ପ୍ରମୂଖ ଖବର
  • କଟକ : ଏକତରଫା ପ୍ରେମକୁ ନେଇ ନାବାଳିକାଙ୍କୁ ଛୁରାମାଡ଼
  • ||
  • ଆନନ୍ଦପୁର : ଅସମ୍ପୂର୍ଣ୍ଣ ଜାତୀୟ ରାଜପଥକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା ଦାବିରେ ଧାରଣା
  • ||
  • କେନ୍ଦୁଝର : ମୋବାଇଲ୍‌ରେ ଲାଇଭ୍‌ ଭିଡ଼ିଓ କରି ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରି : ଗୁଣି ଗାରେଡି ସନ୍ଦେହରେ ଗାଁରେ ବୁଲିଲା ଖଟ, ୬ ପୂଜକ ଗିରଫ
  • ||
  • ଆଳୁ ଦର ବୃଦ୍ଧି ପ୍ରସଙ୍ଗ: ପୂର୍ବ ସରକାରଙ୍କୁ ଦାୟୀ କଲେ ଯୋଗାଣ ମନ୍ତ୍ରୀ
  • ||
  • କଟକ : ମନ୍ଦିରରୁ ସୁନା ରୂପା ଅଳଙ୍କାର ଲୁଟ ଘଟଣା, ୩ ସନ୍ଦିଗ୍ଧ ଅଟକ
  • ||
  • ସମ୍ୱଲପୁର : ଭାରସାମ୍ୟ ହରାଇ ଗଛକୁ ପିଟିଲା ବାଇକ୍‌, ଜଣେ ମୃତ
  • ||
  • ବରଗଡ଼ : ଧନୁଯାତ୍ରା ପାଇଁ ଶିକ୍ଷାନୁଷ୍ଠାନ ସମୟରେ ପରିବର୍ତ୍ତନ, ସକାଳ ୮ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ ପାଠପଢା
  • ||
  • ଜାଡ଼ରେ ଥରୁଛି ପୂର୍ବ ଭାରତ: ୟୁପି-ବିହାରରେ ଆଖିବୁଜିଲେ ୧୦ ଜଣ
  • ||
  • ଇସ୍ତଫା ଦେବେ କନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ !
  • ||
  • ରାୟଗଡ଼ା ରେଳ ଡିଭିଜନ୍‌ ପ୍ରକଳ୍ପ, ଆଜି ଆଭାସିରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
  • ||
  • କାମାକ୍ଷାନଗର : ରାମିଆଳ ନଦୀ ବ୍ରିଜ୍‌ ତଳକୁ ଖସିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଘନ କୁହୁଡ଼ିର ଚାଦର ତଳେ କଟକ, ଜନଜୀବନ ପ୍ରଭାବିତ
  • ||
  • ରାଜ୍ୟରେ ସାମାନ୍ୟ କମିପାରେ ଜାଡ଼ ,୨ରୁ ୩ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||
  • ଆଜିଠୁ ସାତକୋଶିଆରେ କୁମ୍ଭୀର ଗଣନା, ୧୭ ତାରିଖରେ ହେବ ପକ୍ଷୀ ଗଣନା
  • ||

କାସଗଞ୍ଜର ବହୁ ଚର୍ଚ୍ଚିତ ହତ୍ୟା ମାମଲାରେ ଆସିଲା ରାୟ, ୨୮ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌

Published By : Tapas Panda | January 3, 2025 4:10 PM

Image Courtesy: jansatta

ଲକ୍ଷ୍ନୌ: ଉତ୍ତର ପ୍ରଦେଶର କାସଗଞ୍ଜରେ ଚନ୍ଦନ ଗୁପ୍ତାଙ୍କ ହତ୍ୟା ମାମଲାରେ ୨୮ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଦେଇଛନ୍ତି ଏନଆଇଏ କୋର୍ଟ । ୨୦୧୮ ଜାନୁଆରୀ ୨୬ରେ କାସଗଞ୍ଜରେ ଆୟୋଜିତ ତ୍ରିରଙ୍ଗା ରାଲି ସମୟରେ ଚନ୍ଦନ ଗୁପ୍ତାଙ୍କ ହତ୍ୟା କରାଯାଇ ଥିଲା । ଶୁକ୍ରବାର ସ୍ବତନ୍ତ୍ର ଜଜ୍‌ ବିବେକାନନ୍ଦ ଶରଣ ତ୍ରିପାଠୀ ଅଭିଯୁକ୍ତଙ୍କୁ ସଜା ଶୁଣାଇଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା, ଦଙ୍ଗା ଏବଂ ଜାତୀୟ ପତାକାକୁ ଅସମ୍ମାନ କରିଥିବା ନେଇ ମାମଲା ରହିଛି ।  ତେବେ ଚନ୍ଦନ ଗୁପ୍ତାଙ୍କ ପରିବାରକୁ ଦୀର୍ଘ ୭ ବର୍ଷ ପରେ ନ୍ୟାୟ ମିଳିଛି ।  

