କଚ୍ଛ : ଗୁଜରାଟର କଚ୍ଛରେ ଶନିବାର ପୁଣି ଥରେ ଭୂକମ୍ପର ଝଟକା ଅନୁଭବ ହୋଇଛି। ଭୂକମ୍ପର କେନ୍ଦ୍ର କଚ୍ଛର ଦୁଧଇ ନିକଟରେ ଥିବାର କୁହାଯାଉଛି। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୩.୮ ମପା ଯାଇଛି। ଭୂକମ୍ପ ସନ୍ଧ୍ୟା ପାଖାପାଖି ୪.୩୭ ସମୟରେ ହୋଇଛି। ଗୁଜରାଟରେ ଗତ ୪ଦିନରେ ଏହା ଦ୍ୱିତୀୟ ଥର , ଯେବେ ଭୂକମ୍ପର ଝଟକା ଅନୁଭବ କରାଯାଇଛି। ଗତ ପ୍ରଥମ ଜାନୁଆରୀରେ ମଧ୍ୟ ଜିଲ୍ଲାରେ ଭୂକମ୍ପର ଝଟକା ଅନୁଭବ କରାଯାଇ ଥିଲା।
ଗୁଜରାଟର କଚ୍ଛ ଜିଲ୍ଲାରେ ଜାନୁଆରୀ ପହିଲାରେ ବୁଧବାର ସକାଳେ ଏକ ଭୂକମ୍ପ ଆସି ଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୨ ମପା ଯାଇ ଥିଲା। ଭୂକମ୍ପ ଅନୁସନ୍ଧାନ ସଂସ୍ଥା (ଆଇଏସଆର)ପକ୍ଷରୁ ସେୟାର କରାଯାଇ ଥିବା ସୂଚନା ମୁତାବିକ, ଭୂକମ୍ପର ଝଟକା ସକାଳ ୧୦ଟା ୨୪ ମିନିଟ୍ରେ ରୁଜୁ କରାଯାଇ ଥିଲା। ଏହାର ଏପିସେଣ୍ଟର ଭଚାଉରୁ ୨୩ କିଲୋମିଟର ଉତ୍ତର-ଉତ୍ତର ପୂର୍ବରେ ରହିଥିଲା।
କହି ରଖୁଛୁ କି, ଏହି କ୍ଷେତ୍ରରେ ଗତ ମାସରେ ୩ରୁ ଅଧିକ ତୀବ୍ରତାର ୪ଟି ଭୂକମ୍ପ ରେକର୍ଡ କରାଯାଇ ଥିଲା। ଡିସେମ୍ୱର ମାସର ଶେଷରେ ଆସିଥିବା ୩.୨ ତିବ୍ରତାର ଭୂକମ୍ପର କେନ୍ଦ୍ର ମଧ୍ୟ ଭଚାଉର ନିକଟରେ ଥିଲା। ୨୩ ଡିସେମ୍ୱରରେ ମଧ୍ୟ କଚ୍ଛ ଜିଲ୍ଲାରେ ୩.୭ ତୀବ୍ରତାର ଭୂକମ୍ପ ଆସି ଥିଲା। ୭ ଡିସେମ୍ୱରରେ ମଧ୍ୟ ୩.୨ ତୀବ୍ରତାର ଭୂକମ୍ପ ରେକର୍ଡ କରାଯାଇ ଥିଲା। ୧୮ ନଭେମ୍ୱରରେ କଚ୍ଛରେ ଏକ ଜୋରଦାର ଭୂକମ୍ପ ଆସିଥିଲା, ଯାହାର ତୀବ୍ରତା ୪ ଥିବା ମପା ଯାଇ ଥିଲା।