ପ୍ରମୂଖ ଖବର
  • ରାଜ୍ୟରେ ବାର୍ଡ-ଫ୍ଲୁ ଭୟ, ଜନସ୍ୱାସ୍ଥ୍ୟ ବିଭାଗର ସ୍ଥିତି ସମୀକ୍ଷା
  • ||

କୃଷକ ନେତା ଡଲ୍ଲେୱାଲଙ୍କୁ ଭେଟିଲେ ସୁପ୍ରିମକୋର୍ଟଙ୍କ ପ୍ୟାନେଲ୍, ଚିକିତ୍ସା ସହାୟତା ନେବାକୁ କଲେ ଅନୁରୋଧ

Published By : Prameya | January 6, 2025 9:13 PM

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ଉଚ୍ଚ ସ୍ତରୀୟ କମିଟି ସୋମବାର କୃଷକ ନେତା ଜଗଜିତ୍‌ ସିଂହ ଡଲ୍ଲେୱାଲଙ୍କୁ ସାକ୍ଷାତ୍‌ କରିଛନ୍ତି। ଡଲ୍ଲେୱାଲ ଗତ ୪୨ ଦିନରୁ ଖନୌର ବର୍ଡରରେ କୃଷକଙ୍କ ଦାବିକୁ ନେଇ ଆମରଣ ଅନଶନ କରୁଛନ୍ତି। ପଞ୍ଜାବ ଏବଂ ହରିଆଣା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ନୱାବ ସିଂହଙ୍କର ଅଧ୍ୟକ୍ଷତାର କମିଟି ଡଲ୍ଲେୱାଲଙ୍କୁ ଚିକିତ୍ସା ସହାୟତା ନେବାକୁ ଅନୁରୋଧ କରିଛନ୍ତି।

ଏହା ପୂର୍ବରୁ ଦିନରେ ,ସୁପ୍ରିମକୋର୍ଟ ଶୁଣାଣି ବେଳେ ପଞ୍ଜାବ ସରକାର ବରିଷ୍ଠ ଓକିଲ କପିଲ ସିବଲଙ୍କ ମାଧ୍ୟମରେ ପୀଠକୁ କମିଟିର ସ୍ଥିର ବୈଠକ ବିଷୟରେ ସୂଚନା ଦିଆଯାଇଛି। ସୁପ୍ରିମକୋର୍ଟ ସେପ୍ଟେମ୍ୱର ୨୦୨୪ରେ ବିରୋଧ ପ୍ରଦର୍ଶନକାରୀ କୃଷକଙ୍କ ଦାବିର ସୌହାର୍ଦ୍ଦପୂର୍ଣ୍ଣ ସମାଧାନ କରିବାର ଉଦ୍ଦେଶ୍ୟରେ କମିଟିର ଗଠନ କରାଯାଇ ଥିଲା। 

ସମିତିରେ ଭାରତୀୟ ପୁଲିସ ସେବା (ଆଇପିଏସ)ର ସେବାନିବୃତ ଅଧିକାରୀ ବି.ଏସ .ସନ୍ଧୁ , କୃଷି ବିଶେଷଜ୍ଞ ଦେବିନ୍ଦର ଶର୍ମା , ପ୍ରଫେସର ରଞ୍ଜିତ ସିଂହ ଘୁମନ ଓ ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟର କୃଷି ଅର୍ଥଶାସ୍ତ୍ରୀ ଡା. ସୁଖପାଲ ସିଂହ ମଧ୍ୟ ସାମିଲ ଅଛନ୍ତି।

ବିଚାରପତି (ସେବାନିବୃତ) ନବାବ ସିଂହ ଡଲ୍ଲେୱାଲଙ୍କୁ ସାକ୍ଷାତ୍‌ କରିବା ପରେ ମିଡ଼ିଆକୁ କହିଛନ୍ତି , ଆମେ ୱାହେଗୁରୁଙ୍କୁ ପ୍ରାର୍ଥନା କରୁଛୁ କି , ସେ ସୁସ୍ଥ ରୁହନ୍ତୁ। ସମ୍ୱାଦିକମାନେ ଯେବେ ଏହା ପଚାରିଲେ ଯେ, ଡଲ୍ଲେୱାଲ କଣ ଚିକିତ୍ସା ସହାୟତା ନେବାରେ ହଁ କରିଛନ୍ତି, ତ ବିଚାରପତି ନବାବ ସିଂହ କହିଛନ୍ତି , ଆମେ ସବୁ ତାଙ୍କୁ ଅନେକଥର ଚିକିତ୍ସା (ସହାୟତା) ପାଇଁ ଅନୁରୋଧ କରିଛୁ। ଆମେ ଚାହୁଁଛୁ କି, ତାଙ୍କର ସ୍ୱାସ୍ଥ୍ୟ ଭଲ ରହୁ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.