ପ୍ରମୂଖ ଖବର
  • କଟକ : ଏକତରଫା ପ୍ରେମକୁ ନେଇ ନାବାଳିକାଙ୍କୁ ଛୁରାମାଡ଼
  • ||
  • ଆନନ୍ଦପୁର : ଅସମ୍ପୂର୍ଣ୍ଣ ଜାତୀୟ ରାଜପଥକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା ଦାବିରେ ଧାରଣା
  • ||
  • କେନ୍ଦୁଝର : ମୋବାଇଲ୍‌ରେ ଲାଇଭ୍‌ ଭିଡ଼ିଓ କରି ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରି : ଗୁଣି ଗାରେଡି ସନ୍ଦେହରେ ଗାଁରେ ବୁଲିଲା ଖଟ, ୬ ପୂଜକ ଗିରଫ
  • ||
  • ଆଳୁ ଦର ବୃଦ୍ଧି ପ୍ରସଙ୍ଗ: ପୂର୍ବ ସରକାରଙ୍କୁ ଦାୟୀ କଲେ ଯୋଗାଣ ମନ୍ତ୍ରୀ
  • ||
  • କଟକ : ମନ୍ଦିରରୁ ସୁନା ରୂପା ଅଳଙ୍କାର ଲୁଟ ଘଟଣା, ୩ ସନ୍ଦିଗ୍ଧ ଅଟକ
  • ||
  • ସମ୍ୱଲପୁର : ଭାରସାମ୍ୟ ହରାଇ ଗଛକୁ ପିଟିଲା ବାଇକ୍‌, ଜଣେ ମୃତ
  • ||
  • ବରଗଡ଼ : ଧନୁଯାତ୍ରା ପାଇଁ ଶିକ୍ଷାନୁଷ୍ଠାନ ସମୟରେ ପରିବର୍ତ୍ତନ, ସକାଳ ୮ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ ପାଠପଢା
  • ||
  • ଜାଡ଼ରେ ଥରୁଛି ପୂର୍ବ ଭାରତ: ୟୁପି-ବିହାରରେ ଆଖିବୁଜିଲେ ୧୦ ଜଣ
  • ||
  • ଇସ୍ତଫା ଦେବେ କନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ !
  • ||
  • ରାୟଗଡ଼ା ରେଳ ଡିଭିଜନ୍‌ ପ୍ରକଳ୍ପ, ଆଜି ଆଭାସିରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
  • ||
  • କାମାକ୍ଷାନଗର : ରାମିଆଳ ନଦୀ ବ୍ରିଜ୍‌ ତଳକୁ ଖସିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଘନ କୁହୁଡ଼ିର ଚାଦର ତଳେ କଟକ, ଜନଜୀବନ ପ୍ରଭାବିତ
  • ||
  • ରାଜ୍ୟରେ ସାମାନ୍ୟ କମିପାରେ ଜାଡ଼ ,୨ରୁ ୩ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||
  • ଆଜିଠୁ ସାତକୋଶିଆରେ କୁମ୍ଭୀର ଗଣନା, ୧୭ ତାରିଖରେ ହେବ ପକ୍ଷୀ ଗଣନା
  • ||

