ପ୍ରମୂଖ ଖବର
  • ଆଗକୁ ବଢିବ ରାତି ତାପମାତ୍ରା, ଆହୁରି କମିବ ଶୀତ
  • ||
  • ରାଜ୍ୟରେ ବାର୍ଡ-ଫ୍ଲୁ ଭୟ, ଜନସ୍ୱାସ୍ଥ୍ୟ ବିଭାଗର ସ୍ଥିତି ସମୀକ୍ଷା
  • ||

HMPV ଭାଇରସ୍‌କୁ ନେଇ ସତର୍କ ସରକାର; ମାର୍ଗଦର୍ଶିକା ଜାରି କଲା ମନ୍ତ୍ରାଳୟ, ପ୍ରସ୍ତୁତ ରହିବାକୁ ହସ୍ପିଟାଲଗୁଡ଼ିକୁ ନିର୍ଦ୍ଦେଶ

Published By : Prameya | January 6, 2025 9:37 PM

Image source: NBT

ନୂଆଦିଲ୍ଲୀ,୦୬/୦୧: ହ୍ୟୁମାନ ମେଟାନ୍ୟୁମୋଭାଇରସ୍ (HMPV) ସାରା ବିଶ୍ବରେ ଏବେ ଆତଙ୍କ ସୃଷ୍ଟି କରିଛି। ଲୋକଙ୍କ ମନରେ ପ୍ରଶ୍ନ ଉଠିବା ଆରମ୍ଭ ହେଲାଣି ଯେ, କରୋନା ପରି ପୁଣି ଥରେ ଲୋକମାନଙ୍କ ଉପରେ ବିପଦ ଆସିବନି ତ? କରୋନା ମହାମାରୀରୁ ବିଶ୍ୱ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ମୁକୁଳିନ‌ଥିବା ବେଳେ HMPV ନାମକ ଏହି ନୂତନ ଭୂତାଣୁ ଲୋକଙ୍କୁ ଭୟଭୀତ କରିଛି। ଭାରତରେ ୪ ଟି ମାମଲା ସାମ୍ନାକୁ ଆସିଛି। କର୍ଣ୍ଣାଟକରେ ଦୁଇଟି ମାମଲା ଦେଖିବାକୁ ମିଳିଛି, ତୃତୀୟ ମାମଲା ଗୁଜୁରାଟର ଅହମ୍ମଦାବାଦରେ ଏବଂ ଚତୁର୍ଥ ମାମଲା କୋଲକାତାରେ ଦେଖିବାକୁ ମିଳିଛି।

ଦେଶ ତଥା ବିଶ୍ବର ଅବସ୍ଥା ବିଗିଡିବା ଦେଖି କେନ୍ଦ୍ର ସରକାର ବର୍ତ୍ତମାନ ସମ୍ପୂର୍ଣ୍ଣ ସତର୍କ ହୋଇଯାଇଛନ୍ତି। ଅଧିକାରୀମାନଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଉଛି। HMPV ସମ୍ବନ୍ଧରେ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି। ଲୋକମାନେ କ’ଣ କରିବା ଉଚିତ୍ ଏବଂ କଣ କରିବା ଉଚିତ୍ ନୁହେଁ ଏହି ମାର୍ଗଦର୍ଶିକାରେ ଉଲ୍ଲେଖ ରହିଛି। ଭାରତରେ HMPV ପହଞ୍ଚିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଏଥିରେ ଭୟଭୀତ ହେବାର ଆବଶ୍ୟକତା ନାହିଁ। ଏହି ଭୂତାଣୁ ଭାରତରେ ପୂର୍ବରୁ ଥିଲା। ବର୍ତ୍ତମାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମଗ୍ର ବିଷୟ ଉପରେ ନଜର ରଖିଛି ଏବଂ ଲୋକଙ୍କୁ ମଧ୍ୟ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

ହେଲ୍ପଲାଇନ ନମ୍ବର ଜାରୀ:

ମାର୍ଗଦର୍ଶିକାରେ କୁହାଯାଇଛି ଯେ, ରୋଗକୁ ନେଇ ସମ୍ପୂର୍ଣ୍ଣ ଯତ୍ନବାନ, ସ୍ବାସ୍ଥ୍ୟକର ରହିବା ଉଚିତ୍। ଏହା ବ୍ୟତୀତ, ଗୁରୁତର ରୋଗୀଙ୍କ ପାଇଁ ଭେଣ୍ଟିଲେଟରର ଅଭାବ ନାହିଁ ବୋଲି ଆଗୁଆ ନିଶ୍ଚିତ କରିବା ଆବଶ୍ୟକ। ଡାକ୍ତର ଏବଂ ପାରାମେଡିକାଲ୍ କର୍ମଚାରୀଙ୍କୁ ପ୍ରତ୍ୟେକ ଉପାୟରେ ପ୍ରସ୍ତୁତ ରଖନ୍ତୁ। ଏଥିପାଇଁ ସରକାର ଏକ ହେଲ୍ପଲାଇନ ନମ୍ବର ମଧ୍ୟ ପ୍ରସ୍ତୁତ କରିଛନ୍ତି। ହେଲ୍ପଲାଇନ ନମ୍ବର ହେଉଛି ଡିଜିଏଚ୍‌ଏସ୍, ଏଚ୍‌କ୍ୟୁ- ୦୧୧-୨୨୩୦୭୧୪୫ ଏବଂ ୦୧୧-୨୨୩୦୦୦୧୨। 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.