ଇସଲାମାବାଦ,୦୬/୦୧: ପାକିସ୍ତାନ ସେନା ଗାଡି ଉପରେ ବଡ ଧରଣର ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଏଥିରେ ୪୭ଜଣଙ୍କର ମୃତ୍ୟୁ ହୋଇଛି । ୩୦ ଜଣ ଆହତ ହୋଇଛନ୍ତି । ତୁର୍ବାଟ ସହରରୁ ୮କିମି ଭିତରକୁ ବେହମାନ ଅଞ୍ଚଳରେ ବିସ୍ଫୋରଣ ହୋଇଛି । ୪୭ଜଣଙ୍କର ମୃତ୍ୟୁ ହୋଇଥିବା ବେଲୁଚିସ୍ତାନ ଲିବୋରେସନ ଆର୍ମି (BLA) ଦାବି କରିଛି । ୫ ବସ୍ ଓ ୭ ସେନା ଗାଡିକୁ ଟାର୍ଗେଟ କରି ଆତ୍ମଘାତୀ ବିସ୍ପୋରଣ ହୋଇଥିଲା । ଘଟଣାର ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ହୁତୁ ହୁତୁ ହୋଇ ଜଳି ଯାଇଥିଲା ଗାଡି ।
ବେଲୁଚିସ୍ତାନ ଲିବୋରେସନ ଆର୍ମି ମୁଖପାତ୍ର ଜେୟାନ୍ଦ ବାଲୋଚ କହିଛନ୍ତି, ବେହମାନ ଅଞ୍ଚଳରେ ଏହି ଆତ୍ମଘାତୀ ଆକ୍ରମଣ ହୋଇଛି । ଯାହା ତୁର୍ବାଟ ସହରରୁ ୮କିମି ଦୂର ହେବ । ସ୍ଥାନୀୟ ସମୟ ପାଖାପାଖି ସଂନ୍ଧ୍ୟା ୫ଟା ୪୫ ହେବ । ୧୩ଟି ଗାଡିକୁ ଟାର୍ଗେଟ ହୋଇଥିଲା । ସେଥିରେ ୫ଟି ବସ୍ ୭ଟି ସେନା ଗାଡି ଥିଲା । କରାଚିରୁ ଫ୍ରଣ୍ଟଟାଇର କ୍ରପ ତୁର୍ବାଟ ହେଡକ୍ବାର୍ଟର ଯାଉଥିବା ବେଳେ ଆକ୍ରମଣ ହୋଇଛି । ଆତ୍ମଘାତୀ ୟୁନିଟ ମଜିଦ ବ୍ରିଗେଡ ପାକିସ୍ତାନ ସେନାର କନଭଏ ଉପରେ ଆତ୍ମଘାତୀ ଆକ୍ରମଣ କରିଥିବା ଦାବି ହୋଇଛି ।
ବେଲୁଚିସ୍ତାନ ପୋଷ୍ଟ ଅନୁସାରେ, ପାକିସ୍ତାନ ସେନା ଗାଡିରେ ଏମଆଇ ୩୦୯, ଏଫସି, ଏସଆଇୟୁ, ଏଫସି ୧୧୭ ୱିଙ୍କ, ଏଫସି ୩୨୬ ୱିଙ୍ଗ, ଏଫସି ୮୧ ୱିଙ୍କ ଏବଂ ଅବସରପ୍ରାପ୍ତ ଆର୍ମି କ୍ୟାପ୍ଟେନ ଜୋହିବ ମୋହସିନ ଥିଲେ । ଯିଏକି ବର୍ତ୍ତମାନ ପୋଲିସ ଅଧିକାରୀ ଥିଲେ । ବାଲୋଚିସ୍ତାନ ଲିବୋରେସନ ଆର୍ମି ଦାବି କରିଛି କି, ଗୋଟିଏ ବସ୍ ସମ୍ପୂର୍ଣ୍ଣ ଜଳିଯାଇଛି । ଅନ୍ୟ ଗାଡି ଆଶିଂକ ଭାବେ ଜଳିଛି । ଗୋଟିଏ ସେନାଗାଡି ବିସ୍ଫୋରଣରେ ଫାଟି ଯାଇଥିଲା ।