ପ୍ରମୂଖ ଖବର
  • ମୁନିଗୁଡ଼ା : ରେଳ ଧାରଣାରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ
  • ||
  • ଭୁବନେଶ୍ୱର : ଅଳିଆ ଗଦାରେ ଲାଗିଲା ନିଆଁ, ୫୦ ଫୁଟ ଉଚ୍ଚରେ ଉଠିଲା ଧୂଆଁ
  • ||
  • କେନ୍ଦୁଝର : ବସ୍ ଧକ୍କାରେ ଓଲଟିଲା ନାଇଟ୍ ପାଟ୍ରୋଲିଂ ପୋଲିସ୍ ଗାଡ଼ି, ଅଳ୍ପକେ ବର୍ତ୍ତିଲେ ୫ଜଣ ପୋଲିସ୍ କର୍ମଚାରୀ
  • ||
  • ସାଲେପୁର : ଗୋରୁ ଚମଡା ସହ ବାଇକ୍‌ ଜବତ, ଜଣେ ଗିରଫ
  • ||
  • ଜାନୁଆରୀ ୧୫ରେ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା
  • ||
  • ମୟୂରଭଞ୍ଜ : ଶୌଚ ପାଇଁ ଯାଇଥିବା ବେଳେ ଦଳିଦେଲେ ହାତୀପଲ, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ସୁନ୍ଦରଗଡ଼ : ହୁଣ୍ଡାଇ ସୋରୁମ୍‌ରେ ବନ୍ଧୁକ ଦେଖାଇ ଲୁଟ୍‌, ଲକ୍ଷାଧିକ ଟଙ୍କା ସହ କାଗଜ ପତ୍ର ଲୁଟିନେଲେ ୪ ଦୁର୍ବୃତ୍ତ
  • ||
  • ମାଲକାନଗିରି: ପାଇଖାନା ଟାଙ୍କିରୁ ସାମ୍ବାଦିକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଦୁର୍ଘଟଣା ହ୍ରାସ ପାଇଁ ବସ୍‌ରେ ଲାଗିବ ସ୍ମାର୍ଟ ଡିଭାଇସ୍‌
  • ||
  • ସିଡନୀ ଟେଷ୍ଟ: ଘାଇଲା କଲେ ଭାରତୀୟ ବୋଲର, ୧୮୧ରନରେ ଅଲଆଉଟ ଅଷ୍ଟ୍ରେଲିଆ
  • ||
  • ସୋର : ଶୋଇଥିବା ବେଳେ ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • ଆଉ ୪ ଦିନ କଳବଲ କରିବ ଶୀତର ପ୍ରକୋପ, ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୧୨ରୁ ୧୩ ଡିଗ୍ରୀ ତଳକୁ ଖସିବ
  • ||
  • ସୁବର୍ଣ୍ଣପୁର ଜିଲ୍ଲାରେ ଶୀତ ଲହରୀ ଜାରି, ରାତିରେ ୧୦ ଡିଗ୍ରୀ ତଳକୁ ଖସୁଛି ପାରଦ
  • ||
  • କୋରାପୁଟରେ ୪ ଡିଗ୍ରୀ ତଳକୁ ଖସିଲା ପାରଦ, ଶୀତ ଲହରୀ ସାଙ୍ଗକୁ ତୁଷାରପାତ
  • ||

ନୂଆବର୍ଷରେ ମୋଦିଙ୍କୁ ଭେଟିଲେ ଦିଲଜିତ ଦୋସାଞ୍ଜ,ଭାରତୀୟ କଳା, ସଂସ୍କୃତି ବିଷୟରେ କଲେ ଆଲୋଚନା

Published By : Anindita | January 2, 2025 2:17 PM

ମୁ୍ମ୍ବାଇ,୦୧/୦୨:ନୂଆବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ପଞ୍ଜାବୀ ଗାୟକ ଦିଲଜିତ ଦୋସାଞ୍ଜ । ଯାହାର ଫଟୋ ଓ ଭିଡ଼ିଓ ମୋଦି ଏବଂ ଗାୟକ ଦିଲଜିତ୍  ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ତେବେ ପଞ୍ଜାବୀ ଗାୟକ ଦିଲଜିତ ଦୋସାଞ୍ଜଙ୍କୁ ଭେଟି ମୋଦି ଏହି ବୈଠକକୁ ଏକ ସ୍ମରଣୀୟ ବୋଲି ବର୍ଣ୍ଣନା କରିଛନ୍ତି। ସେପଟେ ଦିଲଜିତ ମଧ୍ୟ ଏହାକୁ ନେଇ ନବବର୍ଷର ଭଲ ଆରମ୍ଭ ବୋଲି କହିଛନ୍ତି । ତେବେ ଏହି ବୈଠକରେ ଭାରତୀୟ କଳା, ସଂସ୍କୃତି, ପଞ୍ଜାବୀ ସଙ୍ଗୀତର ବିଶ୍ୱ ପ୍ରଭାବ, ସୃଜନଶୀଳତା ଏବଂ ଉତ୍ତରାଧିକାରୀ ଉପରେ ଉଭୟ ଆଲୋଚନା ହୋଇଥିବା ସୂଚନା ମିଳିଛି। 

ତେବେ ସୋସିଆଲ ମିଡି଼ଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ମୋଦି କ୍ୟାପସନରେ ଲେଖିଛନ୍ତି, 'ଏହା ଏକ ସ୍ମରଣୀୟ ବାର୍ତ୍ତାଳାପ'। ଭିଡିଓରେ ଦିଲଜିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ କ୍ୟାବିନରେ ପହଞ୍ଚି ଏକ ବଡ଼ ପୁଷ୍ପଗୁଚ୍ଛ ଦେଇ ଅଭିବାଦନ ଜଣାଇଛନ୍ତି। ତୁମର ପରିବାର ତୁମର ନାମ ଦିଲଜିତ୍ ରଖିଛନ୍ତି, ତେଣୁ ତୁମେ ଲୋକଙ୍କ ହୃଦୟ ଜିତିବାରେ ଲାଗିଛ। ସେହିପରି ଦିଲଜିତ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେହିପରି ଦିଲଜିତ୍ ମଧ୍ୟ ଏକ୍ସରେ ପ୍ରଧାନମନ୍ତ୍ରୀଙ୍କ ସହ କିଛି ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ,' ୨୦୨୫ର ଆରମ୍ଭ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିଙ୍କ ସହ। ଏହା ଏକ ଅତ୍ୟନ୍ତ ସ୍ମରଣୀୟ ସଭା । ସଙ୍ଗୀତ ସମେତ ଅନେକ ଜିନିଷ ବିଷୟରେ ଆମେ ଆଲୋଚନା କରିଥିଲୁ । 



  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.