ମୁମ୍ବାଇ ,୦୭/୦୧: ସାଉଥ ଅଭିନେତ୍ରୀ ନୟନତାରାଙ୍କ ବଢିଛି ଅଡ଼ୁଆ। ତାଙ୍କର ଡକ୍ୟୁମେଣ୍ଟାରୀ ସିରିଜ 'ନୟନତାରା: ଦ ଫେୟାର ଟେଲ' ରିଲିଜ ହେବାଠୁ ବିଭିନ୍ନ ଆଇନଗତ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଅଭିନେତା ଧନୁଷଙ୍କ ପ୍ରଡକ୍ସନ୍ ଫିଲ୍ମ 'ନାନମ୍ ରୋଡି ଧାନ'ର କିଛି ସେକେଣ୍ଡ୍ ବିଟିଏସ୍ ଫୁଟେଜ୍ ଡକ୍ୟୁମେଣ୍ଟାରୀରେ ଅନ୍ତର୍ଭୁକ୍ତ ହୋଇଥିଲା । ଯାହାକୁ ନେଇ ସେ ଅଭିନେତ୍ରୀଙ୍କୁ ନୋଟିସ୍ ପଠାଇଥିଲେ। ବିନା ଅନୁମତିରେ ଫିଲ୍ମର ବିଷୟବସ୍ତୁ ବ୍ୟବହାର କରିବା ପାଇଁ ଧନୁଷ ଅଭିନେତ୍ରୀଙ୍କୁ ୧୦ କୋଟି ଟଙ୍କା ମାଗିଥିଲେ । ଏନେଇ ନୟନତାରା ଜବାବ ମଧ୍ୟ ଦେଇଥିଲେ । ହେଲେ ମାମଲା ଥମିଥିବା ବେଳେ ବର୍ତ୍ତମାନ ପୁଣି ଏହି ଡକ୍ୟୁମେଣ୍ଟାରୀ ଉପରେ ପୁଣି ନୟନତାରାଙ୍କୁ ନୋଟିସ୍ ମିଳିଥିବା ଖବର ଆସିଛି । ଯାହାର ସତତ୍ୟା ମଧ୍ୟ ସାମ୍ନାକୁ ଆସିଛି ।
ତେବେ ନୟନତାରାଙ୍କ ଡକ୍ୟୁମେଣ୍ଟାରୀରେ 'ଚନ୍ଦ୍ରମୁଖୀ'ର କ୍ଲିପ୍ ବିନା ଅନୁମତିରେ ବ୍ୟବହାର ପାଇଁ ୫ କୋଟି ଟଙ୍କା ମାଗିବା ସହ ନୟନତାରା ଏବଂ ନେଟଫ୍ଲିକ୍ସକୁ ନୋଟିସ୍ ପଠାଇଛନ୍ତି । ଏହି ଖବର ଭାଇରାଲ ପରେ ବର୍ତ୍ତମାନ ଏହାକୁ ଗୁଜବ କହିବା ସହ ସ୍ପଷ୍ଟୀକରଣ ରଖିଛନ୍ତି 'ଚନ୍ଦ୍ରମୁଖୀ' ନିର୍ମାତା । ଶିବାଜୀ ପ୍ରଡକ୍ସନ୍ସ ସ୍ପଷ୍ଟ କରିଛି ଯେ ସେପରି କୌଣସି ଡିମାଣ୍ଡ କରାଯାଇ ନାହିଁ। ତେବେ ତାମିଲ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ଟ୍ରାକର ମନୋବାଲା ବିଜୟବାଲାନ ଶିବାଜୀ ପ୍ରଡକ୍ସନ୍ସ ଦ୍ୱାରା ନୟନତାରାଙ୍କୁ ଦିଆଯାଇଥିବା ଏକ ଏନଓସି ସେୟାର କରି ନେଟଫ୍ଲିକ୍ସ ଡକ୍ୟୁମେଣ୍ଟାରୀରେ ଚନ୍ଦ୍ରମୁଖୀଙ୍କ ଫୁଟେଜ ବ୍ୟବହାର କରିବାକୁ ଅନୁମୋଦନ କରିଛନ୍ତି । ସାର୍ଟିଫିକେଟ୍ କୁହାଯାଇଛି, ଏହା ପ୍ରମାଣ କରିବା ଯେ ନେଟଫ୍ଲିକ୍ସ ଡକ୍ୟୁମେଣ୍ଟାରୀ ନୟନତାରା: ବେୟଣ୍ଡ ଫେୟାର ଟେଲରେ ନିମ୍ନଲିଖିତ ଫୁଟେଜ୍ ବ୍ୟବହାରରେ ସିଭାଜୀ ପ୍ରଡକ୍ସନ୍ସର କୌଣସି ଆପତ୍ତି ନାହିଁ ।