ନୂଆଦିଲ୍ଲୀ,୨।୭: ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ AI-171 ର ହୋଇଥିଲା ଭୟଙ୍କର ଦୁର୍ଘଟଣା। ଏବେ ଏହି ମାମଲାରେ ହୋଇଥିବା ଯାଞ୍ଚରେ ହୋଇଛି ବଡ଼ ଖୁଲାସା। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଦୁଇଟି ଇଞ୍ଜିନ ଫେଲ୍ ହେବା କାରଣରୁ ଏହି ଦୁର୍ଘଟଣା ଘଟିଛି। ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେନ୍ ବ୍ୟୁରୋ (AAIB) ସୁତ୍ରରୁ ଏନେଇ ସୂଚନା ଦିଆଯାଇଛି। ଉଲ୍ଲେଖନୀୟ ଯେ, ଏହି ବିମାନ ଦୁର୍ଘଟଣାରେ ୨୪୧ ଯାତ୍ରୀ ଓ ମେଡିକାଲ କଲେଜ ଛାତ୍ରଙ୍କୁ ମିଶାଇ ମୋଟ ୨୭୦ ଜଣଙ୍କର ମୃତ୍ୟୁ ହୋଇଥିଲା।
ଟେକଅଫ୍ର କିଛି ସେକେଣ୍ଡ ପରେ ବିମାନ ବେଶୀ ଉଚ୍ଚାକୁ ଯାଇପାରିନଥିଲା। ସିଧା ଯାଇ ଏକ ମେଡିକାଲ କଲେଜର ଛାତ ଉପରେ ପଡିଥିଲା। ଯାଞ୍ଚ ବେଳେ ସାମନାକୁ ଆସିଛି ଯେ, Ram Air Turbine (RAT) କେବଳ ସେତେବେଳେ ସକ୍ରିୟ ହୁଏ ଯେତେବେଳେ ଦୁଇଟି ଇଞ୍ଜିନ ବନ୍ଦ ହୋଇଯାଇଥାଏ। ଦୁର୍ଘଟଣାର ଠିକ୍ ପୂର୍ବରୁ ଏହା ସକ୍ରିୟ ହୋଇଯାଇଥିଲା।
ପ୍ରାଥମିକ ତଦନ୍ତ ଅନୁସାରେ, ବିମାନର ଦୁଇଟି ଜେନେରାଲ ଇଲେକ୍ଟ୍ରିକ୍ (ଜିଇ) ଇଞ୍ଜିନ ଲାଗିଥିଲା। ଏଏଆଇବି ଏହି କଥାର ଯାଞ୍ଚ କରୁଛି ଯେ, କ’ଣ ବିଜୁଳିର ଖରାପ, ଇନ୍ଧନରେ ମିଶ୍ରଣ କିମ୍ବା ଇଞ୍ଜିନ ନିୟନ୍ତ୍ରଣ ପ୍ରଣାଳୀର ବିଫଳତାର କାରଣରୁ ଏକାସାଙ୍ଗେ ବିଜୁଳି ଚାଲିଯାଇଥିଲା। ଜିଇ ବର୍ତ୍ତମାନ ଏହି ରିପୋର୍ଟ ଉପରେ ଟିପଣୀ ଦେବାକୁ ମନା କରିଦେଇଛି। ଏୟାର ଇଣ୍ଡିଆ ମଧ୍ୟ ଏଭଳି କିଛି ବୟାନ ଦେଇନି। ଏୟାର ଇଣ୍ଡିଆ ଦ୍ବାରା କରାଯାଇଥିବା ଉଡାଣ ସିମୁଲେସନ୍ରେ ଟେକଅଫ୍ ବେଳେ ବୋଇଂ ୭୮୭ର ଲ୍ୟାଣ୍ଡିଂ ଗିଅର ଓ ଓ୍ବିଙ୍ଗ ଫ୍ଲାପ୍ ପୁଣିଥରେ ଫେରାଇ ନେଇଥିଲା। ଭିଡିଓ ଫୁଟେଜରେ ଜଣାପଡିଛି ଯେ, ବିମାନ ଉଡାଣ ଭରିବା ପରେ ଉପରକୁ ଯାଇପଥିଲା। ସିଧାସଳଖ ଆସି ତଳେ ପଡିଥିଲା। ଯେଉଁଥି ପାଇଁ ବିମାନର ଇଞ୍ଜିନ ଫେଲ୍ ଓ ସିଷ୍ଟମର ଯାଞ୍ଚ କରାଯାଉଛି। ସେଭଳି ଗୃହ ସଚିବଙ୍କ ନେତୃତ୍ବରେ ଅଲଗା ଭାବରେ ଯାଞ୍ଚ ହେଉଛି, ଯାହାକି ମାନବୀୟ ଭୁଲ କିମ୍ବା ସୁରକ୍ଷାରେ ତ୍ରୁଟିର ଯାଞ୍ଚ ଉପରେ କେନ୍ଦ୍ରିତ ରହିଛି।