ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଗୋଟିଏ ହିଁ ନମ୍ୱର ପ୍ଲେଟ୍‌ ଥିବା ଦୁଇଟି କାର, ଅଭିଯୋଗ ପରେ ପୁଲିସର କାର୍ଯ୍ୟାନୁଷ୍ଠାନ

Published By : Prameya | January 6, 2025 10:38 PM

ନୂଆଦିଲ୍ଲୀ - ଏକ ଅଜବ ଘଟଣା ଘଟିଛି ଦକ୍ଷିଣ ମୁମ୍ୱାଇର କୋଲାବା ଠାରେ। ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ।ଏଠାରେ  ତାଜ ମହଲ ପ୍ୟାଲେସ୍‌ ହୋଟେଲ ପାଖରେ ଏକା ନମ୍ୱର ପ୍ଲେଟ୍‌ ଥିବା ଦୁଇଟି କାର ଠିଆ ହୋଇ ଥିବାର ନଜର ଆସିଥିଲା। ଜଣେ ଅଧିକାରୀଙ୍କ ଅନୁସାରେ, ପୁଲିସ ଦୁଇଟି ଗାଡ଼ି ଓ ଏହା ସମ୍ୱନ୍ଧିତ ଡ୍ରାଇଭରଙ୍କୁ ଯାଞ୍ଚ ପାଇଁ କୋଲାବା ପୁଲିସ ଷ୍ଟେସନ ନେଇକି ଯାଇଛି। 

ଅଧିକାରୀଙ୍କ ଅନୁସାରେ , ଗୋଟିଏ ହିଁ ନମ୍ୱର ପ୍ଲେଟ୍‌ ଥିବା ଦୁଇଟି କାର୍ ଘଟଣା ଦ୍ୱିପ୍ରହର ସମୟ ପାଖାପାଖି ୧୨.୩୦ଟାରେ ସାମନାକୁ ଆସିଛି,ଯେବେ କେହି ଜଣେ ଦେଖିଥିଲେ କି ହୋଟେଲ ବାହାରେ ଦୁଇଟି ଏସୟୁଭି ପାଖାପାଖି ହୋଇ ଠିଆ ହୋଇଛି , ଏହାପରେ ଟ୍ରାଫିକ୍‌ ପୁଲିସକୁ ଜଣାଇ ଥିଲେ। ଏହି କଥାର ଯାଞ୍ଚ ଜାରି ରହିଛି କି , ଦୁଇଟି କାର୍‌ର ନମ୍ୱର ଏକା କେମିତି ଥିଲା ଏବଂ ଏଥିରୁ କେଉଁଟା ନକଲି ଥିଲା।

ଡ୍ରାଇଭରଙ୍କ ବୟାନ ରେକର୍ଡ କରାଯାଇଛି। ଅଧିକାରୀ କହିଛନ୍ତି ଯେ ତାଙ୍କ ଦ୍ୱାରା ଦିଆ ଯାଇଥିବା ସୂଚନା ଆଧାରରେ ଆଗାମୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ପ୍ରଥମ ଗାଡ଼ି , MH01 EE 2388 ଭାବେ ପଞ୍ଜିକୃତ ଏକ ଅର୍ଟିଗା, ନରିମନ ପଏଣ୍ଟ ନିବାସୀ ସାକିର ଅଲୀଙ୍କର , ଯିଏ ଏହାର ବୈଧ ମାଲିକ। ସେ ଗେଟ୍‌ୱେ ଅଫ୍‌ ଇଣ୍ଡିଆର ପାଖରେ ମିଶୁଥିବା ମଡେଲ ଓ  ନମ୍ୱର ପ୍ଲେଟ୍‌ର ଆଉ ଏକ ଏର୍ଟିଗା ଦେଖିବାକୁ ପାଇଲେ ଏବଂ ନିକଟସ୍ଥ ଆରଟିଓକୁ ଏହାର ସୂଚନା ଦେଇଥିଲେ। 

କୋଲାବା ପୁଲିସ ଷ୍ଟେସନରେ ଯାଞ୍ଚକାରୀମାନେ ଦେଖିବାକୁ ପାଇଲେ କି, ସିଉଡ୍ସ ନିବାସୀ ପ୍ରସାଦ କଦମ ଜାଣିଶୁଣି ନିଜ ଗାଡିର ରେଜିଷ୍ଟ୍ରେସନ ନମ୍ୱର ବଦଳାଇ ଦେଇଥିଲେ, କାରଣ ସେ ଚୋଲା ମଣ୍ଡଲମ୍‌ରୁ କାର ଲୋନ୍‌ରେ ନେଇଥିଲେ ଏବଂ ଲୋନ୍‌ ଭରିବାରେ ଅସମର୍ଥ ଥିଲେ। ସାକିର ଅଲୀ କହିଛନ୍ତି ,ଯେବେ ମୁଁ ନିଜର କ୍ଲାଏଣ୍ଟକୁ ଛାଡ଼ି ଯାଉଥିଲି, ତ ମୁଁ ଏହି ନମ୍ୱର ପ୍ଲେଟ୍‌ ଥିବାଆଉ ଏକ କାର ଦେଖିଲି। ଏକା ନମ୍ୱର ଥିବା ସେହି କାରର ମାଲିକ ଫେରାର ହେବାକୁ ଚାଷ୍ଟା କରୁଥିଲେ , ଯେତେବେଳେ ମୁଁ ତାଙ୍କୁ ପଚାରୁ ଥିଲି। ଟ୍ରାଫିକ୍‌ ପୋଲିସ୍‌ ତାଙ୍କୁ ଧରି ଥିଲେ । ମୁଁ ପୂର୍ବରୁ ଏହି ବିଷୟରେ ଅଭିଯୋଗ କରିଥିଲି ମଧ୍ୟ , କିନ୍ତୁ କିଛି ଆକ୍ସନ ନିଆଯାଇ ନଥିଲା। 

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.