ପ୍ରମୂଖ ଖବର
  • ବାଜିଲା ନିର୍ବାଚନୀ ବିଗୁଲ, ଆସନ୍ତା ଫେବୃଆରୀ ୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନ; ୮ରେ ଗଣତି
  • ||
  • ରକ୍ତ ରଞ୍ଜିତ ହେଲା ଶୁଳିଆ ପୀଠ,ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଶୋଭାଯାତ୍ରାରେ ପହଞ୍ଚିବା ପରେ ପର୍ବ ପାଳିତ
  • ||
  • ନେପାଳରେ ୭.୧ ତ୍ରୀବତାର ଭୂକମ୍ପ, ଥରିଲା ଉତ୍ତର ଭାରତ
  • ||
  • ବରଗଡ଼ ଧନୁଯାତ୍ରା ଚତୁର୍ଥ ଦିବସ: ଗୋପ କୃଷ୍ଣମୟ, ମଥୁରାରେ କଂସ ଭୟ
  • ||
  • ବୁଧବାରଠୁ ପ୍ରବାସୀ ଭାରତୀୟ ଦିବସ ମହାକୁମ୍ଭ, ଆସୁଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ସହରରେ ଟ୍ରାଫିକ୍ କଟକଣା
  • ||

ଦିଲ୍ଲୀରେ ଶୂନ୍ୟ ଦୃଶ୍ୟମାନତା: ୫୧ ଟ୍ରେନ୍‌ ବିଳମ୍ବ, ବଦଳିଲା ବହୁ ବିମାନର ଉଡ଼ାଣ ସମୟ

Published By : Tapas Panda | January 5, 2025 10:51 PM

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀକୁ ଯୋଗାଯୋଗ ଗୁରୁତର ଭାବରେ ପ୍ରଭାବିତ ହୋଇଛି । ଦିଲ୍ଲୀରେ କୁହୁଡ଼ିର ମାତ୍ରା ବୃଦ୍ଧି ପାଇବାରୁ ଶୂନ୍ୟ ଦୃଶ୍ୟମାନ ସ୍ଥିତି ସୃଷ୍ଟି ହୋଇଛି । ଫଳରେ ଦିଲ୍ଲୀକୁ ଏବଂ ଦିଲ୍ଲୀରୁ ବିମାନ ଉଡ଼ାଣ ସହିତ ଟ୍ରେନ୍‌ ଚଳାଚଳରେ ଅସୁବିଧା ଉପୁଜିଛି । ୫୧ଟି ଟ୍ରେନ୍‌ ଚଳାଚଳ ବିଳମ୍ବ ହୋଇଥିବା ବେଳେ ଏକାଧିକ ବିମାନ ଉଡ଼ାଣର ସମୟ ପରିବର୍ତ୍ତନ କରାଯାଇଛି । 

ଆଇଏମଡି ଅଧିକାରୀଙ୍କ ଅନୁସାରେ, ଦିଲ୍ଲୀରେ ଜିରୋ ଭିଜିବିଲିଟି (ଶୂନ୍ୟ ଦୃଶ୍ୟମାନତା) ସ୍ଥିତି ଦେଖାଦେଇଛି ।  ପଶ୍ଚିମା ବାୟୁ ୮ରୁ ୧୩ କିଲୋମିଟର ବେଗରେ ପ୍ରଭାହିତ ହେଉଛି । ଶନିବାର ତୁଳନାରେ ରବିବାର ଦିଲ୍ଲୀରେ ୯ ଘଣ୍ଟା ଧରି ଶୂନ୍ୟ ଦୃଶ୍ୟମାନ ସ୍ଥିତି ରହିଥିଲା ।  ସେହିଭଳି ପାଲମରେ କମ୍‌ ସମୟ ସାଢ଼େ ୩ ଘଣ୍ଟା ଜିରୋ ଭିଜିଭିଲିଟି ଥିବା ଜଣାପଡ଼ିଛି । ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟରୁ ଆସିଥିବା ଏକ ଭିଡିଓରୁ ଜଣାପଡ଼ିଛି, କିଭଳି ଦିଲ୍ଲୀରେ ଘନ କୁହୁଡ଼ି ଲୋକଙ୍କ ପାଇଁ ଜଞ୍ଜାଳ ସାଜିଛି ।  

ପ୍ରତିକୂଳ ଜଳବାୟୁ ପରିସ୍ଥିତି ଯୋଗୁଁ ଦିଲ୍ଲୀରୁ ଏବଂ ଦିଲ୍ଲୀକୁ ଅମୃତସର, ଚଣ୍ଡିଗଡ଼, କୋଲକାତା ଏବଂ ଲକ୍ଷ୍ନୌ ବିମାନ ଉଡ଼ାଣ ପ୍ରଭାବିତ ହୋଇଛି ବୋଲି ଇଣ୍ଡିଗୋ ଏୟାର ଲାଇନ ପକ୍ଷରୁ ଏକ୍ସରେ ସୂଚନା ଦିଆଯାଇଛି । ଯାତ୍ରୀମାନଙ୍କ ଅସୁବିଧା ଲାଗି ଦୁଃଖ ପ୍ରକାଶ କରିବା ସହ ଏୟାର ଲାଇନ ଓ୍ବେବସାଇଟ୍‌ରେ ବିଳଳ୍ପ ବିମାନ ବୁକ୍‌ କରିବାକୁ ପରାମର୍ଶ ଦେଇଛି ଇଣ୍ଡିଗୋ । 

ସେପଟେ ଦିଲ୍ଲୀର ସର୍ବୋଚ୍ଚ ତାପମାତ୍ରା ୧୮.୬ ଡିଗ୍ରି ସେଲସିୟସ୍‌ ରେକର୍ଡ କରାଯାଇଛି । ଯାହାକି ହାରାହାରି ତାପାମତ୍ରାଠୁ ୦.୭ ପ୍ରତିଶତ କମ୍‌ । ସେହିଭଳି ସର୍ବନିମ୍ନ ତାପମାତ୍ରା ୯.୪ ଡିଗ୍ରି ସେଲସିୟସ୍‌ ରେକର୍ଡ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) । ଇଏ ତ ଥିଲା ଡିସେମ୍ବର ୫ (ରବିବାର)ର ପାଣିପାଗ ସୂଚନା । ଡିସେମ୍ବର ୬ରେ  ଦିଲ୍ଲୀରେ ମେଘୁଆ ପାଗ ରହିବ ବୋଲି ଆଇଏମଡି ପୂର୍ବାନୁମାନ କରିଛି । ଏପରିକି ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ସ୍ଥିତି ରହିବ ବୋଲି ଜଣାପଡ଼ିଛି  । 

  • new delhi
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.