କେବଳ ମଧ୍ୟପ୍ରାଚ୍ୟ ନୁହେଁ, ଏସିଆ ମହାଦେଶରେ ମଧ୍ୟ ଚଳିତ ବର୍ଷ ଦେଖିବାକୁ ମିଳିବ ଘମାସନ

Published By : Prameya | January 4, 2025 9:44 PM

ନୂଆଦିଲ୍ଲୀ,୦୪/୦୧: ୨୦୨୫ ଆରମ୍ଭ ହୋଇଛି। ଗତ ବର୍ଷ ଅର୍ଥାତ୍ ୨୦୨୪ ସାରା ବିଶ୍ବରେ ଯୁଦ୍ଧର ଚିନ୍ତା ଥିଲା। ମଧ୍ୟପ୍ରାଚ୍ୟର ଅବସ୍ଥା ଗମ୍ଭୀର। ଇସ୍ରାଏଲ ଏବଂ ହିଜବୁଲ୍ଲାହ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଧୀରେ ଧୀରେ ପାଲେଷ୍ଟାଇନ ଏବଂ ଇରାନରେ ପହଞ୍ଚିଥିଲା। ବର୍ଷ ଶେଷ ସୁଦ୍ଧା ସିରିଆରେ କ୍ଷମତା ପରିବର୍ତ୍ତନ ହୋଇଥିଲା। ୨୦୨୫ ରେ, ଏସିଆ ମହାଦେଶରେ ମଧ୍ୟ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ ବୋଲି ବିଶେଷଜ୍ଞଙ୍କ ମତ। ଯେଉଁଭଳି ଭାବରେ ସମୀକରଣ ବଦଳୁଛି ଏବଂ ଏସିଆରେ ଉତ୍ତେଜନା ବଢ଼ୁଛି, ଲାଗୁଛି ୨୦୨୫ ଅଶାନ୍ତ ହେବାକୁ ଯାଉଛି।

ଭାରତର ଦୁଇ ପଡ଼ୋଶୀ ଦେଶ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ତିକ୍ତତା ଲାଗି ରହିଛି। ଉଭୟ ଦେଶ ଯୁଦ୍ଧର ରାସ୍ତାରେ ଠିଆ ହୋଇଥିବା ଜଣାପଡ଼ିଛି। ଉଭୟଙ୍କ ସୀମାରେ ଅନେକ ଗୁଳି ବିନିମୟ ହୋଇଛି ଯେଉଁଥିରେ ଅନେକ ସୈନିକଙ୍କ ଜୀବନ ଯାଇଛି। ଆଫଗାନିସ୍ତାନରେ ତେହେରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ସ୍ଥିତି ଉପରେ ପାକିସ୍ତାନ ଏୟାର ଷ୍ଟ୍ରାଇକ କରିଥିଲା, ଏହାର ଉତ୍ତରରେ ଆଫଗାନିସ୍ତାନ ତାଲିବାନ ପାକିସ୍ତାନ ଉପରେ ଆକ୍ରମଣ କରିଥିଲା। ଏହି ଉତ୍ତେଜନା କାରଣରୁ ଉଭୟ ଦେଶ ନିଜ ସୀମାରେ ସୈନ୍ୟ ମୁତୟନ କରିଛନ୍ତି।

ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ବିବାଦରେ ଭାରତର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାରତ ସର୍ବଦା ଆଞ୍ଚଳିକ ସ୍ଥିରତା ଏବଂ ଶାନ୍ତି ପାଇଁ ସମର୍ଥନ କରିଆସୁଛି। ପାକିସ୍ତାନ ସହ ଆମର ସମ୍ପର୍କ ଆଦୌ ଭଲ ନୁହେଁ। କିନ୍ତୁ ଆଫଗାନିସ୍ତାନରେ ବିକାଶ ପ୍ରକଳ୍ପରେ ଭାରତ ନିବେଶ କରିଛି ଏବଂ ସେଠାରେ ଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ପଦକ୍ଷେପ ନେଇଛି। ଗତ କିଛି ବର୍ଷ ମଧ୍ୟରେ ଆଫଗାନିସ୍ତାନ ମଧ୍ୟ ଭାରତ ସହ ସମ୍ପର୍କ ବୃଦ୍ଧି କରିଛି।

