ପ୍ରମୂଖ ଖବର
  • ମାଲକାନଗିରିରେ ବଡ଼ ଧରଣର ଚୋରି, କାନ୍ଥ ଭାଙ୍ଗି ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ମୋବାଇଲ୍‌ ନେଇଗଲେ ଲୁଟେରା
  • ||
  • ରାଜଧାନୀରେ ହତ୍ୟା ଘଟଣା: ୩ ଜଣଙ୍କୁ ଅଟକ ରଖି ଜେରା କରୁଛି ପୋଲିସ
  • ||
  • ରାଜଧାନୀରେ ହତ୍ୟା ଘଟଣା: ଦୋଷୀଙ୍କୁ ନିଶ୍ଚିତ ଧରାଯିବ ବୋଲି କହିଲେ ଆଇନ୍‌ମନ୍ତ୍ରୀ
  • ||
  • ବୈପାରିଗୁଡ଼ା : ଆମଟିଗୁଡା ହତ୍ୟା ମାମଲା, ୫ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ରାଜଧାନୀରେ ଚାଞ୍ଚଲ୍ୟ: ଚଳନ୍ତା ଗାଡ଼ିରେ ଯାଉଥିବା ଯୁବକଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ଭି. ନାରାୟଣନ ଇସ୍ରୋର ନୂଆ ଅଧ୍ୟକ୍ଷ, ଏସ୍ ସୋମନାଥଙ୍କ ସ୍ଥାନରେ ନିଯୁକ୍ତି
  • ||
  • ଆଗକୁ ବଢିବ ରାତି ତାପମାତ୍ରା, ଆହୁରି କମିବ ଶୀତ
  • ||
  • ରାଜ୍ୟରେ ବାର୍ଡ-ଫ୍ଲୁ ଭୟ, ଜନସ୍ୱାସ୍ଥ୍ୟ ବିଭାଗର ସ୍ଥିତି ସମୀକ୍ଷା
  • ||

ଶେଖ ହସିନାଙ୍କ ବିରୋଧରେ ପୁଣି ଜାରି ହେଲା ଗିରଫ ପରୱାନା

Published By : Prameya | January 7, 2025 10:59 AM

ନୂଆଦିଲ୍ଲୀ, ୭।୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଦ୍ୱିତୀୟ ଥର ପାଇଁ ଗିରଫ ପରୱାନା ଜାରି କରିଛନ୍ତି ଢାକାର ଏକ କୋର୍ଟ । ଶେଖ୍ ହସିନାଙ୍କ ସମେତ ୧୨ଜଣଙ୍କ ବିରୋଧରେ ମଧ୍ୟ ଆରେଷ୍ଟ ୱାରେଣ୍ଟ ଜାରି କରିଛି । ଏମାନଙ୍କ ମଧ୍ୟରେ ପୂର୍ବ ପୋଲିସ ପ୍ରମୁଖ ଓ ସେନା ଜେନେରାଲ ମଧ୍ୟ ସାମିଲ । ଅନ୍ୟ ଅଭିଯୁକ୍ତମାନଙ୍କ ମଧ୍ୟରେ ଅଛନ୍ତି ଅବସରପ୍ରାପ୍ତ ମେଜର ଜେନେରାଲ ତାରିକ୍ ଅହମଦ ସିଦ୍ଦିକି, ପୂର୍ବତନ ପୁଲିସ ଆଇଜି ବେନଜିର ଅହମ୍ମଦ ଏବଂ ନ୍ୟାସନାଲ୍ ଟେଲିକମ୍ୟୁନିକେସନ ମନିଟରିଂ ସେଣ୍ଟରର ପୂର୍ବତନ ମହାନିର୍ଦ୍ଦେଶକ ଜିଆଉଲ ଅହସାନ । ବର୍ତ୍ତମାନ ଭାରତରେ ଆଶ୍ରୟ ନେଇଥିବା ହସିନାଙ୍କ ବିରୋଧରେ ଲୋକଙ୍କୁ ବଳପୂର୍ବକ ଗାଏବ କରିବା ସହ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆଧାରରେ ତାଙ୍କ ନାଁରେ ଗିରଫ ପରୱାନା ଜାରି କରିଛନ୍ତି କୋର୍ଟ ।

ଗତବର୍ଷ ଅଗଷ୍ଟ ମାସରେ ବାଂଲାଦେଶରେ ଛାତ୍ର ଆନ୍ଦୋଳନ ଦେଖିବାକୁ ମିଳିଥିଲା । ଏହା ଭୟଙ୍କର ରୂପ ନେବାରୁ ଯାହା ପରେ ହସିନା ବାଂଲାଦେଶ ଛାଡ଼ିବାକୁ ବାଧ୍ୟ ହୋଇଥିଲେ । ପୂର୍ବରୁ ତାଙ୍କ ନାଁରେ ମାନବିକତା ବିରୋଧୀ ଅପରାଧ ମାମଲା ରହିଥିଲା । ହସିନାଙ୍କ ବିରୋଧରେ ଏହା ହେଉଛି ଦ୍ୱିତୀୟ ମାମଲା । ୱାରେଣ୍ଟ ଜାରି ହେବା ପରେ ହସିନାଙ୍କୁ ଗିରଫ କରିବା ପାଇଁ ଆଇସିଟି-ବାଂଲାଦେଶ ଇଣ୍ଟରପୋଲର ସହାୟତା ଲୋଡ଼ିଥିବା ଜଣାପଡ଼ିଛି । ଏହାବ୍ୟତୀତ ବାଂଲାଦେଶ ତାଙ୍କ ପ୍ରତ୍ୟର୍ପଣ ପାଇଁ ଆନୁଷ୍ଠାନିକ ଭାବେ ଭାରତକୁ ଅନୁରୋଧ କରିଛି । ୨୦୨୪ ଅକ୍ଟୋବରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଓ ଅନ୍ୟ ୪୫ ଜଣଙ୍କ ବିରୋଧରେ ପ୍ରଥମ ଗିରଫ ପରୱାନା ଜାରି କରାଯାଇଥିଲା । ନଭେମ୍ବର ୧୮ ସୁଦ୍ଧା ହସିନାଙ୍କ ସମେତ ୪୬ ଜଣଙ୍କୁ ଗିରଫ କରି କୋର୍ଟରେ ହାଜର କରିବାକୁ ଟ୍ରିବ୍ୟୁନାଲ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । 

ବାଂଲାଦେଶ ସରକାରଙ୍କ ପ୍ରେସ୍ ସଚିବ ଶଫିକୁଲ ଆଲାମ କହିଛନ୍ତି, ଶେଖ ହସିନା ଯେମିତି ହେଲେ ବି ନ୍ୟାୟପାଳିକାର ସାମ୍ନା କରିବେ । ତାଙ୍କୁ ମାନବଜାତି ବିରୋଧୀ ଅପରାଧ ପାଇଁ ଦଣ୍ଡ ଦେବାକୁ ଆମେ ପୂରା ଚେଷ୍ଟା କରିବୁ । ତାଙ୍କୁ ବାଂଲାଦେଶ ଆଣିବାକୁ ଆମର ଚାପ ପକାଇବା କାମ ଜାରି ରହିବ ବୋଲି ସେ କହିଛନ୍ତି । ଶେଖ ହସିନାଙ୍କ ପ୍ରତ୍ୟର୍ପଣ ପାଇଁ ବାଂଲାଦେଶର ଅନ୍ତରୀଣ ସରକାର ଭାରତକୁ କୂଟନୀତିକ ସ୍ତରରେ ଚିଠି ଲେଖିଛନ୍ତି । 

 

 

 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.