ନୂଆଦିଲ୍ଲୀ,୦୫/୦୧: ରୁଷରୁ ଭାରତକୁ ଅଶୋଧିତ ତୈଳ ଆମଦାନୀରେ ହ୍ରାସ ଘଟିଛି। ଡିସେମ୍ବର ମାସରେ ଋଷରୁ ଅଶୋଧିତ ତୈଳ ଆମଦାନୀ ୧୩.୨ ପ୍ରତିଶତ ହ୍ରାସ ହୋଇ ଦିନକୁ ୧.୩୯ ନିୟୁତ ବ୍ୟାରେଲରେ ପହଞ୍ଚିଛି। ନଭେମ୍ବରରେ ଏହି ସଂଖ୍ୟା ଦିନକୁ ୧.୬୧ ନିୟୁତ ବ୍ୟାରେଲ୍ ଥିଲା। ଲଣ୍ଡନ ଭିତ୍ତିକ କମୋଡିଟି ଡାଟା ଆନାଲିଟିକ୍ସ ପ୍ରଦାନକାରୀ ଭୋର୍ଟେକ୍ସା ତଥ୍ୟ ଦ୍ୱାରା ଏହା ପ୍ରକାଶ ପାଇଛି। ତେବେ ଡିସେମ୍ବର ମାସରେ ଅଶୋଧିତ ତୈଳ ଆମଦାନୀ କ୍ଷେତ୍ରରେ ଋଷ ବିଶ୍ୱରେ ପ୍ରଥମ ସ୍ଥାନରେ ରହିଥିଲା। ଏଥିମଧ୍ୟରୁ କେବଳ ଭାରତ ୩୧ ପ୍ରତିଶତ ଅଶୋଧିତ ତୈଳ ଆମଦାନୀ କରିଛି।
ଅଶୋଧିତ ତୈଳ ପ୍ରଦାନକାରୀ ସର୍ବୋତ୍ତମ ୫ ଦେଶ:
ଏହି ଅବଧି ମଧ୍ୟରେ ଦେଶର ମୋଟ ଅଶୋଧିତ ତୈଳ ଆମଦାନୀ ମାସରେ ପ୍ରାୟ ୪ ପ୍ରତିଶତ ବୃଦ୍ଧି ପାଇ ଦିନକୁ ୪.୪୬ ନିୟୁତ ବ୍ୟାରେଲରେ ପହଞ୍ଚିଛି, ଯେଉଁଥିରେ ଭାରତ ରୁଷ ଅପେକ୍ଷା ଇରାକରୁ ଅଧିକ ଅଶୋଧିତ ତୈଳ ଆମଦାନୀ କରିଛି। ଭର୍ଟେକ୍ସର ବଜାର ବିଶ୍ଳେଷକ ଜାଭିୟର୍ ଟାଙ୍ଗ୍ ଦି ଫାଇନାନ୍ସିଆଲ୍ ଏକ୍ସପ୍ରେସକୁ କହିଛନ୍ତି ଯେ 'ଯେଉଁ ଦେଶରୁ ଡିସେମ୍ବର ମାସରେ ବିଶ୍ବର ବିଭିନ୍ନ ସ୍ଥାନକୁ ଅଶୋଧିତ ତୈଳ ଆମଦାନୀ ହୋଇଥିଲା, ସେଥିରେ ଋଷ, ଇରାକ, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଅଙ୍ଗୋଲା ରହିଛି। ଏଥିମଧ୍ୟରୁ ଅଙ୍ଗୋଲା ଅଶୋଧିତ ତୈଳ ଯୋଗାଣକାରୀ ପଞ୍ଚମ ବୃହତ୍ତମ ରାଷ୍ଟ୍ର ହୋଇପାରିଛି। ଜାଭିୟର୍ କହିଛନ୍ତି, 'ରୁଷରୁ ଅଶୋଧିତ ତୈଳ ହ୍ରାସର ମୁଖ୍ୟ କାରଣ ହେଉଛି ଭାରତରେ ରିଫାଇନର୍ସ ଏହାକୁ ଆଫ୍ରିକା ଏବଂ ମଧ୍ୟପ୍ରାଚ୍ୟରୁ ଆମଦାନି କରିବା ଆରମ୍ଭ କରିଛନ୍ତି।
ଋଷ ଏବଂ ସାଉଦି ଆରବରୁ ଭାରତ ସର୍ବାଧିକ ଅଶୋଧିତ ତୈଳ ଆମଦାନୀ କରିଥାଏ, କିନ୍ତୁ ଡିସେମ୍ବରରେ ଅଶୋଧିତ ତୈଳ ଆମଦାନୀରେ ୟୁଏଇ ଏବଂ ଇରାକର ଅଂଶ ଏହି ଦୁଇ ଦେଶକୁ ଅତିକ୍ରମ କରି ବୃଦ୍ଧି ପାଇଛି। ଭାରତରେ ଅଶୋଧିତ ତୈଳ ଆମଦାନୀରେ ଇରାକର ଅଂଶ ୨୩ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ପୂର୍ବରୁ ୧୬ ପ୍ରତିଶତ ଥିଲା। ତଥ୍ୟ ଅନୁଯାୟୀ, ଗତ ମାସରେ ଇରାକରୁ ଆମଦାନୀ ୪୮.୩ ପ୍ରତିଶତ ବୃଦ୍ଧି ପାଇ ଦିନକୁ ୧.୦୩ ନିୟୁତ ବ୍ୟାରେଲରେ ପହଞ୍ଚିଥିଲା। ଟାଙ୍ଗ ଆହୁରି ମଧ୍ୟ କହିଛନ୍ତି, 'ମଧ୍ୟପ୍ରାଚ୍ୟ ତୁଳନାରେ ବ୍ୟାରେଲ ପିଛା ରିହାତି ଦିଆଯାଉଥିବା ଅଶୋଧିତ ତୈଳ ଆମଦାନୀ କ୍ଷେତ୍ରରେ ଭାରତ ଋଷକୁ ଅଧିକ ପ୍ରାଧାନ୍ୟ ଦେବ।'