ଗୋଟିଏ ପଟେ ପାକିସ୍ତାନ ଏବଂ ଆଫଗାନିସ୍ତାନ ରହିଥିବା ବେଳେ ଅନ୍ୟପଟେ ବାଂଲାଦେଶର ପରିସ୍ଥିତି ମଧ୍ୟ ଗମ୍ଭୀର। ଗତ ବର୍ଷ ବାଂଲାଦେଶରେ ଦେଶବ୍ୟାପୀ ଛାତ୍ର ଆନ୍ଦୋଳନ ପରେ ହସିନା ସରକାରଙ୍କର ପତନ ଘଟିଥିବା ବେଳେ ସେ ଦେଶ ଛାଡ଼ି ପଳାୟନ କରିଥିଲେ। ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶରେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଯାଇଥିଲା। ଏହା ସହିତ ବାଂଲାଦେଶରେ ହିନ୍ଦୁ ସଂଖ୍ୟାଲଘୁଙ୍କ ପ୍ରତି ହିଂସା ଯଥେଷ୍ଟ ବୃଦ୍ଧି ପାଇଥିଲା। ଅନେକ ମନ୍ଦିରକୁ ଚରମପନ୍ଥିମାନେ ଟାର୍ଗେଟ କରିଥିଲେ। ଭାରତ ଏହାକୁ ବିରୋଧ କରିଥିଲା।

ଗୋଟିଏ ପଟେ ହିନ୍ଦୁ ସଂଖ୍ୟାଲଘୁଙ୍କ ପ୍ରତି ହିଂସା ବୃଦ୍ଧି ପାଇଥିବା ବେଳେ ଅନ୍ୟ ପଟେ ବାଂଲାଦେଶ ଏବଂ ପାକିସ୍ଥାନ ମଧ୍ୟରେ ବନ୍ଧୁତା ବୃଦ୍ଧି ପାଇବାରେ ଲାଗିଛି। ପରିସ୍ଥିତି ହେଉଛି ୧୯୭୧ ପରେ ପ୍ରଥମ ଥର ପାଇଁ ପାକିସ୍ତାନୀ ସେନା ବାଂଲାଦେଶ ମାଟିରେ ପାଦ ଦେବ। ଚଳିତ ବର୍ଷ ଫେବୃଆରୀରେ ପାକିସ୍ତାନୀ ସେନା ବାଂଲାଦେଶ ସେନାକୁ ତାଲିମ ଦେବ। ଯଦି ବାଂଲାଦେଶ ପାକିସ୍ତାନର ନିକଟତର ହୁଏ, ତେବେ ଭାରତ ଚିନ୍ତିତ ହେବା ସ୍ୱାଭାବିକ।

ଗୋଟିଏ ପଟେ ପାକିସ୍ତାନ ଏବଂ ଅନ୍ୟ ପଟେ ବାଂଲାଦେଶ ଏବଂ ଭାରତ ମଧ୍ୟରେ ତିକ୍ତତା ରହିଛି। ଏହାରି ଭିତରେ ଚୀନ୍‌ର ଆଭିମୁଖ୍ୟ ସବୁଠାରୁ ସ୍ୱତନ୍ତ୍ର ହେବ। ଗତ ବର୍ଷରେ ଭାରତ ଏବଂ ଚୀନ୍ ମଧ୍ୟରେ କୂଟନୈତିକ ସମ୍ପର୍କ ସୁଦୃଢ଼ ହୋଇଛି। ସୀମା ବିବାଦ ପ୍ରସଙ୍ଗକୁ ମଧ୍ୟ ଉଭୟ ଦେଶ ସମାଧାନ କରିଛନ୍ତି। କିନ୍ତୁ ଚୀନ୍ ସବୁବେଳେ ପାକିସ୍ତାନକୁ ସମର୍ଥନ କରିଆସୁଛି। ଯଦି ଭାରତ ଆଫଗାନିସ୍ତାନକୁ ସମର୍ଥନ କରେ ତେବେ ଚୀନ୍‌ର ଆଭିମୁଖ୍ୟ କ’ଣ ହେବ? ଏହା ଦେଖିବାକୁ ଆକର୍ଷଣୀୟ ହେବ। ଏହା ସହିତ ଯଦି ଭାରତ କୌଣସି ଆନ୍ତର୍ଜାତୀୟ ଫୋରମରେ ବାଂଲାଦେଶରେ ହିଂସା ପ୍ରସଙ୍ଗ ଉଠାଏ, ତେବେ ଚୀନ୍‌ର ପ୍ରତିକ୍ରିୟା ମଧ୍ୟ ଦେଖିବା ଯୋଗ୍ୟ ହେବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.