ପ୍ରମୂଖ ଖବର
  • ରାଜଧାନୀରେ ହତ୍ୟା ଘଟଣା: ୩ ଜଣଙ୍କୁ ଅଟକ ରଖି ଜେରା କରୁଛି ପୋଲିସ
  • ||
  • ରାଜଧାନୀରେ ହତ୍ୟା ଘଟଣା: ଦୋଷୀଙ୍କୁ ନିଶ୍ଚିତ ଧରାଯିବ ବୋଲି କହିଲେ ଆଇନ୍‌ମନ୍ତ୍ରୀ
  • ||
  • ବୈପାରିଗୁଡ଼ା : ଆମଟିଗୁଡା ହତ୍ୟା ମାମଲା, ୫ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ରାଜଧାନୀରେ ଚାଞ୍ଚଲ୍ୟ: ଚଳନ୍ତା ଗାଡ଼ିରେ ଯାଉଥିବା ଯୁବକଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ଭି. ନାରାୟଣନ ଇସ୍ରୋର ନୂଆ ଅଧ୍ୟକ୍ଷ, ଏସ୍ ସୋମନାଥଙ୍କ ସ୍ଥାନରେ ନିଯୁକ୍ତି
  • ||
  • ଆଗକୁ ବଢିବ ରାତି ତାପମାତ୍ରା, ଆହୁରି କମିବ ଶୀତ
  • ||
  • ରାଜ୍ୟରେ ବାର୍ଡ-ଫ୍ଲୁ ଭୟ, ଜନସ୍ୱାସ୍ଥ୍ୟ ବିଭାଗର ସ୍ଥିତି ସମୀକ୍ଷା
  • ||

ସୁନା ଭଳି ଚାନ୍ଦିର ହେବ ହଲମାର୍କିଂ, ଖୁବଶୀଘ୍ର ନିଷ୍ପତ୍ତି

Published By : Ankita S | January 7, 2025 10:00 AM

ନୂଆଦିଲ୍ଲୀ,୦୭/୦୧: ସୁନା ପରି ରୁପା ଅଳଙ୍କାରରେ ହେବ ହଲମାର୍କିଂ । ଦେଶରେ ସୁନା ପରି ଖୁବଶୀଘ୍ର ରୁପାରେ ହଲମାର୍କିଂ ବାଧ୍ୟତାମୂଳକ ହେବ । ରୁପା ଗହଣା ପ୍ରତି ଲୋକଙ୍କ ଆଗ୍ରହ ବଢୁଛି । ଏହାକୁ ଦୃଷ୍ଟିରେ ରଖି ଖୁବଶୀଘ୍ର ଏଥିରେ ହଲମାର୍କିଂ କରିବାକୁ ପ୍ରସ୍ତୁତି ଆରମ୍ଭ ହେବାକୁ ଯାଉଛି । କେନ୍ଦ୍ର ଖାଦ୍ୟ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ପ୍ରଦ୍ଲାଦ ଯୋଶୀ ଏନେଇ ସୂଚନା ଦେଇଛନ୍ତି ।

ରୁପାର ଗହଣାଠାରୁ ଆରମ୍ଭ କରି ଉପହାର ସାମଗ୍ରୀ ପର୍ଯ୍ୟନ୍ତ ଅନେକ କିଛି ବିପୁଳ ପରିମାଣରେ ବିକ୍ରି ହେଉଛି । ଗ୍ରାହକମାନେ କିଣୁଥିବା ରୁପାର ଗୁଣବତ୍ତାକୁ ନିଶ୍ଚିତ କରିବା ଲାଗି ସରକାର ହଲମାର୍କିଂ ବାଧ୍ୟତାମୂଳକ କରିବା ଉପରେ ବିଚାର କରୁଛନ୍ତି । ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ଭାରତୀୟ ମାନକ ବ୍ୟୁରୋ (ବିଆଇଏସ) ରୁପାର ହଲମାର୍କିଂ ବାଧ୍ୟତାମୂଳକ କରିବା ଦରକାର ବୋଲି କହିଛନ୍ତି କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ।

ବ୍ୟୁରୋ ଅଫ୍ ଇଣ୍ଡିଆନ ଷ୍ଟାଣ୍ଡାର୍ଡ (ବିଆଇଏସ୍) ୭୯ତମ ଫାଇଣ୍ଡେସନ ଡେ ସମାରୋହରେ ଯୋଗ ଦେଇ କେନ୍ଦ୍ର ଖାଦ୍ୟ ବ୍ୟାପାର ମନ୍ତ୍ରୀ ପ୍ରଦ୍ଲାଦ ଯୋଶୀ କହିଛନ୍ତି, ବିଏସ୍ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ରୂପା ଏବଂ ରୁପା ଅଳଙ୍କାର ପାଇଁ ହଲମାର୍କିଂ ବାଧ୍ୟତାମୂଳକ କରିବା ଉଚିତ୍ । ରୁପା ହଲମାର୍କିଂ ପାଇଁ ଗ୍ରାହକଙ୍କ ଚାହିଦା ରହିଛି । ଏ ଦିଗରେ କାର୍ଯ୍ୟ ଆରମ୍ଭ ହୋଇସାରିଛି । 

ସେ ଆହୁରି କହିଛନ୍ତି, ହିତାଧିକାରୀଙ୍କ ସହ ଆଲୋଚନା ଏବଂ ବିଆଇଏସ ଦ୍ବାରା ସମ୍ଭାବ୍ୟ ମୂଲ୍ୟାଙ୍କନ ସମାପ୍ତ ହେବା ପରେ ସରକାର ଏହା ଉପରେ ନିଷ୍ପତ୍ତି ନିଆଯିବ । ବିଆଇଏସକୁ ସମ୍ଭାବ୍ୟତାର ଉପରେ କାର୍ଯ୍ୟ କରିବାକୁ ଏବଂ ଗ୍ରାହକ ଓ ଅଳଙ୍କାର ଡିଲରଙ୍କଠାରୁ ମତାମତ ନେବାକୁ କହିଛି । ରୁପାର ହଲମାର୍କିଂ କରିବାକୁ ଗୁଜୁରାଟ,କର୍ଣ୍ଣାଟକ ଓ ଅନ୍ୟ କେତେକ ରାଜ୍ୟ ଦାବି କରୁଥିଲେ । ରୁପାର ହଲମାର୍କିଂ ବାଧ୍ୟତାମୂଳକ ହେଲେ ଲୋକମାନେ ନକଲି ରୁପା ଠକାମିର ଶିକାର ହେବେ ନାହିଁ ।

ବିଆଇଏସ୍ କଣ- ବ୍ୟୁରୋ ଅଫ୍ ଇଣ୍ଡିଆନ ଷ୍ଟାଣ୍ଡାର୍ଡ । ଏହା ଏକ ହଲମାର୍କିଂ ସିଷ୍ଟମ । ଏହା ସୁନା ପରି ମୂଲ୍ୟବାନ ଜିନିଷର ସୁଦ୍ଧତା ସାର୍ଟିଫାଏ କରିଥାଏ ।


  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.