ପ୍ରମୂଖ ଖବର
  • କଟକ : ଏକତରଫା ପ୍ରେମକୁ ନେଇ ନାବାଳିକାଙ୍କୁ ଛୁରାମାଡ଼
  • ||
  • ଆନନ୍ଦପୁର : ଅସମ୍ପୂର୍ଣ୍ଣ ଜାତୀୟ ରାଜପଥକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା ଦାବିରେ ଧାରଣା
  • ||
  • କେନ୍ଦୁଝର : ମୋବାଇଲ୍‌ରେ ଲାଇଭ୍‌ ଭିଡ଼ିଓ କରି ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରି : ଗୁଣି ଗାରେଡି ସନ୍ଦେହରେ ଗାଁରେ ବୁଲିଲା ଖଟ, ୬ ପୂଜକ ଗିରଫ
  • ||
  • ଆଳୁ ଦର ବୃଦ୍ଧି ପ୍ରସଙ୍ଗ: ପୂର୍ବ ସରକାରଙ୍କୁ ଦାୟୀ କଲେ ଯୋଗାଣ ମନ୍ତ୍ରୀ
  • ||
  • କଟକ : ମନ୍ଦିରରୁ ସୁନା ରୂପା ଅଳଙ୍କାର ଲୁଟ ଘଟଣା, ୩ ସନ୍ଦିଗ୍ଧ ଅଟକ
  • ||
  • ସମ୍ୱଲପୁର : ଭାରସାମ୍ୟ ହରାଇ ଗଛକୁ ପିଟିଲା ବାଇକ୍‌, ଜଣେ ମୃତ
  • ||
  • ବରଗଡ଼ : ଧନୁଯାତ୍ରା ପାଇଁ ଶିକ୍ଷାନୁଷ୍ଠାନ ସମୟରେ ପରିବର୍ତ୍ତନ, ସକାଳ ୮ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ ପାଠପଢା
  • ||
  • ଜାଡ଼ରେ ଥରୁଛି ପୂର୍ବ ଭାରତ: ୟୁପି-ବିହାରରେ ଆଖିବୁଜିଲେ ୧୦ ଜଣ
  • ||
  • ଇସ୍ତଫା ଦେବେ କନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ !
  • ||
  • ରାୟଗଡ଼ା ରେଳ ଡିଭିଜନ୍‌ ପ୍ରକଳ୍ପ, ଆଜି ଆଭାସିରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
  • ||
  • କାମାକ୍ଷାନଗର : ରାମିଆଳ ନଦୀ ବ୍ରିଜ୍‌ ତଳକୁ ଖସିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଘନ କୁହୁଡ଼ିର ଚାଦର ତଳେ କଟକ, ଜନଜୀବନ ପ୍ରଭାବିତ
  • ||
  • ରାଜ୍ୟରେ ସାମାନ୍ୟ କମିପାରେ ଜାଡ଼ ,୨ରୁ ୩ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||
  • ଆଜିଠୁ ସାତକୋଶିଆରେ କୁମ୍ଭୀର ଗଣନା, ୧୭ ତାରିଖରେ ହେବ ପକ୍ଷୀ ଗଣନା
  • ||

ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ମାମଲା, ପତ୍ନୀ ନିକିତା ସିଂଘାନିଆଙ୍କୁ ମିଳିଲା ଜାମିନ

