ପ୍ରମୂଖ ଖବର
  • ବୈପାରିଗୁଡ଼ା : ଆମଟିଗୁଡା ହତ୍ୟା ମାମଲା, ୫ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ରାଜଧାନୀରେ ଚାଞ୍ଚଲ୍ୟ: ଚଳନ୍ତା ଗାଡ଼ିରେ ଯାଉଥିବା ଯୁବକଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ଭି. ନାରାୟଣନ ଇସ୍ରୋର ନୂଆ ଅଧ୍ୟକ୍ଷ, ଏସ୍ ସୋମନାଥଙ୍କ ସ୍ଥାନରେ ନିଯୁକ୍ତି
  • ||
  • ଆଗକୁ ବଢିବ ରାତି ତାପମାତ୍ରା, ଆହୁରି କମିବ ଶୀତ
  • ||
  • ରାଜ୍ୟରେ ବାର୍ଡ-ଫ୍ଲୁ ଭୟ, ଜନସ୍ୱାସ୍ଥ୍ୟ ବିଭାଗର ସ୍ଥିତି ସମୀକ୍ଷା
  • ||

BRICSରେ ଇଣ୍ଡୋନେସିଆର ଏଣ୍ଟ୍ରୀ, ଘୋଷଣା କଲା ବ୍ରାଜିଲ୍

Published By : Ankita S | January 7, 2025 9:20 AM

ନୂଆଦିଲ୍ଲୀ,୦୭/୦୧: ଏସୀୟ ଦେଶ ଇଣ୍ଡୋନେସିଆକୁ ବ୍ରିକ୍ସର ବିକାଶିତ ଦେଶର ଶ୍ରେଣୀ ମଧ୍ୟରେ ସାମିଲ କରାଯାଇଛି । ବ୍ରିକ୍ସରେ ଏଣ୍ଟ୍ରି ମାରିଛି ଇଣ୍ଡୋନେସିଆ । ବ୍ରିକ୍ସ ଅଧ୍ୟକ୍ଷତା କରୁଥିବା ବ୍ରାଜିଲ ଏ ନେଇ ଘୋଷଣା କରିଛି । ବ୍ରାଜିଲ ବୈଦେଶିକ ମନ୍ତ୍ରଣାଳୟ ୨୦୨୪ର ବ୍ରିକ୍ସ ଅଧକ୍ଷତା କରୁଛି ।

ବିଶ୍ବର ଅର୍ଥବ୍ୟବସ୍ଥାର ଔପଚାରିକ ସମୂହ ବ୍ରିକ୍ସରେ ଆଉ ଏକ ଦେଶକୁ ଏଣ୍ଟ୍ରି ମିଳିଛି । ଇଣ୍ଡୋନେସିଆ ବ୍ରିକ୍ସର ୧୧ତମ ଦେଶ ଭାବେ ସାମିଲ ହୋଇଛି । ବ୍ରାଜିଲ ବିଦେଶ ମନ୍ତ୍ରଣାଳୟ ଏହି ଘୋଷଣା କରି କହିଛନ୍ତି, ବ୍ରାଜିଲ ସରକାର ଇଣ୍ଡୋନେସିଆକୁ ବ୍ରିକ୍ସରେ ସାମିଲ ହେବାକୁ ସ୍ବୀକାର କରୁଛି । ଦକ୍ଷିଣ-ପୂର୍ବ ଏସୀୟାର ସବୁଠୁ ବଡ ଅର୍ଥବ୍ୟବସ୍ଥା ଏବଂ ଅଧିକ ଜନସଂଖ୍ୟା ଥିବା ଦେଶ ଇଣ୍ଡୋନେସିଆ ଅନ୍ୟ ବ୍ରିକ୍ସ ସଦସ୍ୟଙ୍କ ସହ ବୈଶ୍ବିକ ସଂସ୍ଥାନକୁ ସୁଧାରର ସମର୍ଥନ କରୁଛି ।

୨୦୦୬ରେ ହୋଇଥିଲା ଆରମ୍ଭ- ୨୦୦୬ରେ ନ୍ୟୁୟର୍କର ୟୁଏନଜିଏ ସମୟରେ ବ୍ରିକ୍ସ ନେତାଙ୍କ ପ୍ରଥମ ବୈଠକ ବସିଥିଲା । ୨୦୦୯ରେ ପ୍ରଥମ ବ୍ରିକ୍ସ ସମ୍ମିଳନୀ ଆୟୋଜିତ ହୋଇଥିଲା । ୨୦୧୦ରେ ବ୍ରିକ୍ସ ସମ୍ମିଳନୀରେ ଦକ୍ଷିଣ ଆଫ୍ରିକାକୁ ସାମିଲ କରାଯାଇଥିଲା । ଏହାପରେ ଏହି ସମୂହ ବ୍ରିକ୍ସ ନାମରେ ନାମିତ ହୋଇଥିଲା ।

୨୦୦୯ରେ ବ୍ରିକ୍ସର ଗଠନ ହୋଇଥିଲା । ଏଥିରେ ବ୍ରାଜିଲ, ଋଷ, ଭାରତ ଓ ଚୀନ ରହିଥିଲା । ୨୦୧୦ରେ ଦକ୍ଷିଣ ଆଫ୍ରିକା ସାମିଲ ହୋଇଥିଲା । ଗତବର୍ଷ ବ୍ରିକ୍ସ ସମୂହକୁ ବିସ୍ତାର କରି ଇରାନ, ମିଶ୍ରି, ଇଥୋପିଆ ଏବଂ ସଂଯୁକ୍ତ ଆରବ ଅମିରାତକୁ ସାମିଲ କରାଯାଇଥିଲା । ସାଉଦି ଆରବକୁ ନିମନ୍ତ୍ରଣ ଦିଆଯାଇଛି ମାତ୍ର ସେ ଏଯାବତ ସାମିଲ ହୋଇନାହିଁ । ତୁର୍କୀ, ଅଜରବେଜାନ ଏବଂ ମାଲେସିୟା ଔପଚାରିକ ଭାବେ ସଦସ୍ୟ ହେବାକୁ ଆବେଦନ କରିଥିଲେ । ବ୍ରିକ୍ସ ଏକମାତ୍ର ପ୍ରମୁଖ ଅନ୍ତରାଷ୍ଟ୍ରୀୟ ସମୂହ ଯେଉଁଥିରେ ଆମେରିକା ଅଂଶ ନାହିଁ । ଜି୨୦ରୁ ବ୍ରିକ୍ସ ହେବା ପରେ ଏହାର ଲୋକପ୍ରିୟତା ବଢିବାକୁ ଲାଗିଛି । ୨୦୨୪ରେ ୫ ନୂଆ ଦେଶ ଏହାର ଅଂଶ ହୋଇଥିଲେ । ବ୍ରିକ୍ସର ୧୬ତମ ଶିଖର ସମ୍ମିଳନୀ ୨୦୨୪ରେ କଜାନରେ ଆୟୋଜିତ ହୋଇଥିଲା । ଏହାର ଅଧକ୍ଷତା ଋଷ କରିଥିଲା ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.