NIA ସ୍ପେଶାଲ କୋର୍ଟ ଜଜ୍ ବିବେକାନନ୍ଦ ଶରଣ ତ୍ରିପାଠୀ ଶୁକ୍ରବାର ଚନ୍ଦନ ଗୁପ୍ତା ହତ୍ୟାକାଣ୍ଡରେ ସମସ୍ତ ୨୮ ଅଭିଯୁକ୍ତଙ୍କୁ ଦୋଷୀ ଘୋଷଣା କରିଛନ୍ତି । ଅନ୍ୟପଟେ ଦୁଇ ଅଭିଯୁକ୍ତ ନସିରୁଦ୍ଦୀନ ଏବଂ ଅସୀମ କୁରେଶୀଙ୍କୁ ମୁକ୍ତ କରାଯାଇଛି । ଚନ୍ଦନଙ୍କ ବାପା ସୁଶୀଲ ଗୁପ୍ତାଙ୍କ ଦ୍ୱାରା ଦିଆଯାଇଥିବା ଏଫ୍‌ଆଇଆର୍‌ରେ ୨୦ ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା । ତଦନ୍ତ ପରେ ପୋଲିସ ଆଉ ୧୦ ଜଣ ଅଭିଯୁକ୍ତଙ୍କ ନାଁ ଯୋଡ଼ି ମୋଟ ୩୦ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଥିଲା । ୨୦୧୮ ଏପ୍ରିଲ୍ ୨୬ରେ କାସଗଞ୍ଜ ପୋଲିସ ମାମଲାରେ ଚାର୍ଜସିଟ୍ ଦାଖଲ କରିଥିଲା । ବର୍ତ୍ତମାନରେ ୨୮ ଦୋଷୀଙ୍କ ମଧ୍ୟରୁ ଜଣେ ଦୋଷୀ ମୁନାଜିର ରଫି ପୂର୍ବରୁ ଜେଲରେ ବନ୍ଦୀ ରହିଛି । 

ମୁନାଜିର ରଫି କାସଗଞ୍ଜର ଜଣେ ଓକିଲ ମୋହିନୀ ତୋମାର ହତ୍ୟାକାଣ୍ଡରେ ଜେଲରେ ବନ୍ଦୀ ଅଛି । ୨୦୧୮ ଜାନୁଆରୀ ୨୬ରେ ତ୍ରିରଙ୍ଗା ଯାତ୍ରା ବେଳେ ଚନ୍ଦନ ଗୁପ୍ତାଙ୍କୁ ହତ୍ୟା କରାଯାଇଥିଲା । ତ୍ରିରଙ୍ଗା ଯାତ୍ରା ବେଳେ ଦୁଇ ସମୁଦାୟ ମୁହାଁମୁହିଁ ହୋଇଥିଲେ । ଏହି ସମୟରେ ଚନ୍ଦନ ଗୁପ୍ତାଙ୍କୁ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରାଯାଇଥିଲା । ଘଟଣାକୁ ନେଇ କାସଗଞ୍ଜରେ ଉତ୍ତେଜନା ବଢିଥିଲା । ହିଂସାର ନିଆଁରେ ପୂରା ଉତ୍ତର ପ୍ରଦେଶରେ ବ୍ୟାପିଥିଲା । ଚନ୍ଦନଙ୍କ ପରିବାର ସହ ଅନ୍ୟମାନେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ଘଟଣା ପରେ ଚନ୍ଦନ ଗୁପ୍ତାଙ୍କ ନାଁରେ କାସଗଞ୍ଜର ଗୋଟିଏ ଛକ ନାଁ କରାଯିବ ବୋଲି ସରକାର ଘୋଷଣା କରିଥିଲେ ।

  • uttarpradesh
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.