ପ୍ରମୂଖ ଖବର
  • ରାଜ୍ୟରେ ବାର୍ଡ-ଫ୍ଲୁ ଭୟ, ଜନସ୍ୱାସ୍ଥ୍ୟ ବିଭାଗର ସ୍ଥିତି ସମୀକ୍ଷା
  • ||

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କଲେ ମାଇକ୍ରୋସଫ୍ଟ ସିଇଓ, ଭାରତରେ ଏଆଇ ଭବିଷ୍ୟତ ଉପରେ ହେଲା ଆଲୋଚନା

Published By : Tapas Panda | January 6, 2025 11:31 PM

Image Courtey: X

ନୂଆଦିଲ୍ଲୀ: ଆମେରିକାର ଭାରତୀୟ ବଂଶୋଦ୍ଭବ ବ୍ୟବସାୟୀ ଏବଂ ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲା ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ପରେ ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ଆମ ଭିତରେ ଟେକନିକ୍‌, ନବସୃଜନ ଏବଂ ଏଆଇ ସଂପର୍କରେ ଆଲୋଚନା ହୋଇଛି । ସତ୍ୟ ନାଡେଲା ଏକ୍ସରେ ଲେଖିଛନ୍ତି, ଭାରତକୁ ଏଆଇ-ପ୍ରଥମ କରିବା ଦିଗରେ ମିଳିତ ଭାବରେ କାର୍ଯ୍ୟ କରିବାକୁ ବେଶ ଉତ୍ସାହିତ ଅଛି ।

ନାଡେଲା ପିଏମ ମୋଦୀଙ୍କ ସହ ଏକ ଫଟେ ସେୟାର କରି ଲେଖିଛନ୍ତି, ‘ ନେତୃତ୍ବ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ । ଭାରତକୁ ଏଆଇ-ଫାଷ୍ଟ କରିବା ଲାଗି ଆମର ପ୍ରତିବଦ୍ଧତାକୁ ଆଗକୁ ବଢ଼ାଇବା ଏବଂ ଦେଶରେ ନିରନ୍ତର ସେବା ବିସ୍ତାର ଦିଗରେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ଉତ୍ସାହିତ ଅଛି । ଏଆଇ ପ୍ଲାଟଫର୍ମ ଜରିଆରେ ସବୁ ଭାରତୀୟଙ୍କୁ ଯେମିତି ଫାଇଦା ମିଳିବ ଏହା ଆମେ ସୁନିଶ୍ଚିତ କରିବୁ ।’ 




ନାଡେଲାଙ୍କ ଏହି ପୋଷ୍ଟର ଜବାବରେ ମୋଦୀ ଲେଖିଛନ୍ତି,‘ଆପଣଙ୍କ ସହ ସାକ୍ଷାତ ହୋଇ ସତରେ ଖୁସି ଲାଗିଲା ।ଭାରତରେ ମାଇକ୍ରୋସଫ୍ଟର ବିସ୍ତାର ଏବଂ ନିବେଶ ଯୋଜନା ସଂପର୍କରେ ଜାଣି ଖୁସି ହେଲି । ଆମର ଏହି ସାକ୍ଷାତ ସମୟରେ ପ୍ରଯୁକ୍ତିବିଦ୍ୟା, ନବସୃଜନ ଏବଂ କୃତ୍ରିମ ବୁଦ୍ଧିମତା ଉପରେ ଆଲୋଚନା ହୋଇଛି ।’ ଏହା ପୂର୍ବରୁ ଡିସେମ୍ବର ୩୦ରେ ସତ୍ୟ ନାଡେଲା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ସାକ୍ଷାତ କରିଥିଲେ ।

 

  • pm narendra modi
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.