ପ୍ରମୂଖ ଖବର
  • ମାଲକାନଗିରିରେ ବଡ଼ ଧରଣର ଚୋରି, କାନ୍ଥ ଭାଙ୍ଗି ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ମୋବାଇଲ୍‌ ନେଇଗଲେ ଲୁଟେରା
  • ||
  • ରାଜଧାନୀରେ ହତ୍ୟା ଘଟଣା: ୩ ଜଣଙ୍କୁ ଅଟକ ରଖି ଜେରା କରୁଛି ପୋଲିସ
  • ||
  • ରାଜଧାନୀରେ ହତ୍ୟା ଘଟଣା: ଦୋଷୀଙ୍କୁ ନିଶ୍ଚିତ ଧରାଯିବ ବୋଲି କହିଲେ ଆଇନ୍‌ମନ୍ତ୍ରୀ
  • ||
  • ବୈପାରିଗୁଡ଼ା : ଆମଟିଗୁଡା ହତ୍ୟା ମାମଲା, ୫ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ରାଜଧାନୀରେ ଚାଞ୍ଚଲ୍ୟ: ଚଳନ୍ତା ଗାଡ଼ିରେ ଯାଉଥିବା ଯୁବକଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ଭି. ନାରାୟଣନ ଇସ୍ରୋର ନୂଆ ଅଧ୍ୟକ୍ଷ, ଏସ୍ ସୋମନାଥଙ୍କ ସ୍ଥାନରେ ନିଯୁକ୍ତି
  • ||
  • ଆଗକୁ ବଢିବ ରାତି ତାପମାତ୍ରା, ଆହୁରି କମିବ ଶୀତ
  • ||
  • ରାଜ୍ୟରେ ବାର୍ଡ-ଫ୍ଲୁ ଭୟ, ଜନସ୍ୱାସ୍ଥ୍ୟ ବିଭାଗର ସ୍ଥିତି ସମୀକ୍ଷା
  • ||

ଅତୁଲ ସୁଭାଷଙ୍କ ପୁଅକୁ ନେଇ ରାୟ ଦେଲେ ସୁପ୍ରିମ କୋର୍ଟ; ଅଞ୍ଜୁ ଦେବୀଙ୍କୁ ମିଳିବ ନାହିଁ ନାତିର କଷ୍ଟଡି

Published By : Bijay Swain | January 7, 2025 6:28 PM

Image courtesy: indiatoday

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଅତୁଲ ସୁଭାଷ ଆତ୍ମହତ୍ୟା ମାମଲାରେ ଆସିଲା ନୁଆ ରାୟ। ଅତୁଲଙ୍କ ମା’ ନିଜ ୪ ବର୍ଷ ନାତିର କଷ୍ଟଡି ପାଇଁ ଦାବିକରି ଦାଏର କରିଥିବା ମାମଲାକୁ ଖାରଜ କରିଦେଇଛନ୍ତି ସୁପ୍ରିମ କୋର୍ଟ। ପିଲା ପାଇଁ ଅପରିଚିତ ହୋଇଥିବାରୁ ଅତୁଲଙ୍କ ମା’ଙ୍କୁ ତାଙ୍କ ନାତିର କଷ୍ଟଡି ମିଳିବ ନାହିଁ ବୋଲି ରାୟ ଦେଇଛନ୍ତି ସୁପ୍ରିମ କୋର୍ଟ। ନିକଟରେ ଅତୁଲଙ୍କ ପତ୍ନୀ ତାଙ୍କ ପୁଅ ହରିୟାନାର ଫରିଦାବାଦ ଅଞ୍ଚଳରେ ଥିବା ଏକ ବୋର୍ଡିଂ ସ୍କୁଲରେ ପଢୁଥିବା ନେଇ ସୁଚନା ପ୍ରଦାନ କରିଥିଲେ। 

