ପ୍ରମୂଖ ଖବର
  • ମୁନିଗୁଡ଼ା : ରେଳ ଧାରଣାରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ
  • ||
  • ଭୁବନେଶ୍ୱର : ଅଳିଆ ଗଦାରେ ଲାଗିଲା ନିଆଁ, ୫୦ ଫୁଟ ଉଚ୍ଚରେ ଉଠିଲା ଧୂଆଁ
  • ||
  • କେନ୍ଦୁଝର : ବସ୍ ଧକ୍କାରେ ଓଲଟିଲା ନାଇଟ୍ ପାଟ୍ରୋଲିଂ ପୋଲିସ୍ ଗାଡ଼ି, ଅଳ୍ପକେ ବର୍ତ୍ତିଲେ ୫ଜଣ ପୋଲିସ୍ କର୍ମଚାରୀ
  • ||
  • ସାଲେପୁର : ଗୋରୁ ଚମଡା ସହ ବାଇକ୍‌ ଜବତ, ଜଣେ ଗିରଫ
  • ||
  • ଜାନୁଆରୀ ୧୫ରେ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା
  • ||
  • ମୟୂରଭଞ୍ଜ : ଶୌଚ ପାଇଁ ଯାଇଥିବା ବେଳେ ଦଳିଦେଲେ ହାତୀପଲ, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ସୁନ୍ଦରଗଡ଼ : ହୁଣ୍ଡାଇ ସୋରୁମ୍‌ରେ ବନ୍ଧୁକ ଦେଖାଇ ଲୁଟ୍‌, ଲକ୍ଷାଧିକ ଟଙ୍କା ସହ କାଗଜ ପତ୍ର ଲୁଟିନେଲେ ୪ ଦୁର୍ବୃତ୍ତ
  • ||
  • ମାଲକାନଗିରି: ପାଇଖାନା ଟାଙ୍କିରୁ ସାମ୍ବାଦିକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଦୁର୍ଘଟଣା ହ୍ରାସ ପାଇଁ ବସ୍‌ରେ ଲାଗିବ ସ୍ମାର୍ଟ ଡିଭାଇସ୍‌
  • ||
  • ସିଡନୀ ଟେଷ୍ଟ: ଘାଇଲା କଲେ ଭାରତୀୟ ବୋଲର, ୧୮୧ରନରେ ଅଲଆଉଟ ଅଷ୍ଟ୍ରେଲିଆ
  • ||
  • ସୋର : ଶୋଇଥିବା ବେଳେ ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • ଆଉ ୪ ଦିନ କଳବଲ କରିବ ଶୀତର ପ୍ରକୋପ, ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୧୨ରୁ ୧୩ ଡିଗ୍ରୀ ତଳକୁ ଖସିବ
  • ||
  • ସୁବର୍ଣ୍ଣପୁର ଜିଲ୍ଲାରେ ଶୀତ ଲହରୀ ଜାରି, ରାତିରେ ୧୦ ଡିଗ୍ରୀ ତଳକୁ ଖସୁଛି ପାରଦ
  • ||
  • କୋରାପୁଟରେ ୪ ଡିଗ୍ରୀ ତଳକୁ ଖସିଲା ପାରଦ, ଶୀତ ଲହରୀ ସାଙ୍ଗକୁ ତୁଷାରପାତ
  • ||

ଦିଲ୍ଲୀ ଯୁବ ବ୍ୟବସାୟୀ ଆତ୍ମହତ୍ୟା ଘଟଣାର ବଡ଼ ଖୁଲାସା; ପତ୍ନୀଙ୍କ ସହ ତାଙ୍କ ପରିବାର କରୁଥିଲେ ୧୦ ଲକ୍ଷର ଦାବି

Published By : Bijay Swain | January 2, 2025 8:36 PM

Image courtesy: indiatoday

ନୂଆଦିଲ୍ଲୀ: ପତ୍ନୀଙ୍କ ନିର୍ଯାତନା ସହିନପାରି କିଛିଦିନ ତଳେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିଲେ ବେଙ୍ଗାଲୁରୁର ଯୁବ ଇଂଜିନିୟର ଅତୁଲ ସୁଭାଷ। ଆତ୍ମହତ୍ୟା ପୂର୍ବରୁ ପତ୍ନୀଙ୍କ ନିର୍ଯାତନା ସହ ଜଡ଼ିତ ଦୁଇ ଘଣ୍ଟାର ଭିଡ଼ିଓ ସହ ୨୪ ପୃଷ୍ଟା ବିଶିଷ୍ଟ ଏକ ସୁଇସାଇଡ ନୋଟ ଛାଡିଯାଇଥିଲେ ଅତୁଲ। ସେ ସମୟରେ ଏହି ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା। ଗତ ମଙ୍ଗଳବାର ଦିଲ୍ଲୀର ମଡେଲ ଟାଉନ ଅଞ୍ଚଳର ପୁନିତ ଖୁରାନା ନାମକ ଜଣେ ଯୁବ ବ୍ୟବସାୟୀ ନିଜ ପତ୍ନୀଙ୍କ ନିର୍ଯାତନା ସହି ନପାରି ସମାନଢ଼ଙ୍ଗରେ ଆତ୍ମହତ୍ୟା କରିଛନ୍ତି। 

