିଲାମାନଙ୍କୁ ସ୍କୁଲକୁ ଡକାଯାଉଛି । ଏହି କାରଣରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।