ପ୍ରମୂଖ ଖବର
  • ମଙ୍ଗଳାବରଠୁ ପୁରୀ ବେଳାଭୂମି ମହୋତ୍ସବ, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ରକ୍ତ ରଞ୍ଜିତ ହେଲା ଶୁଳିଆ ପୀଠ,ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଶୋଭାଯାତ୍ରାରେ ପହଞ୍ଚିବା ପରେ ପର୍ବ ପାଳିତ
  • ||
  • ନେପାଳରେ ୭.୧ ତ୍ରୀବତାର ଭୂକମ୍ପ, ଥରିଲା ଉତ୍ତର ଭାରତ
  • ||
  • ବରଗଡ଼ ଧନୁଯାତ୍ରା ଚତୁର୍ଥ ଦିବସ: ଗୋପ କୃଷ୍ଣମୟ, ମଥୁରାରେ କଂସ ଭୟ
  • ||
  • ବୁଧବାରଠୁ ପ୍ରବାସୀ ଭାରତୀୟ ଦିବସ ମହାକୁମ୍ଭ, ଆସୁଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ସହରରେ ଟ୍ରାଫିକ୍ କଟକଣା
  • ||

ମଥୁରା ଇସ୍କନ ମନ୍ଦିରରେ ଦୁର୍ନୀତି, ଦାନ ଟଙ୍କା ନେଇ କର୍ମଚାରୀ ଫେରାର୍

Published By : Anindita | January 5, 2025 12:25 PM

ନୂଆଦିଲ୍ଲୀ,୦୫/୦୧: ଉତ୍ତରପ୍ରଦେଶରେ ଥିବା ଇସ୍କନରେ ଦୁର୍ନୀତି ଅଭିଯୋଗ । ଇସ୍କନର ଦାନ ଟଙ୍କା ନେଇ କର୍ମଚାରୀ ଛୁ । ତେବେ ଉତ୍ତରପ୍ରଦେଶ ମଥୁରା ଜିଲ୍ଲାର ବୃନ୍ଦାବନରେ ସ୍ଥିତ ଇସ୍କନ ମନ୍ଦିରରୁ ସାମ୍ନାକୁ ଆସିଛି ଏଭଳି ଘଟଣା । 

ସୂଚନା ମୁତାବକ, ଶ୍ରଦ୍ଧାଳୁଙ୍କ ଦାନ ନେବା ପାଇଁ ମନ୍ଦିର ପରିଚାଳନା ମନ୍ଦିରର ସଦସ୍ୟତା ବିଭାଗରେ  ଥିବା ମୁରଲୀଧର ଦାସଙ୍କୁ ୩୨ ରସିଦ ପୁସ୍ତକ ଦେଇଥିଲା। ଏହି ରସିଦ ବହି ମାଧ୍ୟମରେ ମୁରଲୀଧର ଦାସ ଭକ୍ତଙ୍କଠାରୁ ଦାନ ନେଇଥିଲେ। ଦାନ କରିଥିବା ଟଙ୍କା ସଂଗ୍ରହ କରି ସମୟ ସମୟରେ ମନ୍ଦିର ପ୍ରଶାସନରେ ଜମା କରିବା ମୁରଲିଧର ଦାସଙ୍କ କାମ ଥିଲା। ହେଲେ ମୁରଲୀଧର ଦାସ, ଭକ୍ତଙ୍କ ଦ୍ୱାରା ଦିଆଯାଇଥିବା ଦାନ ଟଙ୍କା ସହ ରସିଦ ପୁସ୍ତକ ନେଇ ଫେରାର ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଏସପି ଅରବିନ୍ଦ ସିଂ କହିଛନ୍ତି ଯେ, ଏଠାରେ ଏକ ସଦସ୍ୟତା ବିଭାଗ ରହିଛି। ଯେଉଁଥିରେ ଲୋକ ସଦସ୍ୟ ହୋଇ ଚାନ୍ଦା ଦେଇଥାନ୍ତି । ସେହି ବିଭାଗରେ କାମ କରୁଥିବା ମୁରଲୀଧର ଦାସଙ୍କୁ ୩୨ ଟି ରସିଦ ମିଳିଥିଲା  । ଯାହାକୁ ସେ ଫେରାଇ ନ ଥିବା ଅଭିଯୋଗ ହୋଇଛି । ସେଥିରୁ ମିଳିଥିବା ଟଙ୍କାର ମଧ୍ୟ ହିସାବ ଦେଇ ଥିବା କୁହାଯାଉଛି। 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଶ୍ୱନାଥ ଦାସଙ୍କ ଅଭିଯୋଗ ଅନୁସାରେ  ବୃନ୍ଦାବନ ଥାନା ରେ ମାମଲା ରୁଜୁ ହୋଇଛି। ମାମଲାର ତଦନ୍ତ ସହ ଆଇନଗତ ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଅଭିଯୁକ୍ତର  ଖୋଜା ଚାଲିଥିବା ବେଳେ   ଅନ୍ୟାନ୍ୟ କାର୍ଯ୍ୟକଳାପ ଉପରେ ମଧ୍ୟ ନଜର ରଖାଯାଇଥିବା କୁହାଯାଉଛି। ଏହା ବ୍ୟତୀତ ପୁଲିସ ଅନ୍ୟ ଲୋକଙ୍କୁ ମଧ୍ୟ ପଚରାଉଚରା କରୁଛି।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.