ଆତ୍ମହତ୍ୟା ପୂର୍ବରୁ ପୁନିତ ନିଜ ମୋବାଇଲରେ ୫୯ ମନିଟର ଏକ ଭିଡ଼ିଓ ରେକର୍ଡିଂ କରିଯାଇଥିଲେ। ଏହି ଭିଡିଓରେ ପୁନିତ ନିଜ ସ୍ତ୍ରୀ ଓ ତାଙ୍କ ପରିବାର ଦ୍ୱାରା ନିର୍ଯାତିତ ହେଉଥିବା କଥା କହିଛନ୍ତି। ଶେଷରେ ନିର୍ଯାତନା ଏତେ ବଢିଯାଇଥିଲା ଯେ ମୁଁ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲି ବୋଲି ପୁନିତ ଏହି ଭିଡିଓରେ କହୁଥିବା ନଜର ଆସୁଛନ୍ତି। 

ପୁନିତଙ୍କ ଏହି ଭିଡିଓ ଆଜି ଏକ ଜାତୀୟ ଗଣମାଧ୍ୟମ ହାତରେ ଲାଗିବା ପରେ ଏହା ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ପୁନିତ ନିଜ ଛାଡ଼ପତ୍ର ପ୍ରକ୍ରିୟା ପାଇଁ ନିଜ ପତ୍ନୀଙ୍କୁ ୧୦ ଲକ୍ଷ ଟଙ୍କା ଦେବାକୁ ଅକ୍ଷମ ଥିବାରୁ ତାଙ୍କ ପତ୍ନୀ ଓ ପତ୍ନୀଙ୍କ ପରିବାର ଲୋକ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା କଥା କହିଛନ୍ତି। ଶେଷରେ ମାନସିକ ନିର୍ଯାତନା ଏତେ ବଢ଼ିଯାଇଥିଲା ଯେ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି ବୋଲି ଏହି ଭିଡିଓରେ କହିଛନ୍ତି। 

ଆମ ଦୁଇଜଣଙ୍କ ସହମତି ଭିତ୍ତିରେ ଏହି ଛାଡ଼ପତ୍ର ହେଉଥିଲା। ପୂର୍ବରୁ ଭରଣପୋଷଣ ପାଇଁ ମୁଁ ମୋ ପତ୍ନୀଙ୍କୁ ଅନେକ କିଛି ଦେଇସାରିଛି। ତଥାପି ସେ ଓ ତାଙ୍କ ପରିବାର ଲୋକ ମତେ ଆଉ ୧୦ ଲକ୍ଷ ଟଙ୍କା ଦେବାକୁ ଦାବି କରୁଥିଲେ। କିନ୍ତୁ ମୋ ପକ୍ଷେ ଆଉ କିଛି ଅଧିକ ଦବା ସମ୍ଭବ ନୁହେଁ। ଏହାଠୁ ଭଲ ମୁଁ ଆତ୍ମହତ୍ୟା କରିନେବି ବୋଲି ପୁନିତ ଏହି ଭିଡିଓରେ କହୁଥିବା ନଜରରେ ଆସୁଛନ୍ତି। 

ସୁଚନା ମୁତାବକ, ମଙ୍ଗଳବାର ମଡ଼େଲ ଟାଉନର କଲ୍ୟାଣ ବିହାର ଅଞ୍ଚଳରେ ରହୁଥିବା ପୁନିତ ଖୁରାନାଙ୍କୁ ଘରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ। ଦିଲ୍ଲୀର ଏହି ୪୦ ବର୍ଷିୟ ଯୁବକ ଫର ଗଡସ୍ କେକ୍ ନାମରେ ଏକ ବେକରୀ ଚଳାଉଥିଲେ। ଏହି ଆତ୍ମହତ୍ୟା ପଛରେ ତାଙ୍କ ପତ୍ତ୍ନୀଙ୍କ ହାତ ଥିବା ନେି ପୁନିତହ୍କ ପରିବାର ଲୋକ ଅଭିଯୋଗ ଆଣିଥିଲେ। ତେବେ ଉଭୟ ଦମ୍ପତ୍ତି ଛାଡ଼ପତ୍ର ପାଇଁ ଆବେଦନ କରିଥିବା ବେଳେ ତାଙ୍କୁ ବହୁ ଜଲଦି ଛାଡ଼ପତ୍ର ମିଳିବାର ଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.