ସୁଚନା ମୁତାବକ, ଅତୁଲ ସୁଭାଷ ନାମକ ଜଣେ ଇଂଜିନିୟର ଗତ ବର୍ଷ ଡିସେମ୍ବର ମାସରେ ବେଙ୍ଗାଲୁରୁରେ ଆତ୍ମହତ୍ୟା କରିଥିଲେ। ଏହି ଆତ୍ମହତ୍ୟା ପାଇଁ ସେ ନିଜ ପତ୍ନୀ ଓ ତାଙ୍କ ପରିବାର ଲୋକଙ୍କୁ ଦାୟି କରି ଆତ୍ମହତ୍ୟା ପୂର୍ବରୁ ଏକ ଭିଡିଓ ଓ ୨୪ ପୃଷ୍ଟା ବିଶିଷ୍ଚ ସୁଇସାଇଡ ନୋଟ ଲେଖିଯାଇଥିଲେ। ଏହି ଘଟଣାରେ ବେଙ୍ଗାଲୁରୁ ପୋଲିସ ଅତୁଲଙ୍କ ପତ୍ନୀ ନିକିତା ସିଂହାନିଆ, ଶାଶୁ ଓ ଶାଳକଙ୍କୁ ଗିରଫ କରିଥିଲା। ଆଉ ଏହାପରେ ଅତୁଲଙ୍କ ମା’ ଉଚ୍ଚ ନ୍ୟାୟାଳୟରେ ନିଜ ୪ ବର୍ଷ ନାତିର କଷ୍ଟଡି ପାଇଁ ଏକ ଆବେଦନ ଦାଏର କରିଥିଲେ। 

ନିକିତାଙ୍କ ଗିରଫଦାରି ବେଳେ ତାଙ୍କ ପୁଅ ଫରିଦାବାଦର ଏକ ବୋର୍ଡିଂ   ସ୍କୁଲରେ ଥିଲେ। ନିକିତାଙ୍କ ସମେତ ତାଙ୍କ ମା ଓ ଭାଇଙ୍କୁ ସର୍ତ୍ତମୁଳକ ଜାମିନ ମିଳିବା ପରେ ସୋମବାରଠୁ ପିଲାର କଷ୍ଟଡି ନିକିତାଙ୍କ ପାଖରେ ରହିଛି ବୋଲି ଏହି ମାମଲାର ଶୁଣାଣୀ ବେଳେ ନିକିତାଙ୍କ କାଉନସିଲ ଉଚ୍ଚନ୍ୟୟାଳୟକୁ ଜଣାଇଥିଲେ। 

ତେବେ ଅତୁଲଙ୍କ ମା’ ଅଞ୍ଜୁ ଦେବୀଙ୍କ ପକ୍ଷରୁ ଲଢୁଥିବା ଓକିଲ ଜେଜେମା ଦୃଷ୍ଟିରୁ ତାଙ୍କ ନାତିର କଷ୍ଟଡି ତାଙ୍କୁ ମିଳିବା ଦରକାର ବୋଲି ଦାବି କରିଥିଲେ। ଶୁଣାଣୀ ବେଳେ ଅଞ୍ଜୁ ଦେବୀ କହିଥିଲେ ସେ ଶେଷ ଥର ପାଇଁ ତାଙ୍କ ନାତିକୁ ୨.୫ ବର୍ଷ ବୟସରେ ଭେଟିଥିଲେ। 

ସେ ଆପଣଙ୍କୁ ଠିକ ସେ ଜାଣି ନାହିଁ। ଆପଣ ପିଲାଟି ପାଇଁ ଜଣେ ଅଜଣା ବ୍ୟକ୍ତିତ୍ତ୍ୱ। ଏହି ଦିଗରେ ଆପଣ ଭଲସେ ଚିନ୍ତାକରନ୍ତୁ। ସେ ଆପଣଙ୍କ ସହ ସେତେ ସହଜ ହୋଇପାରିବ ନାହିଁ। ପିଲାଟି ନିଜ ବାପା ମା’ଙ୍କ ସହ ରହିବା ଆବଶ୍ୟକ। ଯଦି ଦୁଇଜଣ ନାହାନ୍ତି ତେବେ ପିଲାଟି ନିଜ ବାପା କିମ୍ବା ମା’ଙ୍କ ସହ ରହିବାର ଆବଶ୍ୟକତା ରହିଛି ବୋଲି କୋର୍ଟ ରାୟ ଦେଇଥିଲେ। ତେବେ ଅତୁଲଙ୍କ ମା’ ନିଜ ନାତିକୁ ଯାଇ ଭେଟି ପାରିବେ ବୋଲି କୋର୍ଟ କହିଛି। 

ଜନୁଆରି ୨୦ ତରିଖରେ ଏହି ମାମଲାର ପରବର୍ତ୍ତି ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି। ତେବେ ପିଲାକୁ ପରବର୍ତ୍ତୀ ଶୁଣାଣିରେ କୋର୍ଟରେ ହାଜର ହେବା ଆବଶ୍ୟକ ବୋଲି ଏହି ମାମଲାର ଶୁଣାଣୀ କରି ବେଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାର ଶୁଣାଣୀ ବେଳେ ଅତୁଲଙ୍କ ମା ସମେତ ନିକିତାଙ୍କ କାଉନସିଲ ପ୍ରମୁଖ ସୁପ୍ରିମ କୋର୍ଟରେ ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.