Published By : Prameya | January 4, 2025 9:31 PM

ବେଙ୍ଗାଲୁରୁ : ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ମାମଲାରେ ବେଙ୍ଗାଲୁରୁ ସିଟି ସିଭିଲ କୋର୍ଟ ଅଭିଯୁକ୍ତ ତାଙ୍କ ପତ୍ନୀ ନିକିତା ସିଂଘାନିଆ , ଶାଶୂ ନିଶା ସିଂଘାନିଆ ଓ ଶାଳକ ଅନୁରାଗ ସିଂଘାନିଆଙ୍କୁ ଜାମିନ ଦେଇଛନ୍ତି। ଉତ୍ତର ପ୍ରଦେଶର ୩୪ ବର୍ଷିୟ ଏଆଇ ଇଂଜିନିୟର ଅତୁଲ ସୁଭାଷଙ୍କର ମୃତ୍ୟୁ ମାମଲାରେ ଏହି ୩ଜଣଙ୍କୁ ଗିରଫ କରଯାଇ ଥିଲା। ନିକିତା ସିଂଘାନିଆଙ୍କୁ ହରିଆଣାର ଗୁରୁଗ୍ରାମରୁ ଗିରଫ କରାଯାଇଛି। ତାଙ୍କର ମାଆ ନିଶା ସିଂଘାନିଆ ଓ ଭାଇ ଅନୁରାଗ ସିଂଘାନିଆଙ୍କୁ ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ଧରାଯାଇ ଥିଲା। ବେଙ୍ଗାଲୁରୁ ପୁଲିସ କହିଛି ଯେ, ଏହି ତିନି ଜଣଙ୍କୁ ଡିସେମ୍ୱର ସକାଳେ ଗିରଫ କରାଯାଇଛି ଏବଂ ସ୍ଥାନୀୟ କୋର୍ଟରେ ହାଜର କରାଯିବା ପରେ ୧୪ ଦିନର ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇ ଥିଲା। 

ଅତୁଲ ସୁଭାଷଙ୍କ ଶବ ୯ଡିସେମ୍ୱରରେ ଦକ୍ଷିଣ-ପୂର୍ବ ବେଙ୍ଗାଲୁରୁର ମୁନ୍ନେକୋଲାଲୁରେ ତାଙ୍କର ଘରେ ରଶିରେ ଝୁଲି ଥିବାର ଉଦ୍ଧାର ହୋଇ ଥିଲେ। ସୁଭାଷ ଭିଡ଼ିଓ ଓ ୨୪ ପୃଷ୍ଠାର ସୁସାଇଡ୍‌ ନୋଟ୍‌ରେ ଅଭିଯୋଗ କରିଥିଲେ ଯେ, ତାଙ୍କ ଠାରୁ ଅଲଗା ରହୁଥିବା ତାଙ୍କର ପତ୍ନୀ ଓ ଶାଶୂଘର ଲୋକେ ମିଛ ମାମଲାରେ ଫସାଇ ଓ ଲଗାତାର ଉତ୍ପୀଡ଼ନ କରି ତାଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରି ଥିଲେ।

ଅନ୍ୟପଟେ ନିକିତାଙ୍କୁ ଜାମିନ ମିଳିବା ପରେ ଅତୁଲ ସୁଭାଷଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲ ବିନୟ ସିଂହ କହିଛନ୍ତି, ଜାମିନ୍‌ ମଞ୍ଜୁର ହୋଇ ଯାଇଛି। ଆମେ ଅର୍ଡର ସିଟ୍‌କୁ ଅପେକ୍ଷା କରିଛୁ... ଆମର ଦଲିଲ ତଥ୍ୟାତ୍ମକ ସୂଚନା, ଉତ୍ପୀଡ଼ନ ଉପରେ ଥିଲା। ବର୍ତ୍ତମାନ ସୁସାଇଡ୍ ନୋଟ୍‌କୁ ଫୋରେନ୍ସିକ୍‌କୁ ପଠାଯାଇଛି, କିନ୍ତୁ ଏବେସୁଦ୍ଧା ଏହାକୁ ( ପ୍ରମାଣ ଭାବେ) ବିଚାର କରାଯାଇ ନାହିଁ। ତାଙ୍କର ସୁସାଇଡ ଭିଡ଼ିଓ ମଧ୍ୟ ଫୋରେନ୍ସିକକୁ ପଠାଯାଇଛି। ତାଙ୍କର ନୋଟ୍‌ ବି ଯାଞ୍ଚ କରାଯାଉଛି ... ଆମେ ପୂରା ପରିବାର ସହ ଅଛୁ। ଆମେ ପରିବାରକୁ ନ୍ୟାୟ ଦେବା ପାଇଁ ଲଢୁଛୁ ...ଆମେ ଏହାକୁ ( ଜାମିନ ଆଦେଶ)ଚ୍ୟାଲେଞ୍ଜ ଦେବୁ ...ଅର୍ଡର ସିଟ୍‌ ଦେଖିବା ଓ ଏହାର ବିଶ୍ଳେଷଣ କରିବା ପରେ , ଆମେ କର୍ଣ୍ଣାଟକ ଉଚ୍ଚ ନ୍ୟାୟଳୟର ଦ୍ୱାରସ୍ଥ ହୋଇ ପାରୁ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.