ପ୍ରମୂଖ ଖବର
  • ମାଲକାନଗିରିରେ ବଡ଼ ଧରଣର ଚୋରି, କାନ୍ଥ ଭାଙ୍ଗି ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ମୋବାଇଲ୍‌ ନେଇଗଲେ ଲୁଟେରା
  • ||
  • ରାଜଧାନୀରେ ହତ୍ୟା ଘଟଣା: ୩ ଜଣଙ୍କୁ ଅଟକ ରଖି ଜେରା କରୁଛି ପୋଲିସ
  • ||
  • ରାଜଧାନୀରେ ହତ୍ୟା ଘଟଣା: ଦୋଷୀଙ୍କୁ ନିଶ୍ଚିତ ଧରାଯିବ ବୋଲି କହିଲେ ଆଇନ୍‌ମନ୍ତ୍ରୀ
  • ||
  • ବୈପାରିଗୁଡ଼ା : ଆମଟିଗୁଡା ହତ୍ୟା ମାମଲା, ୫ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ରାଜଧାନୀରେ ଚାଞ୍ଚଲ୍ୟ: ଚଳନ୍ତା ଗାଡ଼ିରେ ଯାଉଥିବା ଯୁବକଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ଭି. ନାରାୟଣନ ଇସ୍ରୋର ନୂଆ ଅଧ୍ୟକ୍ଷ, ଏସ୍ ସୋମନାଥଙ୍କ ସ୍ଥାନରେ ନିଯୁକ୍ତି
  • ||
  • ଆଗକୁ ବଢିବ ରାତି ତାପମାତ୍ରା, ଆହୁରି କମିବ ଶୀତ
  • ||
  • ରାଜ୍ୟରେ ବାର୍ଡ-ଫ୍ଲୁ ଭୟ, ଜନସ୍ୱାସ୍ଥ୍ୟ ବିଭାଗର ସ୍ଥିତି ସମୀକ୍ଷା
  • ||

ୟୁକ୍ରେନୀୟ ସୈନିକଙ୍କୁ କୁର୍ସ୍କ ସହରରୁ ବିଦା କଲେ ଋଷ ସେନା, ୫ ମାସର ଲଢେଇ ୧୨ ଘଣ୍ଟାରେ ଶେଷ

Published By : Prameya | January 7, 2025 7:04 PM

ନୂଆଦିଲ୍ଲୀ,୭।୧: ନୂଆ ବର୍ଷର ପ୍ରଥମ ସପ୍ତାହରେ ବ୍ଲାଡିମିର ପୁଟିନ୍‌ଙ୍କ ସୈନିକକୁ ୟୁକ୍ରେନ୍ ବିରୋଧରେ ମିଳିଛି ବଡ଼ ସଫଳତା। ଋଷ ପ୍ରତିରକ୍ଷା  ମନ୍ତ୍ରଣାଳୟ ମଙ୍ଗଳବାର ଦାବି କରିଛି ଯେ, ତା’ର ସୈନିକ ଋଷର ପଶ୍ଚିମ ସହର କୁର୍ସ୍କରେ ୟୁକ୍ରେନ୍ ସୈନିକଙ୍କୁ ପଛଘୁଞ୍ଚା ଦେବାରେ ସଫଳ ହୋଇଛି। ଋଷ କହିଛି, ଏହି ସହର ଉପରେ ଗତ ୫ ମାସ ହେବ ୟୁକ୍ରେନ୍ କବଜା କରିଥିଲା। ରବିବାର ନୂଆ ଭାବରେ ଯୁଦ୍ଧ ଆରମ୍ଭ ହୋଇଛି ଓ ୧୨ ଘଣ୍ଟାରେ ଋଷ ସେନା ୟୁକ୍ରେନ୍‌କୁ କୁର୍ସ୍କରେ ହରାଇ ଦେଇଛି। ଏହି ସହରକୁ ୟୁକ୍ରେନୀୟଙ୍କଠାରୁ ସ୍ବାଧୀନ କରାଇବାରେ ଉତ୍ତର କୋରିଆ ସୈନିକ ମଧ୍ୟ ଋଷ ପାଇଁ  ଲଢୁଥିଲେ। 

ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ ମଙ୍ଗଳବାର କହିଛି, ତା’ର ସୈନିକ ଋଷର କୁର୍ସ୍କ ଅଞ୍ଚଳରେ ୟୁକ୍ରେନ୍ ସୈନିକଙ୍କୁ ଲଗାତାର ଭାବରେ ହରାଇ ଦେଇଛନ୍ତି। ଗତ ବର୍ଷ ଅଗଷ୍ଟରେ ମାସରେ ଏହି ସହର ଉପରେ  ୟୁକ୍ରେନ୍ ସୈନିକ ଲଗାତାର ଆକ୍ରମଣ କରିବାରେ ଲାଗିଥିଲେ। ଫଳରେ ୟୁକ୍ରେନ୍‌ ଆକ୍ରମଣ କାରଣରୁ ହଜାର ହଜାର ଋଷ ଲୋକଙ୍କୁ ଅଞ୍ଚଳ ଖାଲି କରିବାକୁ ପଡିଥିଲା। ୟୁକ୍ରେନ୍‌ର ଋଷ ସହର ଉପରେ ଦଖଲ ପରେ ଋଷ ଗତ ୫ ମାସ ହେବ ଯୁଦ୍ଧ ଲଢୁଛି। ଋଷକୁ ସେଠାରେ ନିଜର ଅଞ୍ଚଳକୁ ଖାଲି କରିବା ପାଇଁ ଉତ୍ତର କୋରିଆର ସାହାଯ୍ୟ ନେବାକୁ ପଡିଥିଲା। 

ଋଷର କୁର୍ସ୍କ ସହରରେ ୫ ମାସ ହେବ ଚାଲିଥିବା ଏହି ଲଢେଇରେ ସବୁଠାରୁ ଅଧିକ କ୍ଷତି ଉତ୍ତର କୋରିଆର ହୋଇଛି। ୟୁକ୍ରେନ୍ ସନାର ସୂଚନା ଅନୁସାରେ, ଯୁଦ୍ଧ ବେଳେ ୧୦ ହଜାରରୁ ଅଧିକ ଉତ୍ତର କୋରିଆ ସୈନିକ ନିହତ ହୋଇଛନ୍ତି। ଅନେକ ରିପୋର୍ଟ ଅନୁସାରେ, ଯୁଦ୍ଧ ବେଳେ ଉତ୍ତର କୋରିଆର ବହୁ ସୈନିକଙ୍କୁ ଋଷ ସୈନିକଙ୍କ ଦ୍ବାରା ଜୀବନ ହରାଇବାକୁ ପଡିଛି। କାରଣ କୋରିଆର ସୈନିକ ଋଷ ଓ ୟୁକ୍ରେନ୍ ସୈନିକଙ୍କୁ ଚିହ୍ନିବାରେ ସଫଳ ହୋଇନଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.