ପ୍ରମୂଖ ଖବର
  • ରାଜ୍ୟରେ ବାର୍ଡ-ଫ୍ଲୁ ଭୟ, ଜନସ୍ୱାସ୍ଥ୍ୟ ବିଭାଗର ସ୍ଥିତି ସମୀକ୍ଷା
  • ||

ସର୍ଜରୀ ବେଳେ ରୋଗୀଠାରୁ ଡାକ୍ତରଙ୍କୁ ହୋଇଗଲା କ୍ୟାନସର, ଏହି ଦେଶରୁ ଆସିଲା ପ୍ରଥମ ମାମଲା

Published By : Prameya | January 6, 2025 6:56 PM

ନୂଆଦିଲ୍ଲୀ,୬।୧: କ୍ୟାନସର ରୋଗ ନାଁ ଶୁଣିବା ମାତ୍ରେ ଲୋକମାନେ ଭୟଭୀତ ହୋଇଯାଇଥାନ୍ତି। ଏଭଳି ମାମଲା କେବଳ ଭାରତ ନୁହେଁ ପୁରା ଦୁନିଆରେ ବ୍ୟାପିବାରେ ଲାଗିଛି। ଏଭଳି ସ୍ଥିତିରେ କ୍ୟାନସରର ମୁକାବିଲା ଓ ଚିକିତ୍ସା ସମୟ ପୂର୍ବରୁ ଦରକାର। ଏଥିରେ ଡାକ୍ତରଙ୍କ ଭୂମିକା ଖୁବ୍ ଗୁରୁତ୍ବପୂର୍ଣ୍ଣ ରହିଥାଏ। କ୍ୟାନସର ରୋଗ ବିଷୟରେ ଏକ ସବୁଠାରୁ ଜରରୀ କଥା ହେଉଛି କେଉଁ ଷ୍ଟେଜ୍‌ରେ ଅଛି।

ଏଭଳି ପ୍ରାଣଘାତୀ ରୋଗୀକୁ ନେଇ ଜର୍ମାନୀରୁ ଏକ ଚକିତ କରିଦେବା ଭଳି ଘଟଣା ସାମନାକୁ ଆସିଛି। ଯେଉଁଥିରେ ଜଣେ ଡାକ୍ତରଙ୍କୁ ନିଜ ରୋଗୀଙ୍କଠାରୁ କ୍ୟାନସର ହୋଇଯାଇଛି। ଏହି କେସ୍ ସାରା ଦୁନିଆରେ ଚିନ୍ତା ବଢାଇ ଦେଇଛି। କାରଣ ଏପର୍ଯ୍ୟନ୍ତ କ୍ୟାନସର ଏକ ସଂକ୍ରାମକ ରୋଗ ନୁହେଁ। ‘ଡେଲି ମେଲ୍’ର ରିପୋର୍ଟ ଅନୁସାରେ, ସର୍ଜନ ସେତେବେଳେ କ୍ୟାନସର ରୋଗୀଙ୍କ ଟ୍ୟୁମର ଅପରେସନ୍ କରୁଥିଲେ। ୩୨ ବର୍ଷୀୟ ରୋଗୀଙ୍କୁ ହୋଇଥିଲା ଏକ ରେୟାର ଟାଇପ୍ କ୍ୟାନସର। ତାଙ୍କ ପେଟରୁ ଟ୍ୟୁମର କାଢିବା ବେଳେ ୫୩ ବର୍ଷୀୟ ଡାକ୍ତରଙ୍କ ହାତ ଅଳ୍ପ କଟିଯାଇଥିଲା। ଏଭଳି ଛୋଟ ଭୁଲ ନିଶ୍ଚିତ ଭାବରେ ତାଙ୍କ ଉପରେ ଭାରି ପଡିଥିଲା। ଯଦିଓ ସେ ଏହାକୁ ତୁରନ୍ତ ଡିସଇନଫେକ୍‌ଟେଡ କରିଥିଲେ। ଏହି ସର୍ଜରୀର ୫ ମାସ ପରେ ଡାକ୍ତର ଅନୁଭବ କରିଥିଲେ ତାଙ୍କ ଆଙ୍ଗୁଳିରେ ଏକ ଇଞ୍ଚର ଟ୍ୟୁମର ଦେଖିବାକୁ ମିଳିଥିଲା। 

ଡାକ୍ତର ଏହି ଟ୍ୟୁମରର ଚିକିତ୍ସା ପାଇଁ ସ୍ପେଶାଲିଷ୍ଟଙ୍କ ପାଖକୁ ଯାଇଥିଲେ। ଟେଷ୍ଟିଂ ପରେ ଜଣାପଡିଥିଲା ଯେଉଁଭଳି ଟ୍ୟୁମର ରୋଗୀଙ୍କ ପେଟ ଭିତରେ ଥିଲା ସେଭଳି ସର୍ଜନଙ୍କ ଆଙ୍ଗୁଳିରେ ଥିଲା। ରୋଗୀଙ୍କ ସର୍ଜରୀ ବେଳେ ଆଙ୍ଗୁଳି କଟି ଯାଇଥିବାରୁ କ୍ୟାନସର ସେଲ୍ ତାଙ୍କ ଶରୀରକୁ ଟ୍ରାନ୍ସଫର ହୋଇଥିଲା। ସବୁଠୁ ବଡ଼ କଥା ହେଲା ଏଭଳି କେବେ ବି ହୁଏନି। କାରଣ ବାହାରୁ ଆସୁଥିବା କୌଣସି ସେଲ୍‌ ଶରୀରର ଇମ୍ୟୁନିଟି ଶେଷ କରିଦେଇଥାଏ। ଏହି କେସ୍‌ର ଯାଞ୍ଚ ବେଳେ ଏକ୍ସପର୍ଟ ଜାଣିବାକୁ ଯାଇଛନ୍ତି ଯେ, କ୍ୟାନସର ରୋଗୀଙ୍କ ସର୍ଜରୀ କରୁଥିବା ଡାକ୍ତରଙ୍କ ଇମ୍ୟୁନିଟି ଦୁର୍ବଳ ରହିଥାଏ। ଏହି କାରଣରୁ କ୍ୟାନସର ସେଲ୍ ତାଙ୍କ ଦେହ‌କୁ ଯିବାରେ ସଫଳ ହୋଇଥିଲା। ରିସର୍ଚ୍ଚରେ ଜଣାପଡିଛି ଡାକ୍ତରଙ୍କୁ ରୋଗୀଙ୍କଠାରୁ ରେୟାର ଟାଇପ୍‌ର କ୍ୟାନସର ହୋଇଥିଲା। ଯାହାର ବର୍ଷକୁ କେବଳ ମାତ୍ର ୧୪୦ ମାମଲା ସାମନାକୁ ଆସିଥାଏ। ଡାକ୍ତର ସର୍ଜରୀ କରି ଏହି ଟ୍ୟୁମରକୁ ହଟାଇ ଦେଇଥିଲେ। ତାଙ୍କୁ ଦ୍ବିତୀୟ ଥର କ୍ୟାନସର ହୋଇନଥିଲା। ସେପେଟ ରୋଗୀଙ୍କ ସଫଳ ସର୍ଜରୀ ହୋଇଥିଲେ ବି କିଛି ଦିନ ପରେ ତାଙ୍କର ମୃତ୍ୟୁ ହୋଇଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.