ପ୍ରମୂଖ ଖବର
  • ମାଲକାନଗିରିରେ ବଡ଼ ଧରଣର ଚୋରି, କାନ୍ଥ ଭାଙ୍ଗି ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ମୋବାଇଲ୍‌ ନେଇଗଲେ ଲୁଟେରା
  • ||
  • ରାଜଧାନୀରେ ହତ୍ୟା ଘଟଣା: ୩ ଜଣଙ୍କୁ ଅଟକ ରଖି ଜେରା କରୁଛି ପୋଲିସ
  • ||
  • ରାଜଧାନୀରେ ହତ୍ୟା ଘଟଣା: ଦୋଷୀଙ୍କୁ ନିଶ୍ଚିତ ଧରାଯିବ ବୋଲି କହିଲେ ଆଇନ୍‌ମନ୍ତ୍ରୀ
  • ||
  • ବୈପାରିଗୁଡ଼ା : ଆମଟିଗୁଡା ହତ୍ୟା ମାମଲା, ୫ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ରାଜଧାନୀରେ ଚାଞ୍ଚଲ୍ୟ: ଚଳନ୍ତା ଗାଡ଼ିରେ ଯାଉଥିବା ଯୁବକଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ଭି. ନାରାୟଣନ ଇସ୍ରୋର ନୂଆ ଅଧ୍ୟକ୍ଷ, ଏସ୍ ସୋମନାଥଙ୍କ ସ୍ଥାନରେ ନିଯୁକ୍ତି
  • ||
  • ଆଗକୁ ବଢିବ ରାତି ତାପମାତ୍ରା, ଆହୁରି କମିବ ଶୀତ
  • ||
  • ରାଜ୍ୟରେ ବାର୍ଡ-ଫ୍ଲୁ ଭୟ, ଜନସ୍ୱାସ୍ଥ୍ୟ ବିଭାଗର ସ୍ଥିତି ସମୀକ୍ଷା
  • ||

ସିଏମ୍ ନିବାସରୁ ଆତିଶୀଙ୍କୁ ବାହାର କରାଯାଇ ଥିବା କଲେ ଅଭିଯୋଗ, PWD କହିଛି –ସେଠାରୁ ସେ ତ ଶିଫ୍ଟ ହିଁ ହୋଇ ନାହାନ୍ତି

Published By : Prameya | January 7, 2025 6:42 PM

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନର ତାରିଖର ଘୋଷଣା ହେବା କ୍ଷଣି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆତିଶୀ ବଡ଼ ଦାବି କରିଛନ୍ତି। ଆତିଶୀ ଅଭିଯୋଗ କରିଛନ୍ତି କି ବିଜେପିର କେନ୍ଦ୍ର ସରକାର ପୁଣି ଥରେ ତାଙ୍କର ସିଏମ ଆବାସର ଅଲଟମେଣ୍ଟ କ୍ୟାନସେଲ କରି ଦେଇଛନ୍ତି। ସେ ସାମ୍ୱାଦିକ ସମ୍ମିଳନୀ କରି ଅଭିଯୋଗ ଲଗେଇଛନ୍ତି କି କେନ୍ଦ୍ର ସରକାର ୩ମାସରେ ଦ୍ୱିତୀୟ ଥର ତାଙ୍କୁ ସିଏମ୍‌ ନିବାସରୁ ବାହାର କରିଛନ୍ତି। ଆତିଶୀ କହିଛନ୍ତି ଯେ କେନ୍ଦ୍ର ସରକାର ଚିଠି ପଠାଇ ଅଲଟମେଣ୍ଟ କ୍ୟାନସେଲ କରିଛି ଏବଂ ଇଲେକ୍ଟେଡ୍‌ ସରକାରଙ୍କ  ମୁଖ୍ୟମନ୍ତ୍ରୀଙ୍କ ଠାରୁ ମୁଖ୍ୟମନ୍ତ୍ରୀ ନିବାସ ଛଡ଼େଇ ନେଇଛନ୍ତି। ହେଲେ ସୂତ୍ରାନୁସାରେ , ପିଡବ୍ଲ୍ୟୁଡି ଆତିଶଙ୍କର ଏହି ଦାବିକୁ ଖାରଜ କରିଦେଇଛି। ପିଡବ୍ଲ୍ୟୁଡିର କହିବା ହେଲା କି ଆତିଶୀ କେବେ ସିଏମ୍‌ ନିବାସରେ ଶିଫ୍ଚ ହୋଇ ନାହାନ୍ତି।

ଉଲ୍ଲେଖନୀୟ ଯେ, ଆତିଶୀ ଆଜି (୦୭ ଜାନୁଆରୀ) ସାମ୍ୱାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି କି ଦିଲ୍ଲୀର ଜନତାଙ୍କ କାମ ରୋକିବା ପାଇଁ ବିଜେପି ର କେନ୍ଦ୍ର ସରକାର ତାଙ୍କୁ ସିଏମ୍‌ ନିବାସ ଛଡ଼େଇ ନେଇଛି। ଆତିଶୀ କହିଛନ୍ତି , ୩ ମାସ ପୂର୍ବ  ମଧ୍ୟ ସେମାନେ ଏହି କାମ କରିଥିଲେ। ଯେବେ ମୁଁ ସିଏମ୍ ହେଲି ତ ମୋ ଜିନିଷ ବାହାରକୁ ଫିଙ୍ଗି ଦିଆଯାଇ ଥିଲା। ବିଜେପି ଭାବୁଛି କି ଆମକୁ ଗାଳି ଦେବା , ଘର ଛଡ଼େଇ ନେବା , ମୋ ପରିବାର ବିଷୟରେ ନିଚ୍ଚ ସ୍ତରର କଥା କହି ଆମ କାମ ରୋକି ଦେବେ। 

ସୂତ୍ରାନୁସାରେ, ପିଡବ୍ଲ୍ୟୁଡି କହିଛି , ଆତିଶୀଙ୍କୁ ସିଏମ୍‌ ନିବାସରୁ ବାହାର କରାଯାଇ ନାହିଁ। ଉଲ୍ଲେଖନୀୟ ଯେ ସେ କେବେ ବାହାରକୁ ଶିଫ୍ଟ ହୋଇ ନାହାନ୍ତି। ଏହା ବ୍ୟତୀତ ଏକ ସରକାରୀ ନିବାସ ୧୭ ଏବି ମଥୁରା ରୋଡ ପୂର୍ବରୁ ତାଙ୍କୁ ପ୍ରଦାନ କରାଯାଇ ସାରିଛି ଏବଂ ଏହାପରେ ମଧ୍ୟ ତାଙ୍କୁ ଆଉ ୩ଟି ବଙ୍ଗଳା ଅଫର କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.