ପ୍ରମୂଖ ଖବର
  • ରାଜ୍ୟରେ ବାର୍ଡ-ଫ୍ଲୁ ଭୟ, ଜନସ୍ୱାସ୍ଥ୍ୟ ବିଭାଗର ସ୍ଥିତି ସମୀକ୍ଷା
  • ||

କର୍ଣ୍ଣାଟକ, ଗୁଜରାଟ ଏବଂ ପଶ୍ଚିମବଙ୍ଗ ପରେ ତାମିଲନାଡୁରେ ଦୁଇ ଏଚଏମପିଭି ସଂକ୍ରମିତ ଚିହ୍ନଟ

Published By : Tapas Panda | January 6, 2025 9:29 PM

ଚେନ୍ନାଇ: ହ୍ୟୁମାନ୍‌ ମେଟାନ୍ୟୁମୋଭାଇରସ୍‌ (HMPV) ଚୀନ୍‌ ପରେ ଭାରତରେ କାୟା ମେଲାଇଲାଣି । ଚୀନ୍‌ରେ ଭୟାବହ ସ୍ଥିତି ଉପୁଜିଥିବା ବେଳେ ଭାରତରେ ଗୋଟିଏ ପରେ ଗୋଟିଏ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି   । କର୍ଣ୍ଣାଟକରେ ଦୁଇ, ଗୁଜରାଟରୁ ଜଣେ ଏବଂ ପଶ୍ଚିମବଙ୍ଗରୁ ଜଣେ ଏଚଏମପିଭି  ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଆଜି ତାମିଲନାଡୁର ଚେନ୍ନାଇରେ ଦୁଇ ଜଣ ପିଲା ସଂକ୍ରମିତ ଥିବା ଜଣାପଡ଼ିଛି । ଏହାକୁ ମିଶାଇ ଦେଶରେ ମୋଟ ୬ ଏଚଏମପିଭି ମାମଲା ସାମ୍ନାକୁ ଆସିଛି । ଚେନ୍ନାଇର ଦୁଇ ଭିନ୍ନ ଭନ୍ନ ହସ୍ପିଟାଲରେ ଦୁଇଟି ମାମଲା ମିଳଛି । ଦୁଇ ସଂକ୍ରମିତଙ୍କୁ ନେଇ ଅଧିକ କଛି ସୂଚନା ହସ୍ତଗତ ହୋଇନାହିଁ ।  

ଦେଶବ୍ୟାପୀ ୬ଟି ଏଚଏମପିଭି ମାମଲା ମିଳିଥିବା ବେଳେ ଭାରତ ସରକାର ଲୋକମାନଙ୍କୁ ଭୟ ନକରିବାକୁ କହିଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି, ହ୍ୟୁମାନ ମେଟାନ୍ୟୁମୋଭାଇରନ୍‌ କୌଣସି ନୂଆ ଭାଇରସ୍‌ ନୁହେଁ ଏବଂ ଦୀର୍ଘ ବର୍ଷ ଧରି ଦୁନିଆରେ ରହିଛି । ଏହାକୁ ନେଇ ସରକାର ସତର୍କ ରହିଛନ୍ତି । ଦେଶରେ କୌଣସି ପ୍ରକାର ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଆହ୍ବାନ ଲାଗି ସ୍ବାସ୍ଥ୍ୟ ପ୍ରଣାଳୀ ସଂପୂର୍ଣ୍ଣ ରୂପେ ଆଲର୍ଟ ରହିଛି । ଚିନ୍ତା କରିବାର କାରଣ ନାହିଁ, ସରକାର ସ୍ଥିତି ଉପରେ ତୀକ୍ଷ୍ଣ ନଜର ରକିଛନ୍ତି ବୋଲି ଜେପି ନଡ୍ଡା କହିଛନ୍ତି ।




ସେପଟେ କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ ଦୀନେଶ ଗୁଣ୍ଡୁ ରାଓ କହିଛନ୍ତି,‘ମୋତେ ଲାଗୁନାହିଁ  ଭୟ କରିବାର କୌଣସି କାରଣ ରହିଛି । କାରଣ ଏଚଏମପିଭି ନୂଆ ଭାଇରସ୍‌ ବା ଭୂତାଣୁ ନୁହେଁ ।’ସେ କହିଛନ୍ତି,  ‘ଏହି ଭାଇରସ୍‌ ଦେଶରେ ପୂର୍ବରୁ ରହିଛି । ରିପୋର୍ଟ କହୁଛି, ଏହା ଭାରତରେ ଏଚଏମପିଭିର ପ୍ରଥମ ମାମଲା । କିନ୍ତୁ ଏହା ସତ ନୁହେଁ, ଦେଶରେ ପୂର୍ବରୁ ଏଚଏମପିଭି ଭାଇରସ୍‌ ରହିଛି । ଏହି ଭୂତାଣୁ ଦ୍ବାରା କେତେ ପ୍ରତିଶତ ଲୋକେ ସଂକ୍ରମିତ ହୁଅନ୍ତି, ଏଥିରେ କିଛି ନୂଆ କଥା ନାହିଁ । ’

 ସେ ଆହୁରି କହିଛନ୍ତି, ୮ ମାସର ଶିଶୁର କୌଣସି ଯାତ୍ରା ସଂପର୍କିତ ଇତିହାସ ନାହିଁ । ତେଣୁ ଚାଇନାରୁ ଆସିଥିବା ଭାଇରସ୍‌ ସହ ଏହାର କୌଣସି ସଂପର୍କ ନାହିଁ । ଚୀନ୍‌ରେ ଏଚଏମପିଭିର ପ୍ରକୋପର କାରଣ ହେଉଛି ଏହାର ଏକ ନୂଆ ଭାରିଏଣ୍ଟ । ସେପଟେ ଆମ ପାଖରେ ସଂପୂର୍ଣ୍ଣ ତଥ୍ୟ ନାହିଁ ଏବଂ ଭାରତ ସରକାର ଏନେଇ ସ୍ପଷ୍ଟ ସୂଚନା ଦେଇନାହାନ୍ତି ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ଦୀନେଶ ଗୁଣ୍ଡୁ ରାଓ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.